ଆଜିଠୁ ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ରାଜ୍ୟରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ସମୟାନୁବର୍ତ୍ତିତା ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଗତବର୍ଷ ଡିସେମ୍ବର ଶେଷସୁଦ୍ଧା ଉଭୟ ବରିଷ୍ଠ ଏବଂ କନିଷ୍ଠ ପ୍ରଶାସନରେ ପଦୋନ୍ନତି କରାଯାଇଥିଲା। ଏପରିକି କିଛିଦିନ ତଳେ ପଦୋନ୍ନତି ପାଇଁ ସ୍ବତନ୍ତ୍ର ଅଦାଲତର ମଧ୍ୟ ଘୋଷଣା କରାଯାଇଛି। କୌଣସି ଯୋଗ୍ୟ କର୍ମଚାରୀ ଯେପରି ଠିକ୍‌ ସମୟରେ ପଦୋନ୍ନତିରୁ ବଞ୍ଚିତ ନ ହୁଅନ୍ତି, ସେଥିଲାଗି ସରକାର ଗୁରୁତ୍ୱ ଦେଇ ଏହି ବ୍ୟବସ୍ଥା କରିବାକୁ ଯାଉଛନ୍ତି। ମଙ୍ଗଳବାର, ବୁଧବାର ଏବଂ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ ବସିବା ପାଇଁ ସ୍ଥିର ହୋଇଛି। ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ରବିବାର ସାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷରେ ଚୋପ୍ରା କହିଛନ୍ତି ଯେ, ଗତ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପାଇବା ପାଇଁ ଯୋଗ୍ୟଥିବା ମାତ୍ର ଏଥିରୁ ବଞ୍ଚିତ ରହିଯାଇଥିବା କର୍ମଚାରୀଙ୍କ ଲାଗି ମଙ୍ଗଳବାର ଠାରୁ ଅଦାଲତ ବସିବ। ଏଥିଲାଗି ଆସିଥିବା ତାଲିକା http://www.gaodisha.gov.in/node/2087ରେ ଅପଲୋଡ୍‌ କରାଯାଇଥିବା ସେ କହିଛନ୍ତି। ୩ଦିନ ପର୍ଯ୍ୟନ୍ତ ପେନ୍‌ସନ ଅଦାଲତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ, ଗୋପବନ୍ଧୁ ଏକାଡେମୀ, କୃଷିଭବନ, କଳିଙ୍ଗ ଷ୍ଟାଡିୟମ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ଇଡ୍‌କୋ କନ୍‌ଫରେନ୍ସ ହଲ୍‌ ଆଦି ୬ଟି ସ୍ଥାନରେ ଅନୁଷ୍ଠିତ ହେବ। ଏ ସମସ୍ତ ଅଦାଲତ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବସ୍ତରୀୟ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ଚୋପ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJPକୁ ସମର୍ଥନ କରିବାକୁ ଘରେ ମିଛ କହି ଦୂରଦୂରାନ୍ତର ଅଞ୍ଚଳରୁ ଆସିଛନ୍ତି ଅନେକ ଯୁବତୀ

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଆୟୋଜିତ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସାରା ଦେଶରୁ ଯୁବତୀମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ…

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ, ସବୁ ଜିଲାପାଳଙ୍କୁ ରାଜସ୍ବ ସଚିବଙ୍କ ଚିଠି

ଭୁବନେଶ୍ୱର,୨୧।୭(ସୁନିତ୍‌ ମିଶ୍ର): ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ଗୁଡ଼ିକ ନାମର ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା…

ପଶ୍ଚିମବଙ୍ଗ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ ହେବ

କୋଲକାତା, ୨୧ା୭: ପଶ୍ଚିମବଙ୍ଗ ସରକାର ଆସନ୍ତା ସେପ୍ଟେମ୍ବର ୧ରୁ ସମସ୍ତ ପ୍ରଶାସନିକ କାର୍ଯ୍ୟରେ ବଙ୍ଗଳା ଭାଷାକୁ ବାଧ୍ୟତାମୂଳକ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri