ଆଉ ଠକିପାରିବେନି ଅଧ୍ୟାପକ: ୭ଘଣ୍ଟା କଲେଜରେ ରହିବେ, ୫ ଘଣ୍ଟା ପାଠ ପଢ଼ାଇବେ; ଉପସ୍ଥାନ ୭୫%ରୁ କମିଲେ ପରୀକ୍ଷା ମନା

ଭୁବନେଶ୍ୱର,୩୦ା୬(ବ୍ୟୁରୋ): କଲେଜରେ ଛାତ୍ରୀଛାତ୍ର ଓ ଅଧ୍ୟାପକମାନଙ୍କ ଭଲ ଉପସ୍ଥାନ ଓ ପାଠପଢ଼ାକୁ ଗୁରୁତ୍ୱ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜ ଛାତ୍ରୀଛାତ୍ରମାନଙ୍କ ପାଇଁ ଶ୍ରେଣୀରେ ୭୫% ଉପସ୍ଥାନ ବାଧ୍ୟତାମୂଳକ। ନଚେତ୍‌ ପରୀକ୍ଷା ଦେବାରୁ ବଞ୍ଚତ୍ତ ହେବେ। ସେହିପରି ଅଧ୍ୟାପକଙ୍କର ଓ୍ବାର୍କିଂ ଆଓ୍ବାର ବଦଳିବ। ଅଧ୍ୟାପକମାନେ କଲେଜରେ ୫ଘଣ୍ଟା ପରିବର୍ତ୍ତେ ୭ଘଣ୍ଟା ରହିବେ। ଅଧ୍ୟାପକଙ୍କ ଉପସ୍ଥାନ ମଧ୍ୟ ବାୟୋମେଟ୍ରିକ୍‌ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ। ଖୁବ୍‌ଶୀଘ୍ର ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଶନିବାର ପାନ୍ଥନିବାସଠାରେ ଆୟୋଜିତ ଯୁକ୍ତ୩ କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ମନ୍ତ୍ରୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ସମ୍ମିଳନୀରେ ମନ୍ତ୍ରୀ ସାହୁ କଲେଜର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି। ୟୁଜିସି ନିୟମ ଅନୁଯାୟୀ ଅଧ୍ୟାପକମାନେ ସପ୍ତାହକୁ ୨୫ଟି କ୍ଲାସ୍‌ ଓ ୫ ଘଣ୍ଟା ପାଠପଢ଼ା ପରେ ସରକାରୀ କାର୍ଯ୍ୟ କରିବା ଉଚିତ। କିନ୍ତୁ ଅଧିକାଂଶ ସମୟରେ ୫ ଘଣ୍ଟା ପୂର୍ବରୁ ଅଧ୍ୟାପକମାନେ କଲେଜରୁ ପଳାଇଯାଉଛନ୍ତି। ତେଣୁ କଲେଜଗୁଡ଼ିକରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯାଉଛି। ସବୁ ଡିଗ୍ରୀ କଲେଜରେ ବିଶ୍ୱବ୍ୟାଙ୍କ ଫଣ୍ଡରୁ ବାୟୋମେଟ୍ରିକ୍‌ ମେଶିନ୍‌ ଲଗାଯିବ। ରାଜ୍ୟରେ ୫୨ ସରକାରୀ କଲେଜରୁ ୧୬ଟିରେ ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଛି। ଏହା ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହୁଛନ୍ତି ନା ନାହିଁ ତାହା କଲେଜ ଅଧ୍ୟକ୍ଷ ତଦାରଖ କରିବେ। ଅଧ୍ୟାପନା ବାଦ୍‌ ଗବେଷଣା ଓ ବିଭିନ୍ନ ସରକାରୀ ଯୋଜନାର ସୁଫଳ କିପରି ଛାତ୍ରୀଛାତ୍ରମାନେ ପାଇପାରିବେ ସେ ନେଇ ମଧ୍ୟ କାମ କରିବେ। ଅଧ୍ୟାପକମାନେ ୫ଘଣ୍ଟା ପାଠ ପଢ଼ାଇବା ପରେ ଗବେଷଣା ଓ ଏକାଡେମିକ୍‌ ଡେଭଲପମେଣ୍ଟ କ୍ଷେତ୍ରରେ କାମ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଅଧ୍ୟାପକଙ୍କ ମନଇଚ୍ଛା ଉପସ୍ଥାନକୁ କଲେଜ ଅଧ୍ୟକ୍ଷମାନେ ସ୍ବୀକାର କରିଛନ୍ତି। ସମ୍ମିଳନୀରେ ବିଭାଗୀୟ ଅତିରିକ୍ତ ସଚିବ ପାର୍ଥସାରଥି ମିଶ୍ର ଯୋଗଦେଇ କହିଛନ୍ତି ଯେ, ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ସମସ୍ତ ସରକାରୀ କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନିଯୁକ୍ତ କରାଯିବ। ଗତ ବାର ବର୍ଷ ହେଲା ୫୨ ସରକାରୀ କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନାହାନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓପିଏସ୍‌ସିକୁ ଅନୁରୋଧ କରାଯାଇଛି ବୋଲି ମିଶ୍ର କହିଛନ୍ତି। ସରକାରୀ କଲେଜର ଭିତ୍ତିଭୂମି, ସ୍ମାର୍ଟ କ୍ଲାସ୍‌, ରୁଷା ଅର୍ଥ ଖର୍ଚ୍ଚ, ପରୀକ୍ଷା ପରିଚାଳନା ଭଳି ବିଷୟରେ ଆଲୋଚନା କରାଯାଇଥିଲା। ଯୁକ୍ତ ୩ରେ ଏକକ ପାଠ୍ୟକ୍ରମ ଲାଗୁ ନେଇ ମଧ୍ୟ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri