ଆଉ ଥରେ ଜନ୍ମ ନେଲେ ଜଣେ ଦରଦୀ ଚିକିତ୍ସକ ହେବି

ଡାକ୍ତର ଦୀନବନ୍ଧୁ ସାହୁଙ୍କ ଜନ୍ମ ଅନୁଗୋଳ ଜିଲା ଛେଣ୍ଡିପଦାରେ। ସେ ଏକଧାରରେ ଜଣେ ଚିତ୍ରଶିଳ୍ପୀ,କବି,ଅଭିନେତା ଓ ବେହେଲା ବାଦକ। ପ୍ରାଚୀନ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା ପ୍ରତି ରୁଚି ରଖୁଥିବା ଦୀନବନ୍ଧୁ ପାଲା ପରିବେଷଣ କରିବାକୁ ଭଲ ପାଆନ୍ତି। କଳାହାଣ୍ଡି ଜିଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାରେ ଅବସ୍ଥାପିତ ଏହି ଭେଷଜ ବିଶେଷଜ୍ଞଙ୍କ ନିଜକଥା ସମ୍ପର୍କରେ…

ସକାଳ କେମିତି ଆରମ୍ଭ ହୁଏ ?
ସକାଳ ପ୍ରାୟ ୬ଟା ପୂର୍ବରୁ ଶଯ୍ୟାତ୍ୟାଗ କରେ। ନିତ୍ୟକର୍ମ ସରିବା କରେ କିଛି ସମୟ ପ୍ରାତଃ ଭ୍ରମଣ ଏବଂ ଶାରୀରିକ ବ୍ୟାୟାମ କରେ। ସକାଳ ୮ଟାରୁ ବୃତ୍ତିଗତ ଜୀବନ ଆରମ୍ଭ ହୋଇଯାଏ।
କେଉଁ ଖାଦ୍ୟରେ ରୁଚି ରଖନ୍ତି ?
ଆଳୁ, ବାଇଗଣ, ଟମାଟୋ ପୋଡା, ବଡିଚୁରା ସହିତ ଦହି ପଖାଳ ମୋର ଅତି ପ୍ରିୟ।
ପ୍ରଥମ ଦରମା କ’ଣ କରିଥିଲେ ?
ନବରଙ୍ଗପୁର ଜିଲା ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମୋର ଡାକ୍ତରୀ ଚାକିରି ଆରମ୍ଭ ହୋଇଥିଲା। ପ୍ରଥମ ଦରମା ୪୦୪୨ ଟଙ୍କା ପାଇଥିଲି। ପିଲାଦିନରୁ ବେହେଲା ବାଦନ ପ୍ରତି ମୋର ଦୁର୍ବଳତା ଥିଲା। ମୁଁ ରାୟପୁରରୁ ସେହି ଟଙ୍କାରେ ବେହେଲା କିଣିଥିଲି , ଯାହା ଆଜି ଯାଏଁ ମୋର ସୁଖଦୁଃଖର ସାଥୀ ହୋଇ ରହିଛି।
ସିନେମା ଦେଖନ୍ତି କି ?
ହଁ, ତୃତୀୟ ଶ୍ରେଣୀରେ ପଢ଼ିବା ବେଳେ ବାପାଙ୍କ ସହ ଏକ ହିନ୍ଦୀ ସିନେମା ଦେଖିବାକୁ ସୁଯୋଗ ପାଇଥିଲି। କଳାମତ୍କ, ଉଚ୍ଚମୂଲ୍ୟବୋଧଭିତ୍ତିକ ସିନେମା ମୋତେ ଭଲ ଲାଗେ।
କେଉଁ କାମରେ ଆଗ୍ରହ ରହିଛି ?
ଡାକ୍ତରୀ ବୃତ୍ତିକୁ ବାଦ୍‌ ଦେଲେ ଚିତ୍ର ଆଙ୍କିବା, ଅଭିନୟ, ସାହିତ୍ୟ , ବହୁବିଧ ସ୍ବରାନୁକରଣ, ବେହେଲା ବାଦନ ଆଦି ପ୍ରତି ମୋର ଆଗ୍ରହ ଓ ରୁଚି ରହିଛି।
କେଉଁ ରଙ୍ଗ ପସନ୍ଦ କରନ୍ତି?
ଜଣେ ଚିତ୍ରଶିଳ୍ପୀ ଭାବେ ସବୁ ରଙ୍ଗ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆବଶ୍ୟକ ତଥା ସ୍ଥଳ ଓ ପ୍ରସଙ୍ଗ ବିଶେଷରେ ପ୍ରତିଟି ରଙ୍ଗର ମହତ୍ତ୍ୱ ଭିନ୍ନ ଭିନ୍ନ। ତେବେ ସବୁଜ ରଙ୍ଗ ମୋର ପ୍ରିୟ।
ପନତ୍ୀଙ୍କର କେଉଁ ଗୁଣ ଭଲ ଲାଗେ ?
ମୋ ପନତ୍ୀ ନିବେଦିତା ଜଣେ ଚକ୍ଷୁ ବିଶେଷଜ୍ଞା। ଅପେକ୍ଷାକୃତ ସେ ମୋ ଠାରୁ ଟିକିଏ ଅଧିକ ବାସ୍ତବବାଦୀ। ତାଙ୍କର ସ୍ପଷ୍ଟବାଦିତା, ନିର୍ଭୀକତା, ପରିବାର ପ୍ରତି ତ୍ୟାଗ ଓ ସ୍ନେହ ମନୋଭାବ ମୋତେ ଅତି ଭଲ ଲାଗେ।
ଜୀବନର କିଛି ଅଭୁଲା ସ୍ମୃତି ?
୨୦୧୪ ମସିହାରେ ଶ୍ରୀକ୍ଷେତ୍ରରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଲଳିତ କଳା ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ନୀଳଚକ୍ରର ଶୀର୍ଷକ ସର୍ବଭାରତୀୟ ଚିତ୍ରକଳା ଶିବିରରେ ଅଂଶଗ୍ରହଣ ମୋ ଜୀବନର ଏକ ଅଭୁଲାସ୍ମୃତି। ଚିତ୍ରଶିଳ୍ପୀ ବୁଝା ପ୍ରସାଦ ଦାସ, ଯତୀନ ଦାସ, ରାମଚନ୍ଦ୍ର ଜେବୀ ପ୍ରମୁଖ ଶିଳ୍ପୀଙ୍କ ସହ ଏକାଠି ହେବାର ଏକ ଅପ୍ରତ୍ୟାଶିତ ସୌଭାଗ୍ୟ ଥିଲା।
ଆର ଜନ୍ମରେ କ’ଣ ହେବାକୁ ଚାହାନ୍ତି ?
କଷ୍ଟସାଧ୍ୟ ହେଲେ ବି ଡାକ୍ତରୀ ବୃତ୍ତି ମହନୀୟ। ମାନବ ସେବା ହିଁ ମାଧବ ସେବା। ଆଉ ଥରେ ଜନ୍ମ ହେଲେ ଜଣେ ଦକ୍ଷ, ଦରଦୀ, ମାନବବାଦୀ ଚିକିତ୍ସକ ହେବାକୁ ଚାହୁଁଛି।
-ସଞ୍ଜୀବ କୁମାର ଯୋଷୀ


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri