Posted inଖେଳ

ସୋମବାରଠାରୁ ଭାରତୀୟ କୋଚ୍‌ଙ୍କ ପାଇଁ ଲିବେଲ ୧ କୋର୍ସ ଆରମ୍ଭ ହେବ

ନୂଆଦିଲ୍ଲୀ,୧୦।୫ (ପି.ଟି.): ହକି ଇଣ୍ଡିଆ ଭାରତୀୟ କୋଚ୍‌ମାନଙ୍କ ପାଇଁ ଲିବେଲ୧ କୋର୍ସ ସୋମବାରଠାରୁ ଆୟୋଜନ କରିବାକୁ ଯାଉଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସହ ମିଳିତ ଭାବେ ହକି ଇଣ୍ଡିଆ ଏହି କୋର୍ସର ଆୟୋଜନ କରିବାକୁ ଯାଉଛି। ଏଫ୍‌ଆଇଏଚ୍‌ ଏଡୁକେଟର୍ସମାନଙ୍କ ଦ୍ୱାରା ଏହି ଅନ୍‌ଲାଇନ୍‌ କୋର୍ସ ସଂଚାଳନ ହେବ। ଯେଉଁ କୋଚ୍‌ମାନେ ହକି ଇଣ୍ଡିଆ ଲିବେଲ ୨ କୋଚ୍‌ ସାର୍ଟିଫିକେଟ ହାସଲ କରିଛନ୍ତ ସେମାନେ ଏହି କୋର୍ସରେ ଅଂଶଗ୍ରହଣ କରିବାକୁ ପାଇଁ ଯୋଗ୍ୟ ବିବେଚିତ ହେବେ।
ଏହି ଏଫ୍‌ଆଇଏଚ୍‌ ଏକାଡେମୀ- ହକି ଇଣ୍ଡିଆ କୋଚିଂ ଏଜୁକେଶନ ପାଥଓ୍ବେ ଲିବେଲ ୧ କୋଚିଂ କୋର୍ସ ପାଇଁ ମୋଟ ଉପରେ ୯ ଜଣଙ୍କୁ ଚୟନ କରାଯାଇଛି। ଏହି କୋର୍ସ ମେ ୧୧ରୁ ୧୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ ବୋଳି ହକି ଇଣ୍ଡିଆ ତରଫରୁ କୁହାଯାଇଛି। କୋର୍ସ ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଏଫ୍‌ଆଇଏଚ୍‌ ଲିବେଲ ୧ କୋଚ ସାର୍ଟିଫିକେଟ ପ୍ରଦାନ କରାଯିବ। ଭାରତରେ ହକି ଇଣ୍ଡିଆ କୋଚିଂ ଏଜୁକେଶନ ପାଥ୍‌ଓ୍ବେ କୋଚିଂ କୋର୍ସ ତ୍ରୁଟି ହୀନ ରହିଛି। ତେଣୁ ଡେରି ନ କରି ଏଫ୍‌ଆଇଏଚ୍‌ ଏକାଡେମୀ ଲିବେଲ ୧ କୋଚିଂ କୋର୍ସକୁ ଆରମ୍ଭ କରାଯିବା ଆବଶ୍ୟକ ମେମ୍ବରଶିପ୍‌ ଏଜୁକେଶନ ଆଣ୍ଡ ଡେଭଲପମେଣ୍ଟ ମୁଖ୍ୟ ମାଇକ୍‌ ଜୋଏସ କହିଛନ୍ତି।
ବିଶ୍ୱର ସବୁ ଶ୍ରେଷ୍ଠ ହକି ଖେଳୁଥିବା ଦେଶଗୁଡିକରେ କାର୍ଯ୍ୟ କରିବାର ଆବଶ୍ୟକାକୁ ଏଫ୍‌ଆଇଏଚ୍‌ ଗୁରୁତ୍ୱ ଦେଉଛି। ‘ହକି ୪ଲାଇଫ୍‌’ର ୪ଟି ସ୍ତମ୍ବ ମଧ୍ୟରୁ ଏଜୁକେଶନ ହେଉଛି ଅନ୍ୟତମ ଓ ଏହା ଗ୍ଲୋବାଲ ଡେଭଲପମେଣ୍ଟ ପ୍ରୋଗ୍ରାମର ଅଂଶବିଶେଷ।
ଲକ୍‌ଡାଉନ୍‌ରେ ଭାରତୀୟ କୋଚ୍‌ମାନେ ସମୟର ସଦ୍‌ଉପଯୋଗ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। ଏହି କୋର୍ସ ଦ୍ୱାରା ଭାରତୀୟ କୋଚ୍‌ମାନେ ଆହୁରି ଦକ୍ଷ ହୋଇପାରିବେ ଓ ମ୍ୟାଚ୍‌ ପରିଚାଳନାରେ ସିଦ୍ଧହସ୍ତ ହୋଇପାରିବେ ବୋଲି ମୁସ୍ତାକ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri