ଆଗକୁ ବର୍ଷା, ବଢିଲା ଜଳନିଷ୍କାସନ ଚିନ୍ତା : ହଳଦୀପାଣି ନଦୀପଥ ମୁକ୍ତ କରିବାକୁ ଦାବି

ବାଲିକୁଦା,୧୧ା୬(ସ୍ବ. ପ୍ର): ପାରାଦୀପ ସଂଲଗ୍ନ ୭ ପଞ୍ଚାୟତର ୨୯ ରାଜସ୍ବ ଗ୍ରାମର ବର୍ଷାଦିନିଆ ଦୁଃଖ ହେଲା ହଳଦୀପାଣି ନଦୀ। ଭୁତମୁଣ୍ଡାଇ ପଞ୍ଚାୟତଠାରୁ ବିଶ୍ୱାଳି,କୋଠି, ବଗଦିଆ, ନୂଆଗଡ଼, ପାରାଦୀପ ଗଡ଼ ଦେଇ ବର୍ଷାଜଳ ନିଷ୍କାସନର ଏହା ଏକମାତ୍ର ମାଧ୍ୟମ ଥିଲା। ୧୯୬୦ରେ କଟକ-ପାରାଦୀପ ରାଜ୍ୟ ରାଜପଥ ନିର୍ମାଣ ବେଳେ ଗଡ଼ ପଞ୍ଚୟତର ପିପ୍ପଳ ଗ୍ରାମଠାରେ ନଦୀ ପଥ ବନ୍ଦ ହୋଇଯାଇଛି। ଫଳରେ ବର୍ଷାଦିନେ ବର୍ଷାଜଳ ନିଷ୍କାସନ ହୋଇପାରୁନି। ଦୀର୍ଘଦିନ ଧରି ଗ୍ରାମର ତଳିଆ ଅଞ୍ଚଳରେ ପାଣି ଜମି ରହୁଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରତିବର୍ଷ ଅଭିଯୋଗ ଜଣାଇବା ସହ ବିକ୍ଷୋଭ ପ୍ରଦିବାଦ ପ୍ରଦର୍ଶନ କରୁଛନ୍ତି। ଏହା ସତ୍ତ୍ୱେ କୌଣସି ସମାଧାନ କରାଯାଉନାହିଁ। ଏବେ ନୂଆ ସରକାରରେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଜଳ ସମ୍ପଦ ମନ୍ତ୍ରୀ ଭାବେ ସ୍ଥାନ ପାଇବା ପରେ ଏହି ପ୍ରସଙ୍ଗ ମୁଣ୍ଡ ଟେକିଛି। ମନ୍ତ୍ରୀ ଦାସଙ୍କୁ ରବିବାର ପାରାଦୀପଠାରେ ସମ୍ବର୍ଦ୍ଧନା ଦେବା ଅବସରରେ ଭୁତମୁଣ୍ଡାଇ ଅଞ୍ଚଳର ଶତାଧିକ ଲୋକ ଏ ସମ୍ପର୍କରେ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଦାସ କହିଛନ୍ତି ଯେ, ମୁଁ ନୂଆ କରି ଦାୟିତ୍ୱ ନେଇଛି। ଏହା ଦୀର୍ଘଦିନର ସମସ୍ୟା। ପ୍ରଥମେ ଏହା ଉପରେ ତର୍ଜମା କରିବି। ଯେହେତୁ ଏହା ଚାଷୀଙ୍କ ପ୍ରସଙ୍ଗ ସହ ଜଡିତ, ତେଣୁ ପ୍ରାଥମିକତା ଆଧାରରେ ସମାଧାନର ବାଟ ବାହାର କରାଯିବ। ସୂଚନାଯୋଗ୍ୟ, ୨୦୦୯-୧୦ରେ କଟକ-ପାରାଦୀପ ରାଜ୍ୟ ରାଜପଥକୁ ସରକାର କଙ୍କ୍ରିଟ କରିଥିଲେ। ହଳଦୀପାଣି ନଦୀ ଅବରୋଧ କରିଥିବା ୧୮୦ ମିଟିର ରାସ୍ତାକୁ ସେତେବେଳେ ଏହି ଲୋକମାନେ ବିରୋଧ କରିବାରୁ ତାହା ଏଯାବତ୍‌ କଙ୍କ୍ରିଟ ହୋଇପାରିନାହିଁ। ତାହା ପିଚୁ ହୋଇ ରହିଛି। ବନ୍ଦର ପ୍ରତିଷ୍ଠା ପୂର୍ବରୁ ପାରାଦୀପ ଚତୁଃପାର୍ଶ୍ୱରେ ଛୋଟ ବଡ଼ ୫୭ଟି ନଦୀ ଥିଲା, ଯାହାର ସୀମା ହେଉଛି କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ାଠାରୁ କୁଜଙ୍ଗ ବ୍ଲକର ସନ୍ତରା ପର୍ଯ୍ୟନ୍ତ। ୨୨୯୯୫ ଏକର ବ୍ୟାପ୍ତ ଉକ୍ତ ନଦୀଗୁଡିକ ଶିଳ୍ପାୟନ ପ୍ରଭାବରେ ଅସ୍ତିତ୍ୱ ହରାଇଲାଣି। ଏବେ କେବଳ ସେହି ନଦୀର ନାମ ଅନୁସାରେ ସ୍ଥାନର ନାମ ରହିଛି। ଯେପରି କି ଅଠରଟି ନଦୀର ବାଙ୍କକୁ ନେଇ ଅଠରବାଙ୍କୀ, ୪ଟି ନଦୀର ମୁହାଣ ଗୋଟିଏ ସ୍ଥାନରେ ଥିବାରୁ ଚଉମୁହାଣି ହୋଇଛି। ନଦୀଗୁଡିକ ଜଟା ପରି ଲମ୍ବି ଆସି ସମୁଦ୍ରରେ ମିଳିତ ହୋଇଥିବାରୁ ଉକ୍ତ ସ୍ଥାନର ନାମ ଜଟାଧାର ମୁହାଣ ହୋଇଛି। ତାଳଦଣ୍ଡା କେନାଲ ସମ୍ପ୍ରସାରଣ ବେଳେ ହଳଦୀପାଣି ନଦୀକୁ ବନ୍ଦ କରାଯାଇ ରାସ୍ତା କରାଯାଇଥିଲା। ସେବେଠାରୁ ତାହା ବନ୍ଦ ରହିଛି। ବଟନଦୀ ପାଖରେ ୩ଟି ତେଲ କମ୍ପାନୀର ଟର୍ମିନାଲ ହେବା ପରେ ଉକ୍ତ ନଦୀ ବିଲୁପ୍ତ ହୋଇଗଲାଣି। ଭୌଗୋଳିକ ସ୍ଥିତି ଓ ଶିଳ୍ପାୟନର ପ୍ରଗତିରେ ଯେଭଳି ପରିବର୍ତ୍ତନ ହେଉଛି ସେଥିରେ ନଦୀ ପଥ ବନ୍ଦ ହେବା ସ୍ବାଭାବିକ ପ୍ରକ୍ରିୟା ହୋଇଗଲାଣି। ତଥାପି ହଳଦୀପାଣି ଭଳି କେତେକ ନଦୀର ପଥ ମୁକ୍ତ ରହିବା ଜରୁରୀ ବୋଲି ଭୁତମୁଣ୍ଡାଇ ସଞ୍ଜୟ ସ୍ବାଇଁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?