ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ ଅଫିସ,୧୪ା୧୦ : ସୋମବାରଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷିଆଳି। ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନାରେ ବ୍ରତଧାରୀଙ୍କ ପାଇଁ ମାଗଣାରେ ରହିବା, ମହାପ୍ରସାଦ ସେବନ ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷର ହବିଷିଆଳି ଯୋଜନାର ଶୁଭାରମ୍ଭ କରିବେ। ଏଥିଲାଗି ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ରବିବାର ସନ୍ଧ୍ୟା ସୁଦ୍ଧା ୨,୬୦୦ରୁ ଊର୍ଦ୍ଧ୍ୱ ହବିଷିଆଳି ନିଜ ନାମ ପଞ୍ଜୀକରଣ କରିଛନ୍ତି। ସେହିପରି ବିଭିନ୍ନ ପ୍ରାନ୍ତରୁ ୧,୮୦୦ରୁ ଊର୍ଦ୍ଧ୍ୱ ହବିଷିଆଳି ଆସି ୩ଟି ଆଶ୍ରୟସ୍ଥଳୀରେ ପହଞ୍ଚତ୍ଛନ୍ତି। ସନ୍ଧ୍ୟାରେ ସେମାନେ ମହାପ୍ରସାଦ ସେବନ କରିଛନ୍ତି। ଏମାନଙ୍କ ପାଇଁ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ମୋଚିସାହି ଛକସ୍ଥିତ ପୌର କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ରକୋଣସ୍ଥିତ ସ୍ଥାୟୀ ହବିଷିଆଳି କେନ୍ଦ୍ରରେ ରହିବା ବ୍ୟବସ୍ଥା ହୋଇଛି। ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ କଲ୍ୟାଣ ମଣ୍ଡପ ପାଇଁ ପଞ୍ଜୀକରଣ ସରିଥିବାବେଳେ ନରେନ୍ଦ୍ରକୋଣ ଆଶ୍ରୟସ୍ଥଳରରେ ସ୍ପଟ୍‌ ପଞ୍ଜୀକରଣ ଚାଲିଛି। ରାତି ସୁଦ୍ଧା ଯେଉଁମାନେ ପହଞ୍ଚତ୍ବେ ସେମାନଙ୍କୁ ଆଶ୍ରୟସ୍ଥଳରେ ରଖାଯିବ। ସୋମବାର ପରିଚୟପତ୍ର ପ୍ରଦାନ କରାଯିବ। ଜିଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଛନ୍ତି। କ’ଣ ସୁବିଧା, ଅସୁବିଧା ରହିଛି ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପଚାରି ବୁଝିଛନ୍ତି। ଏଥିସହ ସମସ୍ତ ବ୍ୟବସ୍ଥା ପରଖିଛନ୍ତି।
ଆଜିଠୁ ପାଳିବେ ବ୍ରତ
ସୋମବାରଠାରୁ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ହବିଷିଆଳି। ଭୋରୁ ଉଠି ନରେନ୍ଦ୍ର ପୁଷ୍କରିଣୀ ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ ସାରି ଶ୍ରୀମନ୍ଦିରକୁ ଯିବେ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବା ସହ ବ୍ରତ ଧରିବେ। ତୁଳସୀ ଚଉରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରି ମାସଟା ଯାକ ଆଧ୍ୟାତ୍ମିକ ଭାବରେ ବାନ୍ଧି ହୋଇରହିବେ। ପ୍ରତି ସନ୍ଧ୍ୟାରେ ଆକାଶ ଦୀପ ଜାଳିିବେ। ଶୁଣିବେ ଭଜନ, ଭାଗବତ, ପୁରାଣ ଓ ପ୍ରବଚନ। ଗୋଟିଏ ଥର ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିବେ।
ଆଶ୍ରୟସ୍ଥଳ ଦାୟିତ୍ୱରେ ଅଧିକାରୀ
ହବିଷିଆଳିମାନଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ସେଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ଯତ୍ନବାନ ରହିଛି। ପ୍ରତ୍ୟେକ ଆଶ୍ରୟସ୍ଥଳ ପାଇଁ ଜଣେ ସୁପର ଭାଇଜିଂ ଅଫିସର ଏବଂ ୩ଜଣଙ୍କୁ କୋଅର୍ଡିନେଟିଂ ଅଫିସର ଦାୟିତ୍ୱ ଦିଆଯାଇଛି। ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ପାଇଁ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟମଞ୍ଜରୀ ଦାସ, ପୌରକଲ୍ୟାଣ ମଣ୍ଡପ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ନରେନ୍ଦ୍ରକୋଣ ହବିଷିଆଳି ଆଶ୍ରୟସ୍ଥଳୀ ଲାଗି ଶ୍ରୀମନ୍ଦିର ରାଜସ୍ବ ପ୍ରଶାସକ ସୁବ୍ରତ କୁମାର ବେହେରା ସୁପରଭାଇଜିଂ ଅଫିସର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri