ଆଇସିସି ବିଶ୍ୱକପ୍‌: ବାଂଲାଦେଶ ପାଇଁ କର ବା ମର ସ୍ଥିତି

ସାଉଥାମ୍ପ୍‌ଟନ,୨୪।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ର ୩୧ତମ ମ୍ୟାଚ୍‌ରେ ସୋମବାର ବାଂଲାଦେଶ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବାକୁ ହେଲେ ବଜୟୀ ହେବା ଜରୁରୀ ହୋଇପଡିଛି। ଫଳରେ ବାଲାଦେଶ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଗତ ଶୁକ୍ରବାର ଇଂଲଣ୍ଡ ଶ୍ରୀଲଙ୍କାଠାରୁ ପରାସ୍ତ ହେବା ଫଳରେ ବାଂଲାଦେଶ ପାଇଁ ଆଶା ସଞ୍ଚାର ହୋଇଥିଲା। ମଶ୍ରାଫି ମୋର୍ତ୍ତାଜାଙ୍କ ନେତୃତ୍ୱରେ ବାଂଲାଦେଶ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୩ଟି ପରାଜୟ ସହ ୫ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ଖାତା ଖୋଲି ନ ପାରି ତାଲିକାର ସର୍ବନିମ୍ନ ଦଶମ ସ୍ଥାନରେ ରହିଛି।
୩୨୨ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରି ବାଂଲାଦେଶ ଓ୍ବେଷ୍ଟଇଣ୍ଡିଜକୁ ୪୧. ୩ ଓଭରରେ ପରାସ୍ତ କରିଥିଲା। ପୁଣି ପରେ ଅନ୍ୟ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଧାର୍ଯ୍ୟ କରିଥିବା ୩୮୨ ରନ୍‌ ଟାର୍ଗେଟର ପିଛାକରି ବାଂଲାଦେଶ ୮ ଉଇକେଟ ହରାଇ ୩୩୩ ରନ୍‌ରେ ସୀମିତ ରହି ଲଢୁଆ ଖେଳ ପ୍ରଦର୍ଶନ କରିଥିଲା। ବାଂଲାଦେଶ ଏପର୍ଯ୍ୟନ୍ତ ଦମ୍‌ଦାର ବ୍ୟାଟିଂର ନମୁନା ପ୍ରଦର୍ଶନ କରିଛି। ଅଲ୍‌ରାଉଣ୍ଡର ସାକିବ ଅଲ ହାସନଙ୍କ ବ୍ୟାଟିଂ କ୍ରମରେ ଉନ୍ନତି ଆସିବା ଫଳପ୍ରଦ ହୋଇଛି। ଟୁର୍ନାମେଣ୍ଟର ଟପ୍‌ ସ୍କୋରର ଡେଭିଡ ଓ୍ବାର୍ନରଙ୍କଠାରୁ ସାକିବ ମାତ୍ର ୨୨ ରନ୍‌ ପଛରେ ରହିଛନ୍ତି। ବାଂଲାଦେଶର ବ୍ୟାଟିଂ ଜବରଦସ୍ତ ହୋଇଥିଲେ ମଧ୍ୟ ବୋଲିଂ ଦୁର୍ବଳତା ପଦାରେ ପଡିଛି। ଗତ ୩ଟି ମ୍ୟାଚ୍‌ରେ ବାଂଲାଦେଶ ୩୨୦ରୁ ଊର୍ଦ୍ଧ୍ୱ ରନ୍‌ ବ୍ୟୟ କରିଛି। ତେଣୁ ବିଜୟ ହାସଲ କରିବାକୁ ହେଲେ ବାଂଲାଦେଶକୁ ବୋଲିଂରେ ଉନ୍ନତି ଆଣିବାକୁ ହେବ।
ଅପର ପକ୍ଷରେ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ଚାଖି ନ ଥିବା ଆଫଗାନିସ୍ତାନ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛି। ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ଆଫଗାନିସ୍ତାନ ବିଜୟ ସମ୍ଭାବନା ସୃଷ୍ଟି କରିଛି। ଏହି ମ୍ୟାଚ୍‌ରୁ ଆଫଗାନିସ୍ତାନ ପ୍ରେରଣା ପାଇଥିବ। ଭାରତଠାରୁ ଆଫଗାନିସ୍ତାନ ମାତ୍ର ୧୧ ରନ୍‌ରେ ପରାସ୍ତ ହୋଇଥିଲା। ତେବେ ଏହି ମ୍ୟାଚ୍‌ରୁ ଆଫଗାନିସ୍ତାନର ଆତ୍ମବିଶ୍ୱାସରେ ବୃଦ୍ଧି ପାଇଥିବ। ଜବରଦସ୍ତ ବୋଲିଂ କରି ଆଫଗାନିସ୍ତାନ ଭାରତକୁ ୨୨୪/୮ରେ ସୀମିତ ରଖିଥିଲା। ଅଧିନାୟକ ଗୁଲବଦିନ ନାଇବଙ୍କ ନେତୃତ୍ୱରେ ଆଫଗାନିସ୍ତାନ ସ୍ପିନରମାନେ ପୁଣିଥରେ ଯାଦୁ ଦେଖାଇବେ ଓ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌ଙ୍କୁ ସମସ୍ୟାରେ ପକାଇବେ ବୋଲି ଆଶା କରାଯାଉଛି।
ଏହି ମ୍ୟାଚ୍‌ରେ ପାଗ ବେଶ୍‌ ଉଷ୍ଣ ରହିବ ବୋଲି ଆଶା କରାଯାଉଛି। ପିଚ୍‌ ଶୁଖିଲା ଥିବାରୁ ବଲ୍‌ ଭଲ ସ୍ପିନ୍‌ କରିବ। ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟିଂରେ ସୁଧାର ଆଣିବାକୁ ହେବ। ଦୀର୍ଘସମୟ କ୍ରିଜ୍‌ରେ ରହିବା ଉପରେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଧ୍ୟାନ ଦେବାକୁ ହେବ। ଇଂଲଣ୍ଡ ବିପକ୍ଷରେ ଆଫଗାନିସ୍ତାନ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ପୂରା ୫୦ ଓଭର ଖେଳିଥିଲା। ଟୁର୍ନାମେଣ୍ଟର ପ୍ରଥମାର୍ଦ୍ଧରେ ଭଲ ଖେଳି ନ ଥିଲୁ। ତେବେ ପରେ ଆମେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛୁ। ଦଳର ପ୍ରଦର୍ଶନରେ ବେଶ୍‌ ଖୁସି ବୋଲି ଅଧିନାୟକ ଗୁଲବଦିନ କହିଛନ୍ତି। ଟୁର୍ନାମେଣ୍ଟରେ ହାଇ ର଼୍ୟାଙ୍କିଙ୍ଗ୍‌ ଦଳଗୁଡ଼ିକ ବିପକ୍ଷରେ ଆମେ ଲଢ଼େଇ କରିଛୁ। ଭାରତ ବିପକ୍ଷ ପରାଜୟରୁ ଆମେ ବହୁତ କିଛି ଶିକ୍ଷା କରିଛୁ। ବାଂଲାଦେଶ ବିପକ୍ଷରେ ବିଜୟୀ ହେବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି।
ଆଫଗାନିସ୍ତାନ ଦଳ: ଗୁଲବଦିନ ନାଇବ (ଅଧିନାୟକ), ଅଫ୍‌ତାବ ଆଲାମ, ହଜରତୁଲ୍ଲା ଜାଜାଇ, ଅସଘର ଆଫଗାନ, ରସିଦ ଖାଁ, ମହମ୍ମଦ ନବୀ, ମୁଜିବ ଉର ରହମାନ, ଦଲତ ଜଡ୍ରାନ, ନାଜିବୁଲ୍ଲା ଜଡ୍ରାନ, ହମିଦ ହାସନ, ହସ୍‌ମାତୁଲ୍ଲା ଶାହିଦୀ, ସମିଉଲ୍ଲା ସେନଓ୍ବାରି, ରହମତ ଶାହ, ନୁର ଅଲି ଜଡ୍ରାନ ଓ ଇକ୍ରମ ଅଲିଖିଲ।
ବାଂଲାଦେଶ ଦଳ: ମଶ୍ରାଫି ମୋର୍ତ୍ତାଜା (ଅଧନାୟକ), ସାକିବ ଅଲ ହାସନ, ସୌମ୍ୟ ସରକାର, ତାମିମ୍‌ ଇକ୍‌ବାଲ, ମହମ୍ମଦ ସୈଫୁଦ୍ଦିନ, ମୁସ୍ତାଫିଜୁର ରହମାନ, ରୁବେଶ ହୋସେନ, ସବିତ ରହମାନ, ଆବୁ ଜାଏଦ, ଲିଟନ ଦାସ, ମହମ୍ମୁଦୁଲ୍ଲା, ମେହିଦି ହାସନ ମିରାଜ ଓ ମହମ୍ମଦ ମିଥୁନ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri