ଆକ୍ଟ୍ରେସ୍‌ ହେବା ନିଷ୍ପତ୍ତିରେ ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ ସନ୍ତୁଷ୍ଟ

ପାଠପଢ଼ା ଆଉ ଅଭିନୟ – ଏହି ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ନେଇ ଆଗେଇ ଚାଲିଛନ୍ତି ନବାଗତା ଆହାନା । ଡେବ୍ୟୁ ଫିଲ୍ମ ‘ଭରବ’ ପରେ ତାଙ୍କ ଅଭିନୀତ ଅନ୍ୟତମ ଫିଲ୍ମ ‘ବ୍ଲାକ୍‌ମେଲ୍‌’ ଗତବର୍ଷ ରିଲିଜ ହୋଇଥିଲା । ନିଜ ରିଲ୍‌ ଏବଂ ରିୟଲ ଲାଇଫ ସମ୍ପର୍କରେ ପାଞ୍ଚଟି କଥା…

-ଅଭିନେତ୍ରୀ ହେବାର ନିଷ୍ପତ୍ତି ନିଜକୁ କେତେ ଆତ୍ମତୃପ୍ତି ଦେଇଛି ?
ହେବି ଆଉ ଓଡ଼ିଆ ସିନେମାରେ ଏହାକୁ କ୍ୟାରିୟର କରିବି-ମୋର ଏଭଳି ଡିସିସନ୍‌ରେ ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ ସନ୍ତୁଷ୍ଟ। ଏବେ ତ ପାଠପଢ଼ା ଚାଲିଛି। ତେଣୁ ମୋତେ ବାଲାନ୍ସ କରି ଚଳିବାକୁ ପଡୁଛି।
-ଅବସର ମିଳିଲେ କ’ଣ କରନ୍ତି ?
ଓ ହୋ, ଅବସର ! କୁହନ୍ତୁନି। ବର୍ତ୍ତମାନ ମୋର ଟାଇଟ ଶିଡ୍ୟୁଲ। ପାଠପଢ଼ା ଚାଲିଛି ପୁଣି ତା’ ସହ ଆକ୍ଟିଂ। ପୁଣି ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ ଏକ୍ସରସାଇଜ। ଯେତେବେଳେ ମୋତେ ଅବସର ମିଳେ ମୁଁ ଶୋଇବାକୁ ପସନ୍ଦ କରେ। କିଛି ସମୟ ଶୋଇ ପଡିଲେ କି ଶାନ୍ତି! ଅନ୍ୟପକ୍ଷରେ ଅବସର ମିଳିଲେ ମୁଁ ୟୁ ଟ୍ୟୁବ୍‌ରେ ଭଲ ଭଲ ମେକ୍‌ଅପ ଷ୍ଟାଇଲ, ପେଣ୍ଟିଂ, ଡେୟାରଡେଭିଲ ଗେମ୍‌ ଦେଖିଥାଏ। ସବୁଠାରୁ ଖାସ୍‌ କଥା ହେଲା ସମୟ ମିଳିଲେ ମୁଁ ଲଙ୍ଗ୍‌ ଡ୍ରାଇଭରେ ବାହାରିଯାଏ। ଏକୁଟିଆ ରାସ୍ତାରେ ମନ ପସନ୍ଦର ଗୀତ ଶୁଣି ଗାଡି ଚଲାଇବାର ମଜା ନିଆରା।
-କେବେ ମିଛ କହିଛନ୍ତି ?
ମିଛ କହିବା ପିଲାଦିନେ ମୋର ଏକ ଅଭ୍ୟାସ ଥିଲା। କେଉଁଠି ଭୁଲ୍‌ କରିଥିବି ତାକୁ ଲୁଚାଇବାକୁ ମିଛ କହେ। ଲୁଚାଇ କିଛି ଖାଇଦେଇଥିବି, ମୋତେ ପଚାରିଲେ ମୁଁ କୁହେ-ମୁଁ ଖାଇନି କି ଜାଣିନି। ତା’ ପରେ କେତେ ଥର ପରିସ୍ଥିତିର ସାମନା କରି ମିଛ କହିଛି। ହେଲେ ବଡ଼ ହେବା ପରେ ଜାଣିପାରିଲି ଯେ ମିଛ କହିବା ସବୁଠାରୁ ବଡ଼ ଭୁଲ୍‌।
-ଏ ପର୍ଯ୍ୟନ୍ତ କିଛି ଅବସୋସ ରହିଛି କି ?
ଅବସୋସ ତ ନିଶ୍ଚୟ ରହିଛି। ମୋ ଆକ୍ଟିଂ ଲାଇଫକୁ ନେଇ ବଡ଼ ଆଶା ରହିଛି। କେବଳ ଓଡ଼ିଆ ସିନେମା ନୁହେଁ, ହିନ୍ଦୀ କିମ୍ବା ଅନ୍ୟ ପ୍ରାନ୍ତୀୟ ଭାଷାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ରରେ ମୋତେ ଯଦି ସେପରି ଭଲ ସୁଯୋଗ ମିଳେ ତେବେ ତାହାକୁ କେବେ ହାତଛଡା କରିବି ନାହିଁ। ମୁଁ ନିଜକୁ କେବଳ ରୋମାଣ୍ଟିକ ରୋଲ୍‌ରେ ସୀମିତ କରି ରଖିବାକୁ ଚାହେଁନା। ମୁଁ ଅପରାଜିତା, ମହାଶ୍ୱେତାଙ୍କ ପରି ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବାକୁ ଚାହେଁ, ଯାହାକୁ ଦର୍ଶକ ସବୁବେଳେ ମନେରଖିବେ।
-କିପରି ବ୍ୟକ୍ତିଙ୍କୁ ଜୀବନସାଥୀ ଭାବରେ ଚଏସ୍‌ କରିବେ ?
ଏକଥା ଏବେ ମୁଁ ଚିନ୍ତା କରିନି। ଯେତେବେଳେ ସମୟ ଆସିବ, ତାହା ମୁଁ ସମ୍ପୂର୍ଣ୍ଣ ଭାବରେ ମୋ ମା’-ବାପାଙ୍କ ଉପରେ ଛାଡ଼ିଦେଇଛି। ତଥାପି ସେହି ବ୍ୟକ୍ତି, ଯାହାଙ୍କ ସହ ମୁଁ ବାକି ଜୀବନ କଟାଇବି, ସେ ପ୍ରଥମେ ଭଦ୍ର, ନମ୍ର ସ୍ବଭାବ ତଥା ସୋବର ପର୍ସନାଲିଟିର ହୋଇଥିବେ। ମୋତେ ଖୁସିର ମାହୋଲରେ ରଖିପାରୁଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri