ଆଇସୋଲେଶନ୍‌ କ୍ୟାମ୍ପରୁ ଛୁଟି ମିଳିବା ଖୁସିରେ ନାଚିଉଠିଲେ ଯୁବତୀ

ନୂଆଦିଲ୍ଲୀ,୧୮।୨: କରୋନା ଭାଇରସ୍‌ ସନ୍ଦେହରେ ଦିଲ୍ଲୀର ଏକ ଆଇସୋଲେଶନ୍‌ କ୍ୟାମ୍ପରେ କିଛି ଯୁବତୀ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ଓ ଘରକୁ ଫେରିବା ଖୁସିରେ ସେମାନେ ଉକ୍ତ କ୍ୟାମ୍ପରେ ନାଚୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ହେଉଛି ଇଣ୍ଡୋ ତିବ୍ବତାନ୍‌ ବର୍ଡର ପୋଲିସ(ଆଇଟିବିପି)ର ଆଇସୋଲେଶନ୍‌ କେନ୍ଦ୍ରର। ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରୁ ପ୍ରାୟ ୬ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଚାଇନାର ଉହାନ ସହରରୁ ସ୍ବଦେଶକୁ ଅଣାଯାଇଥିଲା। ଏଥିରେ ୪୦୬ ଭାରତୀୟ ନାଗରିକଙ୍କୁ ଆଇଟିବିପି କେନ୍ଦ୍ର ଓ ଅନ୍ୟମାନଙ୍କୁ ମାନେସର ଆର୍ମି କେନ୍ଦ୍ରରେ ରଖାଯାଇଛି। ଚାଇନାରୁ ଆସିଥିବା ଭାରତୀୟଙ୍କୁ ଏହି ୨କେନ୍ଦ୍ରରେ ୧୪ ଦିନ ପାଇଁ ରଖାଯାଇଥିଲା। ସେମାନେ ମାସ୍କ ପିନ୍ଧିବା ସହ ପ୍ରତିଦିନ ସେମାନଙ୍କର ଚିକିତ୍ସା କରାଯାଇ ପରୀକ୍ଷଣ କରାଯାଉଛି। ତେବେ ଆଇଟିବିପି କ୍ୟାମ୍ପରେ ଥିବା କିଛି ଲୋକଙ୍କ ରକ୍ତ ନମୂନାରେ ନେଗେଟିଭ୍‌ ଆସିବା ପରେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଏହି ଖୁସିରେ ସେଠାରେ ଥିବା କିଛି ଯୁବତୀ ମାସ୍କ ପିନ୍ଧି ବଲିଉଡ୍‌ ଗୀତରେ ଡ୍ୟାନ୍ସ କରୁଥିବା ବେଳେ ଅନ୍ୟମାନେ କ୍ୟାରେମ୍‌ ଓ ଟେବୁଲ ଟେନିସ୍‌ ଖେଳୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ମାନେସର କ୍ୟାମ୍ପରେ ଥିବା ଲୋକଙ୍କ ଭିତରେ କରୋନା ଭାଇରସ୍‌ ସଂକ୍ରମଣ ନ ଥିବା ନେଇ ସ୍ପଷ୍ଟ ହେବା ପରେ ସେମାନଙ୍କୁ ମଧ୍ୟ ମଙ୍ଗଳବାର ଛୁଟିଦିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟପକ୍ଷରୁ ସୂଚନା ମିଳିଛି। ସେହିପରି ହରିୟାଣା ଓ ଗୁରୁଗ୍ରାମସ୍ଥିତ ଥିବା ଆଇସୋଲେଶନ୍‌ କେନ୍ଦ୍ରରେ ମଧ୍ୟ ମଙ୍ଗଳବାର ୨୨୦ଜଣଙ୍କୁ ଡିସଚାର୍ଜ କରାଯିବ। ଏହାପରେ ସେମାନେ ନିଜ ଘରକୁ ଯାଇପାରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri