ଆଜିଠୁ ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା: ଧରାପଡିଲେ ୫୦୦ ଟଙ୍କା ଜରିମାନା

ପୁରୀ ଅଫିସ୍‌, ୧।୮:ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ। ଅଗଷ୍ଟ ୧ ଅର୍ଥାତ୍‌ ଆଜିଠୁ ଏହି କଟକଣା କଡ଼ାକଡ଼ିି ଭାବେ ଲାଗୁ କରାଯିବ। ପାନ ଖାଇ ଯଦି କେହି ମନ୍ଦିରକୁ ପ୍ରବେଶ କରି ଧରାପଡ଼ିିବେ ତେବେ ସେମାନଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି କୌଣସି ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍‌ଖା ଖାଇ ମନ୍ଦିର ଭିତରକୁ ପ୍ରବେଶ କରିବେ ନାହିଁ। ପ୍ରବେଶ ପଥରେ ମଧ୍ୟ ଯାଞ୍ଚ ହେବ। ଯଦି ପାନ, ଗୁଟଖା ଖାଇ କେହି ମନ୍ଦିର ଭିତରକୁ ପ୍ରବେଶ କରିଥିବାବେଳେ ଧରାପଡିବେ ତାଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏଥିପାଇଁ ଫଳକ ଲଗାଯାଇ ସମସ୍ତଙ୍କୁ ସଚେତନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

ରାଜ୍ୟରେ ସାର ସଙ୍କଟ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୨।୫: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ ଶୀଘ୍ର ସାର ଉତ୍ପାଦନ ସ୍ବାଭାବିକ ହେବା ନେଇ ମନ୍ତ୍ରୀ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ବିଦ୍ୟୁତ୍‌ କାଟ୍‌କୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୫: ବିଦ୍ୟୁତ୍‌ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି,…

ଟ୍ବିଶା ମାମଲାରେ ହାଇକୋର୍ଟଙ୍କ ପ୍ରମୁଖ ରାୟ: ପୁଣିଥରେ ପୋଷ୍ଟମର୍ଟମ କରିବେ AIIMS ଦିଲ୍ଲୀ ଟିମ୍‌

ଜବଲପୁର,୨୨।୫: ଭୋପାଳରେ ହୋଇଥିବା ବହୁଚର୍ଚ୍ଚିତ ଟ୍ବିଶା ମୃତ୍ୟୁ ମାମଲା ସମ୍ପର୍କରେ ହାଇକୋର୍ଟଙ୍କ ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଶୁଣାଣି ସମୟରେ, ସମର୍ଥ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

୭୫ ଲକ୍ଷ ଟଙ୍କା ଠକେଇ ମାମଲା: ଲ୍ୟାମ୍ପ ଏମଡି ଗିରଫ

ଗୁଣପୁର,୨୨/୫(ସୁଜାତା ପାଢ଼ୀ):ସମବାୟ ଅନୁଷ୍ଠାନରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସୱରୂପ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ରାୟଗଡ଼ା ଜିଲାର କେ.ସିଂହପୁର ବୃହତ୍‌ ଅଞ୍ଚଳ ବହୁମୁଖୀ ସମବାୟ…

ଚୁଆକୁ ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର: ଆଉ ତା’ପରେ ଘଟିଲା..

ରାଇକିଆ,୨୨।୫-(ପ୍ରଦୀପ ବେହେରା): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ। ପାଟଳୀ ସାହି ନିକଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri