ଆକ୍ରମଣ କଲେ ପରିଣାମ ଭୋଗିବ

ଓ୍ବାଶିଂଟନ/ନ୍ୟୁୟର୍କ,୧୨ା୯ (ଏଏଫ୍‌ପି): ଆତଙ୍କବାଦୀମାନେ ଆମେରିକା ଉପରେ ଆକ୍ରମଣ କଲେ ସାଂଘାତିକ ପରିଣାମ ଭୋଗିବେ। ସେହିପରି ତାଲିବାନ ଉପରେ ସବୁଠୁ ବଡ଼ ଆକ୍ରମଣ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ଚେତାବନୀ ଦେଇଛନ୍ତି।
ଠିକ ଅଠର ବର୍ଷ ତଳେ ଆମେରିକା ଉପରେ ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ଆକ୍ରମଣ କରିଥିଲା। ଏଥିରେ ପ୍ରାଣ ହରାଇଥିବା ପ୍ରାୟ ୩,୦୦୦ ଲୋକଙ୍କୁ ବୁଧବାର ଆମେରିକାବାସୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୨୦୦୧ରେ ହୋଇଥିବା ଏହି ଘାତକ ଆକ୍ରମଣକୁ ନ୍ୟୁୟର୍କସ୍ଥିତ ଜାତୀୟ ସେପ୍ଟେମ୍ବର ୧୧ ସ୍ମାରକୀରେ ପୀଡ଼ିତଙ୍କ ପରିବାର, ପୋଲିସ ଅଧିକାରୀ, ଅଗ୍ନିଶମ ବାହିନୀ ଓ ନେତାମାନେ ଉପସ୍ଥିତ ରହି ମନେପକାଇଛନ୍ତି। ସେମାନେ ପୂର୍ବାହ୍ନ ୮ଟା ୪୬ରୁ ୯ଟା ୩ ମିନିଟ ପର୍ଯ୍ୟନ୍ତ (ନର୍ଥ ଓ ସାଉଥ୍‌ ଟାଓ୍ବାରରେ ଆକ୍ରମଣ ସମୟ) ନୀରବ ପ୍ରାର୍ଥନା କରିଛନ୍ତି। ଆମତ୍ୀୟ ସ୍ବଜନଙ୍କୁ ହରାଇଥିବା ଲୋକେ ପ୍ଳାକାର୍ଡ ଧରି ସ୍ମାରକୀସ୍ଥଳରେ ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଆମେରିକାର ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଛି।
ଆକ୍ରମଣରେ ନିହତଙ୍କ ସମ୍ମାନରେ ହ୍ବାଇଟ୍‌ ହାଉସ୍‌ ଉପରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସ୍ତ୍ରୀ ଫାର୍ଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ ପୀଡ଼ିତଙ୍କ ପରିବାରକୁ ସ୍ବାଗତ କରି ନୀରବ ପ୍ରାର୍ଥନା କରିଛନ୍ତି। ପରେ ଟ୍ରମ୍ପ୍‌ ପେଣ୍ଟାଗନ ଯାଇ ସେଠାରେ ମୃତକଙ୍କୁ ସମ୍ମାନ ଜଣାଇଛନ୍ତି। ସେ ଏହାକୁ ‘ପାଟ୍ରିୟଟ୍‌ ଡେ’ ବାର୍ଷିକୀ ଭାବେ ପାଳନ କରି କହିଛନ୍ତି, ଆମେରିକାର ଶକ୍ତି, ସାହସ ଓ ସହାନୁଭୂତି କେବେ ଅସ୍ଥିର ହୋଇନାହିଁ। କ୍ୟାପିଟଲ ହିଲ୍‌ରେ କଂଗ୍ରେସ ସଦସ୍ୟମାନେ ନୀରବ ପ୍ରାର୍ଥନା କରିଥିବାବେଳେ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଶାଙ୍କ୍‌ସଭିଲ୍ଲେରେ ଉଦ୍‌ବୋଧନ ଦେଇଛନ୍ତି।
୨୦୦୧ ସେପ୍ଟେମ୍ବର ୧୧ରେ ଓସାମା ବିନ୍‌ ଲାଡେନ୍‌ଙ୍କ ନେତୃତ୍ୱାଧୀନ ଅଲ୍‌-କାଏଦା ୪ଟି ବିମାନକୁ ଅପହରଣ କରିନେଇଥିଲା। ଅପହୃତ ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ ପେଣ୍ଟାଗନକୁ ଧକ୍କା ଦେଇଥିଲା। ଫଳରେ ୨,୯୯୬ ନିହତ ହୋଇଥିବାବେଳେ ୬,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହାସହ ୧୦ ବିଲିୟନ୍‌ ଡଲାରର ଭିତ୍ତିଭୂମି ଓ ସମ୍ପତ୍ତି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri