Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଓ୍ବେଷ୍ଟଇଣ୍ଡିଜ ମୁକାବିଲା: ଆର୍ଚର ବନାମ ଗେଲ୍‌

ସାଉଥାମ୍ପଟନ,୧୪।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଓ ଆୟୋଜକ ଇଂଲଣ୍ଡ ପରସ୍ପରକୁ ଭେଟିବେ। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ପ୍ରଶଂସକମାନେ ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ଓପନ କ୍ରିସ୍‌ ଗେଲ୍‌ ଓ ବାର୍ବାଡୋସ ଜନ୍ମିତ ଯୁବ ପେସ୍‌ ସେନସେଶନ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ପାଇବେ। ଗତ ଫେବୃୟାରୀରେ ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଘରୋଇ ଓ୍ବେଷ୍ଟଇଣ୍ଡିଜ ଇଂଲଣ୍ଡକୁ କଡ଼ା ଟକ୍କର ଦେଇଥିଲା। ଏହି ସିରିଜ ୨-୨ରେ ଅମୀମାଂସିତ ରହିଥିଲା। ଗୋଟିଏ ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା। ଏହି ସିରିଜରେ ଗେଲ୍‌ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ୪ଟି ଇନିଂସରୁ ଗେଲ ୪୨୪ ରନ ସଂଗ୍ରହ କରିଥିଲେ। ଏଥିରେ ସେ ରେକର୍ଡ ୩୯ଟି ଛକା ମାରିଥିଲେ। ଗେଲ ଏବେ ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ବିପଦ ସୃଷ୍ଟି କରିବେ। ଆର୍ଚର ଦଳରେ ସାମିଲ ହେବା ପରେ ଇଂଲଣ୍ଡ ବୋଲିଂ ବିଭାଗ ଆହୁରି ଦୃଢ ହୋଇଛି। ଜୋଫ୍ରା ଦମ୍‌ଦାର ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗେଲ ସହିତ ତାଙ୍କର ମୁକାବିଲା ଦୃଷ୍ଟାନ୍ତମୂଳକ ହେବ ଓ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି।
ଆର୍ଚର କାରିବିୟାନରେ ଜୁନିୟର କ୍ରିକେଟ ଖେଳିଥିଲେ। ତେବେ ଗତ ଏପ୍ରିଲରେ ସେ ଇଂଲଣ୍ଡ ପାଇଁ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ। ୨୪ ବର୍ଷୀୟ ଏହି ଦ୍ରୁତ ବୋଲର ଓ୍ବେଷ୍ଟଇଣ୍ଡିଜକୁ କଡ଼ା ଚ୍ୟାଲେଞ୍ଜ୍‌ ଦେବେ। ବାର୍ବାଡୋସରେ ଜନ୍ମଗ୍ରହଣ କରିଥିବାରୁ ଆମେ ଆର୍ଚରଙ୍କୁ ଭଲଭାବେ ଜାଣୁ ବୋଲି ଓ୍ବେଷ୍ଟଇଣ୍ଡିଜ କୋଚ ଫ୍ଲଏଡ ରେଇପର କହିଛନ୍ତି। ୧୫,୧୭ ଓ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳି ସେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ତେଣୁ ସେ ଆମ ପାଇଁ ଆଦୌ ନୂଆ ନୁହଁ। ଦ୍ରୁତ ଗତିରେ ସେ ବଲ୍‌ ପକାଇଥାନ୍ତି। ତେଣୁ ତାଙ୍କୁ ନେଇ ଆମେ ଆଦୌ ବ୍ୟସ୍ତ ନୋହୁଁ। ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ଆମେ ପ୍ରସ୍ତୁତ। ଓ୍ବେଷ୍ଟଇଣ୍ଡିଜ ଦଳରେ ମଧ୍ୟ କେତେକ ବିଶ୍ୱସ୍ତରୀୟ ଦ୍ରୁତ ବୋଲର ରହିଛନ୍ତି।
ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ଦଳ ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଗତ ସୋମବାର ଭେଟିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଆଣ୍ଠୁରେ ପୁରୁଣା ଆଘାତ ସମସ୍ୟା ରହିଛି। ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା। ସେ ଫିଟ୍‌ ହୋଇ ଏହି ମ୍ୟାଚ୍‌ରେ ଖେଳିବେ କି ନା ତାହା ଦେଖିବାକୁ ବାକି ରହିଲା। ଇଂଲଣ୍ଡର ମଧ୍ୟ ଆଘାତ ସମସ୍ୟା ରହିଛି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଜୋଶ ବଟଲର ଡାହାଣ କମରରେ ଆଘାତ ପାଇଥିଲେ। ତେବେ ସେ ଏହି ମ୍ୟାଚ୍‌ରେ ଖେଳିବେ ବୋଲି ଇଂଲଣ୍ଡ କୋଚ୍‌ ଟ୍ରେଭର ବେଲିସ୍‌ କହିଛନ୍ତି। ଇଂଲଣ୍ଡର ଅସ୍ଥିର ପାଣିପାଗ ଏବେ ଆଇସିସି ପାଇଁ ଚିନ୍ତା ସୃଷ୍ଟି କରିଛି। ଇତିମଧ୍ୟରେ ବିଶ୍ୱକପ୍‌ର କେତୋଟି ମ୍ୟାଚ୍‌ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଛି ଓ ବାତିଲ ମଧ୍ୟ ହୋଇଛି। ଏପରି ହେଲେ ବିଶ୍ୱକପ୍‌ ତା’ର ଆକର୍ଷଣ ହରାଇବ। ତେବେ ଏହି ମ୍ୟାଚ୍‌ରେ ବର୍ଷା ସେତେଟା ବାଧାସୃଷ୍ଟି କରିବ ନାହିଁ ବୋଲି ଆଶା କରାଯାଉଛି।
ଏପର୍ଯ୍ୟନ୍ତ ଇଂଲଣ୍ଡ ୩ଟି ମ୍ୟାଚ୍‌ ଖେଳି ଦୁଇଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜୟବରଣ କରିଛି। ୪ ପଏଣ୍ଟ ହାସଲ କରି ଇଂଲଣ୍ଡ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ୍‌ ୩ଟି ମ୍ୟାଚ୍‌ ଖେଳି ଗୋଟଏ ଲେଖାଏ ବିଜୟ ଓ ପରାଜୟ ଏବଂ ଗୋଟିଏ ବିନାଫଳାଫଳ ସହ ୩ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର,ଟମ୍‌ କୁରାନ, ଲିଅମ୍‌ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରଏ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ।
ଓ୍ବେଷ୍ଟଇଣ୍ଡିଜ୍‌ ଦଳ: ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ୍‌, ଡାରେନ ବ୍ରାଭୋ, ଶେଲଡନ କଟ୍ରେଲ, ସାନନ ଗାବ୍ରିଏଲ, କ୍ରିସ୍‌ ଗେଲ୍‌, ଶିମରନ ହେଟମେୟର, ସାଇ ହୋପ, ଏଭିନ ଲୁଇସ୍‌, ଆସଲେ ନର୍ସ, ନିକୋଲାସ ପୁରାନ, କେମର ରୋଚ, ଆନ୍ଦ୍ରେ ରସେଲ ଓ ଓଶେନ ଥୋମାସ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri