Posted inଖେଳ

ଆଇସିସି ପ୍ରକାଶ କଲା ବୁକି-ଶକିବଙ୍କ ହ୍ବାଟସଆପ୍‌ ମେସେଜ

ଦୁବାଇ,୩୦।୧୦- ଆଇସିସି ପକ୍ଷରୁ ଦୁଇବର୍ଷ ବାସନ୍ଦ ହେବା ପରେ ଶକିବ ଅଲ ହସନ ଦୁର୍ନୀତି ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ କରିଛନ୍ତି। ଆଇସିସି ବୁଧବାର ଶକିବଙ୍କ ନିକଟକୁ ଭାରତୀୟ ବୁକି ଦୀପକ ଅଗ୍ରଓ୍ବାଲଙ୍କ ଆଡ଼ୁ ହୋଇଥିବା ହ୍ବାଟସଆପ ମେସେଜ ଅଫିସିଆଲ ଓ୍ବେବସାଇଟ୍‌ରେ ପ୍ରକାଶ କରିଛି। ୭ ପୃଷ୍ଠା ସମ୍ଭଳିତ ରିପୋର୍ଟ ଅନୁଯାୟୀ, ଶକିବ ୧୯ ଜାନୁୟାରୀ ୨୦୧୮ ଦିନ ଏକ ହ୍ବାଟସଆପ ମେସେଜ ରିସିଭ କରିଥିଲେ। ସେଥିରେ ଲେଖାଥିଲା, ସେହିଦିନର ମ୍ୟାଚ୍‌ରେ ମ୍ୟାନ ଅଫ୍‌ ଦ ମ୍ୟାଚ୍‌ ହେବା ପାଇଁ ଶୁଭେଚ୍ଛା। ପରବର୍ତ୍ତୀ ମେସେଜରେ ଆମେ ସାଥି ହୋଇ କାର୍ଯ୍ୟ କରୁଛୁ ନା ମୁଁ ଆଇପିଏଲ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବି ବୋଲି ପ୍ରଶ୍ନ କରାଯାଇଥିଲା। ଏଠାରେ କାର୍ଯ୍ୟ ମାନେ ଦଳୀୟ ତଥ୍ୟ ଯଥା ଷ୍ଟାଟେଜି ପ୍ରକାଶ କରିବା। ଶକିବ ଏହି ମେସେଜ ସମ୍ପର୍କରେ ଆଇସିସିର ଦୁର୍ନୀତି ନିରୋଧି ବିଭାଗ (ଏସିୟୁ)କୁ ଜଣାଇ ନ ଥିଲେ। ଉକ୍ତ ମେସେଜ ବାଂଲାଦେଶ, ଶ୍ରୀଲଙ୍କା ଓ ଜିମ୍ବାଓ୍ବେକୁ ନେଇ ଅନୁଷ୍ଠିତ ହୋଇଥିବା ତ୍ରିରାଷ୍ଟ୍ରୀୟ ସିରିଜ୍‌ବେଳେ ହୋଇଥିଲା। ଜାନୁୟାରୀ ୨୩ ତାରିଖରେ ଅଗ୍ରଓ୍ବାଲ ଆଉ ଥରେ ଉଦ୍ୟମ କରି ଲେଖିଥିଲେ ‘ଭାଇ, ଏ ସିରିଜ୍‌ରେ କିଛି ହେବ?’। ସମାନ ବୁକି ଶକିବଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ବେଳେ ସନରାଇଜର୍ସ ଓ କିଙ୍ଗ୍ସ ଏକାଦଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ମଧ୍ୟ ମେସେଜ କରିଥିଲେ। ସେହି ମ୍ୟାଚ୍‌ରେ ଜଣେ ନିର୍ଦ୍ଧିଷ୍ଟ ଖେଳାଳିଙ୍କୁ ସୁଯୋଗ ମିଳିବ କି ନାହିଁ ବୋଲି ବୁକି ପ୍ରଶ୍ନ କରିଥିଲେ। ନିକଟରେ ଶକିବଙ୍କ ନେତୃତ୍ୱରେ ଦେଶର ଖେଳାଳିମାନେ ଷ୍ଟ୍ରାଇକ କରିଥିଲେ। ଗତ ୨୩ ତାରିଖରେ ଷ୍ଟ୍ରାଇକରୁ ଫେରିବା ପରେ ଦକ୍ଷ ଅଲରାଉଣ୍ଡର ଭାରତ ସିରିଜ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ଭାରତ ବିପକ୍ଷ ଟି୨୦ ସିରିଜ୍‌ ଆସନ୍ତା ୩ ତାରିଖରୁ ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri