ଆଖଣ୍ଡେଳଶ୍ୱର ମହାଦେବଙ୍କ ମନ୍ଦିର ବେଢ଼ାରେ ଆଶ୍ଚର୍ଯ୍ୟଜନିତ ଘଟଣା: କୂଅ ଓ ପୋଖରୀରେ ଭାସୁଛି ୫କେଜିର ପଥର

ନିମାପଡ଼ା,୧୩ା୮(ଡି.ଏନ୍‌.ଏ.)- ନିମାପଡ଼ା ବ୍ଲକ ଅନ୍ତର୍ଗତ ଡମ୍ପାଳୋ ଗ୍ରାମପଞ୍ଚାୟତର ଆଶାପୂରଣ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଆଖଣ୍ଡେଳଶ୍ୱର ମହାଦେବଙ୍କ ମନ୍ଦିର ବେଢ଼ାରେ ଥିବା ଏକ କୂଅରେ ପ୍ରାୟ ୫କେଜିର ଓଜନର ଏକ ସିମେଣ୍ଟ ପଥର ଭାସୁଥିବାର ଦେଖାଯାଇଛି। ଏଭଳି ବିରଳ ଦୃଶ୍ୟ ଦେଖିବାକୁ ଆଶାପୂରଣ ଗ୍ରାମକୁ ଲୋକଙ୍କ ଭିଡ ଜମିବାରେ ଲାଗିଛି। ଏହା ଏକ ଅଲୌକିକ ତଥା ପ୍ରଭୁ ଆଖଣ୍ଡେଶ୍ୱର ମହାଦେବଙ୍କ ମହିମାରୁ ଘଟିଥିବା ମନ୍ଦିର ପୂଜକ ସୁରେନ୍ଦ୍ରନାଥ ପଣ୍ଡା, ବିଶ୍ୱଜିତ ପଣ୍ଡା,ଗ୍ରାମର ବିକେଇଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କ୍ଷେତ୍ରମୋହନ ବେହେରା ପ୍ରମୁଖ କହିଛନ୍ତି। ମନ୍ଦିର ବେଢ଼ା ରାସ୍ତାପାର୍ଶ୍ୱରେ ପଡିଥିବା ଏହି ପଥରଟିକୁ ପ୍ରଥମେ ଗ୍ରାମର କୃଷ୍ଣଚନ୍ଦ୍ର ସେନାପତି ଓ ମନୋରଞ୍ଜନ ସେନାପତି ଆଣି ଗ୍ରାମର ବଡ ପୋଖରୀରେ ପକାଇଦେଇଥିଲେ। ମାତ୍ର ପଥରଟି ପୋଖରୀରେ ବୁଡିବା ବଦଳରେ ଭାସୁଥିବାର ଦେଖି ଉଭୟେ ଚକ୍କିତ ହୋଇଯାଇଥିଲେ। ଏ ବିଷୟରେ ସେମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମର ଅଧିକାଂଶ ଲୋକ ଆସି ଦେଖିଥିଲେ। ପରେ ପଥରଟିକୁ ଆଣି ଓଜନ କଲାବେଳେ ୪କିଲୋ ୮୫୦ଗ୍ରାମ ଥିଲା। ଗ୍ରାମବାସୀ ପଥରଟିକୁ ମହାଦେବଙ୍କ ପୀଠରେ ଥିବା କୂଅରେ ପକାଇ ଦେଇଥିଲେ। ହେଲେ କୂଅରେ ଗଭୀର ପାଣିରେ ମଧ୍ୟ ଅନୁରୂପ ଭାବେ ପଥରଟି ଭାସିବାରେ ଲାଗିଥିଲା। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଥିବାବେଳେ ଏହା କୌଣସି ଅଦ୍ଭୂତ ପଥର ହୋଇଥାଇପାରେ ବୋଲି କଥାହେଉଥିବାର ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri