Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ସାମି, ଅଗ୍ରଓ୍ବାଲ

ଦୁବାଇ,୧୭।୧୧ (ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ଓପନର ମୟଙ୍କ ଅଗ୍ରଓ୍ବାଲ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୦ ରନ୍‌ରେ ବିଜ ହାସଲ କରିବା ରବିବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳିମାନେ ଉନ୍ନତି କରିଛନ୍ତି। ସାମି ପ୍ରଥମ ଓ ଦ୍ୱିତୀୟ ଇନିଂସରେ ଯଥାକ୍ରମେ ୩ ଓ ୪ ଉଇକେଟ୍‌ ହାସଲ କରି ୮ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ସେ ତୃତୀୟ ଶ୍ରେଷ୍ଠ ଭାରତୀୟ ବୋଲର ଭାବେ ୭୯୦ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ତେବେ ପୂର୍ବରୁ କିମ୍ବଦନ୍ତୀ ବୋଲର କପିଲ ଦେବ ୮୭୭ ଓ ଯଶପ୍ରୀତ ବୁମ୍‌ରା ୮୩୨ ପଏଣ୍ଟ ପାଇଥିଲେ।
ସେହିପରି ୨୪୩ ରନର ଦ୍ୱିଶତକ ପାଳି ଖେଳିଥିବା ଅଗ୍ରଓ୍ବାଲ ଉପରକୁ ଉଠି ୧୧ତମ ସ୍ଥାନ ଅଧିକାର କରିଛନ୍ତି। ୨୮ ବର୍ଷୀୟ ଅଗ୍ରଓ୍ବାଲ ପ୍ରଥମ ୮ଟି ଟେଷ୍ଟରେ ୮୫୮ ରନ ସଂଗ୍ରହ କରି ୬୯୧ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ବିଶ୍ୱର କେବଳ ୭ଜଣ ବ୍ୟାଟ୍ସମ୍ୟାନ ପ୍ରଥମ ୮ଟି ଟେଷ୍ଟରେ ଅଗ୍ରଓ୍ବାଲଙ୍କଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି। ସେମାନେ ହେଲେ ଡନ୍‌ ବ୍ରାଡମ୍ୟାନ (୧୨୧୦), ଇଭର୍ଟନ ଓ୍ବିକ୍ସ (୯୬୮), ସୁନୀଲ ଗାଭାସ୍କର (୯୩୮), ମାର୍ଟ ଟେଲର (୯୦୬), ଜର୍ଜ ହେଡଲୀ (୯୦୪), ଫ୍ରାଙ୍କ ଓ୍ବରେଲ (୮୯୦) ଓ ହର୍ବଟ ସୁଟକ୍ଲିଫ୍‌ (୮୭୨)।
ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୪ଟି ସ୍ଥାନ ଉପରକୁ ଉଠି ବ୍ୟାଟ୍ସମ୍ୟାନ ତାଲିକାର ଯୁଗ୍ମ ୩୫ତମ ସ୍ଥାନରେ ରହିଛନ୍ତି। ସେହିପରି ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ଉମେଶ ଯାଦବ ଗୋଟିଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୨୦ ଓ ୨୨ତମ ସ୍ଥାନରେ ରହିଛନ୍ତି। ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ତାଲିକାର ଶ୍ରେଷ୍ଠ ୧୦ତମ ସ୍ଥାନରେ ରହିଛନ୍ତି ଓ ଅଲରାଉଣ୍ଡର ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି।
ବାଂଲାଦେଶ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମୁସ୍‌ଫିକର ରହିମ ୫ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୩୦ତମ ସ୍ଥାନରେ ରହିଛନ୍ତି। ସେହିପରି ଲିଟନ ଦାସ ୯୨ରୁ ୮୬ତମ ସ୍ଥାନକୁ ଉନ୍ନତି କରିଛନ୍ତି। ବୋଲିଂରେ ଆବୁ ଜାଏଦ ୧୮ଟି ସ୍ଥାନ ଉପରକୁ ଉଠି ୬୨ତମ ସ୍ଥାନରେ ରହିଛନ୍ତି।
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ତାଲିକାରେ ଭାରତ ୩୦୦ ପଏଣ୍ଟ ପାଇ ତା’ର ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ କରିଛି। ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ୬୦ ଲେଖାଏ ପଏଣ୍ଟ ପାଇଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଗୋଟିଏ ଲେଖାଏ ସିରିଜ ଖେଳିଥିଲେ ମଧ୍ୟ କୌଣସି ପଏଣ୍ଟ ପାଇନାହାନ୍ତି। ଲିଗ୍‌ ଶେଷରେ ଶ୍ରେଷ୍ଠ ଦୁଇଟି ଦଳ ୟୁନାଇଟେଡ କିଙ୍ଗ୍‌ଡମ୍‌ ରେ ୨୦୨୧ ଜୁନରେ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ ଓ ବିଜୟୀ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ମୁକୁଟ ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri