ଆଗେଇପାରିନି ଟ୍ରାଙ୍କୁଲାଇଜ୍‌ ଅପରେଶନ

ବନ୍ତଳା,୧୮ା୧(ଡି.ଏନ.ଏ.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଶୁକ୍ରବାରଠାରୁ ଅପରେଶନ ଆରମ୍ଭ ହେବାକୁ ଥିଲେ ହେଁ ପ୍ରଥମ ଦିନରେ କାର୍ଯ୍ୟ ସେପରି କିଛି ଆଗେଇପାରି ନାହିଁ। କାରଣ ସାତକୋଶିଆ ଅଭୟାରଣ୍ୟ ଟିକରପଡାରେ ଥିବା କୁମ୍‌କୀ ହାତୀ ମହେନ୍ଦ୍ରକୁ ଅଣାଯାଇପାରି ନ ଥିବାରୁ ଏବେ ବିକଳ୍ପ ଯୋଜନାରେ ରହିଛି ବନ ବିଭାଗ।
ପ୍ରକାଶ ଯେ, ତାଳଚେର ଅଞ୍ଚଳରେ ୬ରୁ ଅଧିକ ଜୀବନ ନେଇଥିବା ଉକ୍ତ ନରହନ୍ତା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଶୁକ୍ରବାର ଏହି ଅଭିଯାନରେ ହାତୀ ମହେନ୍ଦ୍ରକୁ ସାମିଲ କରିବାର ଥିଲା। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ସ୍ବତନ୍ତ୍ର ଭାବେ ଏକ ଟ୍ରକ୍‌ ଟିକରପଡାକୁ ପଠାଯାଇଥିଲା। କିନ୍ତୁ ମହେନ୍ଦ୍ର ମସ୍ତରେ ଥିବା ଯୋଗୁ ଅପରେଶନରେ ବାଧା ଓ କିଛି ଅଘଟଣ ଘଟାଇବା ଆଶଙ୍କା କରି ମହେନ୍ଦ୍ରକୁ ଆଉ ଆଣାଯାଇ ନ ଥିଲା। ମହେନ୍ଦ୍ରକୁ ଆଣିବା ପାଇଁ ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା, ସରୋଜ କୁମାର ପଣ୍ଡା, ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର କୁମାର ସାହୁ, ପୁରୁଣାକୋଟ ରେଞ୍ଜର ଗଜେନ୍ଦ୍ର ବେହେରା ଟିକରପଡାରେ ଉପସ୍ଥିତ ଥିଲେ। କିନ୍ତୁ ମହେନ୍ଦ୍ର ମସ୍ତ ଅବସ୍ଥାରେ ଥିବାରୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ତାକୁ ଅଭିଯାନରେ ସାମିଲ କରାଯାଇ ନାହିଁ। ଅନ୍ୟପକ୍ଷରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗ ପକ୍ଷରୁ ବିକଳ୍ପ ଯୋଜନା ପ୍ରସ୍ତୁତ କରାଯାଇଛି। ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ, ଏସିଏଫ୍‌ ବାସୁଦେବ ବେହେରା, ସାତକୋଶିଆ ପ୍ରାଣୀ ଡାକ୍ତର ସାହୁ, ଏସିଏଫ ପଣ୍ଡା, ତାଳଚେର ରେଞ୍ଜର ହିମାନି ନାୟକ, ଅନୁଗୋଳ ରେଞ୍ଜର ସତ୍ୟବ୍ରତ ପ୍ରଧାନଙ୍କ ସହିତ ୪୫ ଜଣ ବନ କର୍ମଚାରୀ ୮ଟି ଟିମ୍‌ ଗଠନ କରି ଉକ୍ତ ନରହନ୍ତା ଦନ୍ତାକୁ ଜଗିବା ସହିତ ଠିକଣା ସମୟକୁ ଅପେକ୍ଷା କରିଛନ୍ତି। ଏ ନେଇ ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ କୁହନ୍ତି, ମସ୍ତ ଯୋଗୁ ମହେନ୍ଦ୍ରକୁ ଅପରେଶନରେ ସାମିଲ କରାଯାଇ ନାହିଁ। ବିକଳ୍ପ ଯୋଜନା ଚାଲିଛି। ବର୍ତ୍ତମାନ ହାତୀକୁ ଜଗିବା ସହିତ ଉପଯୁକ୍ତ ସମୟକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri