ଆକର୍ଷିତ କରୁଛି ମେଘମାଳ କାଞ୍ଜିପାଣି ଘାଟି

କେନ୍ଦୁଝର, ୨।୮(ସ୍ବ.ପ୍ର.)- ସମସ୍ତେ ହିଲ୍‌ ଷ୍ଟେଶନରେ ଛୁଟି କାଟିବାକୁ ଭଲ ପାଆନ୍ତି। କିଏ ମସୌରୀ, ଦାର୍ଜିଲିଂ ତ ଆଉ କିଏ କୁଲୁ, ମନାଲି। ଏହି ପାହାଡ଼ିଆ ପର୍ବତଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଭଲ ଲାଗେ। ଦୈନନ୍ଦିନ ଜୀବନରୁ କିଛି କ୍ଷଣ ଏହି ପରିବେଶରେ କଟାଇଲେ ସବୁ ଟେନ୍‌ସନ ଦୂର ହୋଇଥାଏ। ତେବେ ଏହିପରି ଆମ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନ ରହିଛି। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ସେସବୁର ବିକାଶ କରାଯାଉନାହିଁ। କେନ୍ଦୁଝର ଜିଲାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା କାଞ୍ଜିପାଣି ଘାଟିର ମନୋରମ ଦୃଶ୍ୟ ପର୍ଯ୍ୟଟକ ତଥା ଯାତାୟାତ କରୁଥିବା ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ବିଶେଷକରି ବର୍ଷାଦିନେ କୁହୁଡିଆ ପରିବେଶ ସାଙ୍ଗକୁ ସବୁଜ ପାହାଡ଼ ଦେହରେ ଭାସମାନ ବାଦଲର ଅପୂର୍ବ ଦୃଶ୍ୟ ସହିତ ବର୍ଷାକୁ ଉପଭୋଗ କରିବାକୁ କିଛି କ୍ଷଣ ପର୍ଯ୍ୟଟକ ଅଟକି ଯାଇଥାନ୍ତି। ଭାସମାନ ବାଦଲର ସ୍ପର୍ଶକୁ ଅନୁଭବ କରି ପର୍ଯ୍ୟଟକ ଆନନ୍ଦ ନେଇଥାନ୍ତି। ତେବେ ଏହି ଘାଟିରେ ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ପର୍ଯ୍ୟଟକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଗଲେ ଅଧିକ ଆକୃଷ୍ଟ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି।
ରାସ୍ତା ପ୍ରଶସ୍ତୀକରଣ ପାଇଁ ବହୁ ଜଙ୍ଗଲ ଓ ଝରଣା କ୍ଷତିଗ୍ରସ୍ତ ହୋଇଛି ା ସେହିପରି ପୋଡୁ ଚାଷ, ଜଙ୍ଗଲ ନଷ୍ଟ, ପ୍ରାକୃତିକ ଜଙ୍ଗଲ ନଷ୍ଟ କରି ବନୀକରଣ ଆଦି ଯୋଗୁ ଏହା କ୍ଷତିଗ୍ରସ୍ତ ହୋଇଛି। ଏହି ଘାଟିରେ ପାଖାପାଖି ୧୦ରୁ ଊର୍ଦ୍ଧ୍ୱ ଆଦିବାସୀ ଗ୍ରାମ ରହିଛି। ସେମାନଙ୍କ ଲାଗି କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ ନ ଥିବାରୁ ସେମାନେ ଜଙ୍ଗଲ ଉପରେ ନିର୍ଭରଶୀଳ ହେବାରୁ ଜଙ୍ଗଲ ପଦା ହେବାକୁ ବସିଛି। ତଥାପି ବର୍ଷାଦିନେ ସବୁଜ ପରିବେଶ ଏବଂ ମେଘମାଳ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ସେହିପରି ଏହା ନିକଟରେ ଥିବା ଝରଣାର ପାଣି ସମସ୍ତଙ୍କୁ ବିମୋହିତ କରିଥାଏ। ଶୀତଋତୁରେ ସବୁଜ ଘାଟିରେ କୁହୁଡିଆ ପରିବେଶ ବେଶ୍‌ ରୋମାଞ୍ଚକର। କାଞ୍ଜିପାଣି ଘାଟିରୁ ଜଗମୋହନପୁର ଏନ୍‌ଏଚ୍‌-୪୯ ରାସ୍ତାରେ ୧୯ କି.ମି. ଦୀର୍ଘ ଏବଂ କାଞ୍ଜିପାଣିରୁ ପଣସନସା ଦେଇ ତେଲକୋଇ ରାସ୍ତାରେ ପାଖାପାଖି ୮ କି.ମି. ଦୀର୍ଘ ଜଙ୍ଗଲ ଓ ପାହାଡ଼ ଦେଇ ଯାଇଥିବା ଅଙ୍କାବଙ୍କା ରାସ୍ତା ଅନେକଙ୍କୁ ଆକୃଷ୍ଟ କରିଥାଏ ା ରାସ୍ତାକାମ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଘର ସହିତ ଓ୍ବାଚ୍‌ ଟାଓ୍ବାର ଇତ୍ୟାଦି ନିର୍ମାଣ କରାଗଲେ ଏହା ମସୌରୀ ଓ ଦାର୍ଜିଲିଂ ଭଳି ବେଶ୍‌ ପ୍ରସିଦ୍ଧି ଲାଭ କରିପାରିବ ବୋଲି ମତପ୍ରକାଶ ପାଉଛି। ଏହି ରାସ୍ତାରେ ଥିବା ଝରଣା, ନଦୀ ନାଳଗୁଡ଼ିକର ସୁରକ୍ଷା ସହ ବିକାଶ କରାଗଲେ ଏହା ଅଧିକ ଲୋକଙ୍କୁ ଆକୃଷ୍ଟ କରିପାରିବ। ଏହାର ବିକାଶ ହେଲେ ଏହି ଅଞ୍ଚଳରେ ରହୁଥିବା ଜିଲାର ପୁରାତନ ଜନଜାତି ଜୁଆଙ୍ଗ ଓ ଭୂୟାଁ ଗ୍ରାମଗୁଡିକ ବାସିନ୍ଦା ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି। ଏହାଦ୍ୱାରା ରାସ୍ତାକଡ଼ରେ ଢାବା, ହୋଟେଲ, ରେଷ୍ଟୁରାଣ୍ଟ ଗଢ଼ିଉଠିବ ା ଏଣୁ ପ୍ରଶାସନ ବିଭିନ୍ନ ବିଭାଗର ସମନ୍ବୟରେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଡ. ବିମ୍ବାଧର ବେହେରା, ପରିବେଶବିତ୍‌ କହିଛନ୍ତି। ଏଠାରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ରହିବା ପାଇଁ କଟେଜ୍‌ ନିର୍ମାଣ ପାଇଁ ଦୀର୍ଘବର୍ଷ ହେଲା ନିଷ୍ପତ୍ତି ହୋଇଥିଲେ ହେଁ ଅଦ୍ୟାବଧି ତାହ କାର୍ଯ୍ୟକାରୀ ହୋଇନାହିଁ ା ଏହା କାର୍ଯ୍ୟକାରୀ ହେଲେ ବହୁ ପର୍ଯ୍ୟଟକ ରାତ୍ରିଯାପନ କରି ଏହାର ମନୋରମ ଦିନ ଓ ରାତିର ଦୃଶ୍ୟକୁ ଉପଭୋଗ କରିପାରିବେ ବୋଲି ମତପ୍ରକାଶ ପାଉଛି। ସେହିପରି କାଞ୍ଜିପାଣି ଘାଟି ଦେଇ ଯାଇଥିବା କାଞ୍ଜିପାଣି-ତେଲକୋଇ ରାସ୍ତା ଓ କାଞ୍ଜିପାଣି-ଜଗମୋହନପୁର ଜାତୀୟ ରାଜପଥ ୪୯କୁ ସଂଯୋଗ କରି କେବୁଲ କାର ବ୍ୟବସ୍ଥା କରାଗଲେ ଲୋକମାନେ ଆକାଶମାର୍ଗରୁ ପାହାଡ଼ ଓ ଜଙ୍ଗଲର ଦୃଶ୍ୟକୁ ବେଶ୍‌ ଉପଭୋଗ କରିପାରିବେ ବୋଲି ମତ ପ୍ରକାଶ ପାଉଛି ା ଏହାଛଡ଼ା ଗ୍ରାମାଞ୍ଚଳରେ ପାରମ୍ପରିକ ବନବାସୀଙ୍କ ଚାଙ୍ଗୁ ନୃତ୍ୟକୁ ମଧ୍ୟ ପର୍ଯ୍ୟଟକ ଉପଭୋଗ କରିପାରିବେ ବୋଲି ମତପ୍ରକାଶ ପାଉଛି ା
ଫଟୋ-କେଜେଆର କାଞ୍ଜିପାଣିର ଅପୂର୍ବ ଦୃଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri