ଆକର୍ଷିତ କରିପାରିଲାନି ବଡ଼ ବଡ଼ ଇଭେଣ୍ଟ: ବିଦେଶୀ ପର୍ଯ୍ୟଟକ ଆଗମନ ହାର କମିଲା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଭାରତ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଏକ ବିଶେଷ ସ୍ଥାନ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳାଭୂମି ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବିଗତ କେତେବର୍ଷ ଧରି ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏତେ ସବୁ ପରେ ବି ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟୁନାହିଁ। ଯଦି ବର୍ଷକୁ ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ବୃଦ୍ଧି ହାର ଦେଖାଯାଏ, ତାହେଲେ ଏହା ଗତବର୍ଷ ଅପେକ୍ଷା ଚଳିତବର୍ଷ କମିଥିବା ଜଣାପଡ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୧୬-୧୭ ବର୍ଷରେ ରାଜ୍ୟକୁ ଯେତିକି ବିଦେଶୀ ପର୍ଯ୍ୟଟକ ଆସିଥିଲେ, ୨୦୧୭-୧୮ରେ ସେଥିରେ ୩୨.୯୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ହେଲେ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ମାତ୍ର ୧୦.୪୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ରାଜ୍ୟକୁ କ’ଣ ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟ ସରକାର ମାଳମାଳ କାର୍ଯ୍ୟକ୍ରମ କରୁଛନ୍ତି। ବିଶେଷକରି ୨୦୧୮-୧୯ ବର୍ଷରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ସର୍ବାଧିକ କାର୍ଯ୍ୟକ୍ରମ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଇଭେଣ୍ଟ୍‌ର ଆୟୋଜନ କରାଯାଇଛି। ପୁରୁଷ ହକି ବିଶ୍ୱକପ୍‌, ଇଣ୍ଟରନ୍ୟାଶନାଲ ଟେନିସ୍‌ ମିଟ୍‌, ଏସିଆ ରଗ୍‌ବି ଚାମ୍ପିୟନଶିପ୍‌ ଭଳି ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପାଇଁ ବାଟ ଖୋଲିଛି। ଏହାବ୍ୟତୀତ ରୋଡ୍‌ ଶୋ’, ଫ୍ୟାମ୍‌ ଟ୍ରିପ୍‌, ଟ୍ରାଭେଲ ଓ ଟ୍ରେଡ୍‌ ବଜାର ଆଦିର ଆୟୋଜନ କରି କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିଭଳି ବ୍ରାଣ୍ଡିଂ ଏବଂ ବିଜ୍ଞାପନରେ ମଧ୍ୟ ପ୍ରଚୁର ଅର୍ଥ ବ୍ୟୟ ହୋଇଛି। ହେଲେ ଏତେସବୁ ପରେ ବି ଫଳ ଶୂନ। ୨୦୧୮-୧୯ ବର୍ଷରେ ରାଜ୍ୟକୁ ମାତ୍ର ୧,୧୩,୭୨୧ ବିଦେଶୀ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। ଏହିବର୍ଷ ଭାରତ ଭ୍ରମଣରେ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ଏକ ପ୍ରତିଶତ ବି ଓଡ଼ିଶା ଆସିନାହାନ୍ତି। ଷ୍ଟାଣ୍ଡିଂ କମିଟି ରିପୋର୍ଟ ମୁତାବକ, ୨୦୧୪-୧୫ ବର୍ଷ ଓଡ଼ିଶାକୁ ୭୨,୨୧୫ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ସେହିଭଳି ୨୦୧୫-୧୬ରେ ମାତ୍ର ୬୭, ୩୬୪ ଏବଂ ୨୦୧୬-୧୭ରେ ୭୭, ୪୯୬ ବିଦେଶୀ ଓଡ଼ିଶା ବୁଲିବାକୁ ଆସିଥିଲେ। ଏହିବର୍ଷ ବିଦେଶୀଙ୍କ ଆାଗମନରେ ୧୫.୦୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ତେବେ ୨୦୧୭୧-୧୮ ବର୍ଷ ରାଜ୍ୟକୁ ଲକ୍ଷାଧିକ ଅର୍ଥାତ୍‌ ୧,୦୨,୯୯୫ ପର୍ଯ୍ୟଟକ ଆସିଥିବା ବେଳେ ଏହିବର୍ଷ ସର୍ବାଧିକ ୩୨.୯୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଏଥିପାଇଁ ଉଭୟ ରାଜ୍ୟ ସରକାର ଏବଂ ପର୍ଯ୍ୟଟନ ବିଭାଗ ବେଶ୍‌ ବାହାବା ନେଇଥିଲେ। ଏହାପରେ ୨୦୧୮-୧୯ ବର୍ଷରେ ଯେପରି ବିଦେଶୀ ପର୍ଯ୍ୟଟକ ଆଗମନରେ ଅହେତୁକ ବୃଦ୍ଧିହେବ ସେଥିପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଥିଲା। ଏପରିକି ୨୦୨୦ ସୁଦ୍ଧା ୨.୫କୋଟି ପର୍ଯ୍ୟଟକଙ୍କୁ ଆଣିବା ପାଇଁ ଲକ୍ଷ୍ୟ ରଖିଥିଲା ପର୍ଯ୍ୟଟନ ବିଭାଗ। ହେଲେ ୨୦୧୮-୧୯ରେ ମାତ୍ର ୧,୧୩,୭୨୧ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ, ଯାହାକି ମାତ୍ର ୧୦.୪୧ ପ୍ରତିଶତ। ଅନ୍ୟପକ୍ଷରେ ଡୋମେଷ୍ଟିକ୍‌ ତଥା ଦେଶ ମଧ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ବୃଦ୍ଧି ଅନୁପାତରେ ମଧ୍ୟ ହ୍ରାସ ପାଇଛି। ୨୦୧୭-୧୮ରେ ଦେଶୀୟ ପର୍ଯ୍ୟଟକଙ୍କ ଆଗମନ ୮.୭୬ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୨୦୧୮-୧୯ରେ ୮.୭୫ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ମୋଟ ପର୍ଯ୍ୟଟକ ବୃଦ୍ଧି ଅନୁପାତ ମଧ୍ୟ ହ୍ରାସପାଇଛି। ଗତବର୍ଷ ପର୍ଯ୍ୟଟକ ଆଗମନରେ ୮.୯୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୨୦୧୮-୧୯ରେ କିନ୍ତୁ ୮.୭୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭-୧୮ରେ ଓଡ଼ିଶାକୁ ୧,୪୩,୬୪,୫୪୧ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୮-୧୯ରେ ୧,୫୬,୨୩,୨୫୦ ପର୍ଯ୍ୟଟକ ଆସିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ତେବେ ରାଜ୍ୟରେ ଥିବା ୩୫୭ ପର୍ଯ୍ୟଟନସ୍ଥଳୀରେ ବିପର୍ଯ୍ୟସ୍ତ ଭିତ୍ତିଭୂମି, ପର୍ଯ୍ୟଟକଙ୍କ ଲାଗି ମୌଳିକ ସୁବିଧା ସୁଯୋଗର ଅଭାବ, ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅବହେଳା ଓ ଅନ୍ତର୍ଜାତୀୟ ବିମାନ ସେବା ନ ଥିବା ପର୍ଯ୍ୟଟକ ସଂଖ୍ୟା ହ୍ରାସର ପ୍ରମୁଖ କାରଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri