Posted inଖେଳ

ଆଇସିସି ବିଶ୍ୱକପ୍‌ : ପ୍ରଥମ ଟାଇଟଲ ଲକ୍ଷ୍ୟରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ

ଲଣ୍ଡନ,୧୪ା୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ରବିବାର ଐତିହାସିକ ଲଡର୍‌ସ ଷ୍ଟାଡିୟମରେ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଫାଇନାଲରେ ପ୍ରବେଶ କରିଥିବା ଆୟୋଜକ ଇଂଲଣ୍ଡ ଓ ଗତଥରର ରନର୍ସଅପ୍‌ ନ୍ୟୁଜିଲଣ୍ଡ ଟାଇଟଲ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହେବେ। କ୍ରିକେଟର ଜନକ ହୋଇଥିଲେ ମଧ୍ୟ ଇଂଲଣ୍ଡ ଏପର୍ଯ୍ୟନ୍ତ ବିଶ୍ୱକପ୍‌ ଟାଇଟଲ ଜିତିବାରେ ବିଫଳ ହୋଇଛି। ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ବିଶ୍ୱକପ୍‌ ଇତିହାସରେ ଚାମ୍ପିୟନ ହୋଇପାରିନାହିଁ। ଫଳରେ ପ୍ରଥମ ଟାଇଟଲ ହାସଲ ପାଇଁ ଦୁଇଦଳ ପାଖରେ ସୁଯୋଗ ରହିଛି। ଅର୍ଥାତ୍‌ ଏଥର ବିଶ୍ୱକପ୍‌ରେ ଏକ ନୂଆ ଚାମ୍ପିୟନ ଦେଖିବାକୁ ମିଳିବ।
୧୯୬୬ ପରେ ସାର୍‌ ଅଲଫ ରାମସେଙ୍କ ଇଂଲଣ୍ଡ ଦଳ ଫିଫା ବିଶ୍ୱକପ୍‌ ହାସଲ କରିଥିଲା। ତେବେ ଏହାପରଠାରୁ ୫୩ ବର୍ଷ ମଧ୍ୟରେ ଇଂଲଣ୍ଡ ଗୋଟିଏ ହେଲେ ବି ବିଶ୍ୱସ୍ତରୀୟ ଇଭେଣ୍ଟ ଜିତିପାରି ନାହିଁ। ମହିଳା ଫିଫା ବିଶ୍ୱକପ୍‌ରେ ମଧ୍ୟ ଇଂଲଣ୍ଡ ସେମିଫାଇନାଲରେ ପରାସ୍ତ ହୋଇ ଟାଇଟଲ ହାସଲଠାରୁ ଦୂରରେ ରହିଯାଇଥିଲା। ଏଥର କିନ୍ତୁ ମିଳିଥିବା ସୁଯୋଗକୁ ଆୟୋଜକ ଇଂଲଣ୍ଡ ହାତଛଡ଼ା କରିବାକୁ ଚାହିଁବ ନାହିଁ। ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଏଥର ଫାଇନାଲରେ ପ୍ରବେଶ କରିବା ପାଇଁ ବେଶ୍‌ ସଂଘର୍ଷର ସମ୍ମୁଖୀନ ହୋଇଛି। ୨୦୧୫ ବିଶ୍ୱକପ୍‌ରେ ଇଂଲଣ୍ଡ ଗ୍ରୁପ୍‌ ପର୍ଯ୍ୟାୟରେ ପରାସ୍ତ ହୋଇ ବିଦାୟ ନେଇଥିଲା। କିନ୍ତୁ ଏହାପରଠାରୁ ଇଂଲଣ୍ଡ ନିଜର ପ୍ରସ୍ତୁତି ଜୋର୍‌ଦାର କରିବା ସହ ଉନ୍ନତ ଯୋଜନା ତଥା ରଣନୀତିକୁ ଆପଣାଇ ବିଶ୍ୱର ୧ ନମ୍ବର ଦିନିକିଆ ଦଳରେ ପରିଣତ ହୋଇଛି। କେବଳ ସେତିକି ନୁହେଁ ଇଂଲଣ୍ଡ ଏବେ ଟାଇଟଲ ଦାବିଦାର ଭାବେ ଉଭା ହୋଇଛି। ଆକ୍ରମଣାତ୍ମକ ତଥା ସାହସିକ କ୍ରିକେଟ ଖେଳି ଇଂଲଣ୍ଡ ଆଜି ଏହି ସ୍ଥାନରେ ପହଞ୍ଚିପାରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱରେ ପୂରା ଲୟରେ ଥିବା ପରି ମନେହେଉଛି। ସେ ବ୍ରେଣ୍ଡନ ମ୍ୟାକୁଲମଙ୍କ ସଫଳ ଉତ୍ତରାଧିକାରୀ ଭାବେ ନିଜକୁ ପ୍ରମାଣିତ କରିଛନ୍ତି।
ଲଡର୍‌ସରେ ଇଂଲଣ୍ଡ ଟାଇଟଲ ପାଇଁ ଜବରଦସ୍ତ ଫେଭରାଇଟ୍‌ ମନେହେଉଛି। ଜନ୍ନି ବେୟାରଷ୍ଟୋ, ଜାସନ ରଏ, ଜୋ ରୁଟ୍‌, ଜୋସ ବଟଲର ଓ ବେନ୍‌ ଷ୍ଟୋକ୍ସଙ୍କୁ ନେଇ ଇଂଲଣ୍ଡର ବ୍ୟାଟିଂ ଲାଇନ୍‌ ୫୦ ଓଭର କ୍ରିକେଟରେ ବିସ୍ଫୋରକ ମନେହେଉଛି। ପୂର୍ବରୁ ୧୯୭୯, ୧୯୮୭ ଓ ୧୯୯୨ ବିଶ୍ୱକପ୍‌ରେ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ସବୁ ଦୃଷ୍ଟିକୋଣରୁ ଇଂଲଣ୍ଡ ବେଶ୍‌ ଶକ୍ତିଶାଳୀ ମନେହେଉଛି। ୧୯୭୯ରେ ସେତେବେଳର ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ଫାଇନାଲରେ ଇଂଲଣ୍ଡ ପରାସ୍ତ ହୋଇଥିଲା। ତେବେ ଏଥର ଇଂଲଣ୍ଡ ଇତିହାସର ସବୁଠାରୁ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି। ସେତେବେଳେ ଇଂଲଣ୍ଡ ଦଳରେ ମାଇକ୍‌ ବ୍ରିଏରଲି (୧୩୦ ବଲରୁ ୬୪) ଓ ଜେଫ୍ରି ବୟକଟ୍‌ (୧୦୫ରୁ ୫୭ ବଲ) ୧୨୯ ରନର ଭାଗୀଦାରି ସ୍ଥାପନ କରି ୫୦ ଓଭରରେ ୨୮୭ ରନ ସଂଗ୍ରହ କରିଥିଲେ। ତେବେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇ ଟାଇଟଲ ଜିତିଥିଲା। ସେହିପରି ୧୯୮୭ ବିଶ୍ୱକପ୍‌ ଫାଇନାଲରେ ମାଇକ୍‌ ଗେଟିଂଙ୍କ ନେତୃତ୍ୱରେ ଇଂଲଣ୍ଡ ଆଲାନ ବର୍ଡରଙ୍କ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ସେହିପରି ୧୯୯୨ରେ ଇଂଲଣ୍ଡ ଇମ୍ରାନ ଖାଁଙ୍କ ପାକିସ୍ତାନଠାରୁ ଫାଇନାଲରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ସେବେକାର ଦଳଠାରୁ ଇଅନ ମୋର୍ଗାନଙ୍କ ଇଂଲଣ୍ଡ ଦଳ ଭିନ୍ନ ମନେହେଉଛି।
ଦୁଇ ଇଂଲଣ୍ଡ ଓପନର ଜାସନ ରୟ ଓ ଜନ୍ନି ବେୟାରଷ୍ଟୋ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ରୟ ୪୨୬ ଓ ବେୟାରଷ୍ଟୋ ୪୯୬ ରନ ସଂଗ୍ରହ କରିଛନ୍ତି। ତେବେ ନ୍ୟୁଜିଲାଣ୍ଡର ତାରକା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ମ୍ୟାଟ୍‌ ହେନେରି ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ପରୀକ୍ଷାରେ ପକାଇବେ। ନ୍ୟୁଜିଲାଣ୍ଡ ସେମିଫାଇନାଲ ପ୍ରଦର୍ଶନକୁ ଫାଇନାଲରେ ଦୋହରାଇବାକୁ ଚାହିଁବ। ସେହିପରି ୫୪୯ ରନ ସଂଗ୍ରହ କରି ଜୋ ରୁଟ୍‌ ମଧ୍ୟ ଆଶନୁରୂପ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡର ମିଡଲଅର୍ଡର ମଧ୍ୟ ବେଶ୍‌ ଦୃଢ଼ ରହିଛି।
ପିଚ୍‌ର ପରିସ୍ଥିତି ଓ ପରିବେଶ ଯାହା ହେଉନା କାହିକି ଘରୋଇ ପରିବେଶରେ ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ଆଦୌ କୁଣ୍ଠିତ ହେବ ନାହିଁ। ଯୁବ ପେସ୍‌ ସେନସେସନ ଜୋଫ୍ରା ଆର୍ଚର ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୧୯ଟି ଉଇକେଟ ହାସଲ କରିଥିବା ବେଳେ କ୍ରିସ୍‌ ଓ୍ବକ୍ସ ୧୩ ଓ ଲିଅମ ପ୍ଲଙ୍କେଟ ୮ଟି ଉଇକେଟ ପାଇଛନ୍ତି। ସେହିପରି ମାର୍କ ଉଡ୍‌ ୧୭ଟି ଉଇକେଟ ଅକ୍ତିଆର କରିଛନ୍ତି। ସେମିଫାଇନାଲରେ ଭଲ ପ୍ରଦର୍ଶନ କରିଥିବା ସ୍ପିନର ଆଡିଲ ରସିଦ ମଧ୍ୟ ଦଳ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ।
ଗତ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପଡୋଶୀ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଦଳର ୬ ଜଣ କ୍ରିକେଟର ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟର ଫାଇନାଲ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି। ତେବେ ଏ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଇଂଲଣ୍ଡ ପାଦେ ପଛରେ ରହିବ। ଟୁର୍ନାମେଣ୍ଟରେ ଓ୍ବିଲିମୟସନ ୫୪୮ ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ରହିଛନ୍ତି। ସେ ଆଉ ଏକ କ୍ୱାଲିଟି ଇନିଂସ ଖେଳିବା ଆଶା କରାଯାଉଛି। ଫର୍ମରେ ନ ଥିବା ଓପନର ମାର୍ଟିନ ଗୁପ୍ଟିଲ ୧୬୭ ଓ ଅଭିଜ୍ଞ ରସ୍‌ ଟେଲର ୩୩୫ ରନ ସଂଗ୍ରହ କରିଛନ୍ତି। ସେହିପରି ମିଚେଲ ସାଣ୍ଟନର, ଜମ୍ମି ନିଶାମ ଓ କଲିନ୍‌ ଡି ଗ୍ରାଣ୍ଡହୋମ ଭଲ ପ୍ରଦର୍ଶନ କଲେ ଇଂଲଣ୍ଡ ସମସ୍ୟାରେ ପଡିବ।
ଶେଷରେ ଇଂଲଣ୍ଡ ଜିତି ଚାମ୍ପିୟନ ହେଲେ ମଧ୍ୟ ଫୁଟବଲକୁ ପଛରେ ପକାଇପାରିବ ନାହିଁ। ସେହିପରି ନ୍ୟୁଜିଲାଣ୍ଡ ଚାମ୍ପିୟନ ହେଲେ ମଧ୍ୟ ଦେଶରେ ରଗ୍‌ବୀର ପ୍ରଭାବ ଜାରି ରହିବ। ତେବେ ଚାମ୍ପିୟନ ହେଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡରେ ୫୦ ଓଭର ଫର୍ମାଟ୍‌ ନୂଆରୂପରେ ଉଭା ହେବ। ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଏକ ହାଇଭୋଲ୍‌ଟେଜ ତଥା ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ପାଇବେ। ରବିବାର ଏକ କ୍ୱାଲିଟି କ୍ରିକେଟ ଦେଖିବାକୁ ମିଳିବ ବୋଲି କୁହାଯାଇପାରେ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ, ଜୋସ ବଟଲର, ଟମ୍‌ କୁରାନ, ଲିଅମ ଡସନ, ଲିଅମ ପ୍ଲଙ୍କେଟ, ଆଡିଲ ରସିଦ, ଜୋ ରୁଟ୍‌, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍‌।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, କଲିନ ମୁନ୍‌ରୋ, ରସ ଟେଲର, ଟମ୍‌ ଲାଥମ, ଟମ୍‌ ବ୍ଲଣ୍ଡେଲ, କଲିନ ଡି ଗ୍ରାଣ୍ଡହୋମ, ଜିମ୍ମି ନିଶାମ, ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ, ମ୍ୟାଟ୍‌ ହେନେରି, ମିଚେଲ ସାଣ୍ଟନର, ହେନରି ନିକୋଲ୍ସ, ଟିମ୍‌ ସୌଦି ଓ ଇଶ୍‌ ସୋଧୀ।


Enter your email to get our daily news in your inbox.

All Right Reserved By Dharitri.Com

NEET UG ପେପର ଲିକ: ପରୀକ୍ଷାର ୧୦ ଦିନ ପୂର୍ବରୁ ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଆସିଯାଇଥିଲା ପ୍ରଶ୍ନ, କୋର୍ଟରେ CBI ଖୋଲିଲା…

ନୂଆଦିଲ୍ଲୀ,୨୩।୭: NEET-UG 2026 ପେପର୍‌ ଲିକ ମାମଲାରେ ଅଭିଯୁକ୍ତ ଡକ୍ଟର ମନୋଜ ଭଗବାନରାଓ ଶିରୁରେ ଏବଂ ଶିବରାଜ ମୋଟେଗାଓଁକରଙ୍କ ଜାମିନ ଆବେଦନ ଉପରେ କୋର୍ଟ ଜୁଲାଇ ୨୪ରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

୨୪ ଘଣ୍ଟାରେ ୪ ଥର ଅଫର ଦେଲେ ସରକାର, ହେଲେ CJP କହିଲା ନା ନଡ୍ଡାଙ୍କ ଘର ନା ଅଫିସ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟିର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହା ନିରପେକ୍ଷ ଆଲୋଚନାକୁ ପସନ୍ଦ କରେ। ଏହା କାହାର କାର୍ଯ୍ୟାଳୟ କିମ୍ବା ମନ୍ତ୍ରଣାଳୟରେ ଆଲୋଚନା କରିବାକୁ…

CJP ପ୍ରଦର୍ଶନ ପ୍ରଭାବ! NDMCର ବଡ଼ ନିଷ୍ପତ୍ତି, ଏହି ସମୟରୁ ବନ୍ଦ ହେବ ଦୋକାନ

ନୂଆଦିଲ୍ଲୀ,୨୩ା୭: ଗୁରୁବାର ସନ୍ଧ୍ୟା ୬:୩୦ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀର କନଟ୍ ପ୍ଲେସ୍ ଖାଲି ହୋଇପାରେ । ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC)ର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri