Posted inଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: କୋହଲି, ଧାଓ୍ବନ ଟପ୍‌-୧୦ ନିକଟତର

ଦୁବାଇ,୨୬।୯(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ତାରକା ଓପନର ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଟପ୍‌-୧୦ର ନିକଟତର ହୋଇଛନ୍ତି। ଭାରତ- ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ୧-୧ରେ ଅମୀମାଂସିତ ରହିଥିଲା। ଦ୍ୱିତୀୟ ଟି୨୦ରେ କୋହଲି ଅପରାଜିତ ୭୨ ରନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଗୋଟିଏ ସ୍ଥାନ ଉପରକୁ ଉଠି କୋହଲି ୧୧ତମ ସ୍ଥାନରେ ପହଞ୍ଚିଛନ୍ତି। ଧାଓ୍ବନ ୩ଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ଧାଓ୍ବନ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ଯଥାକ୍ରମେ ୪୦ ଓ ୩୬ ରନ ସଂଗ୍ରହ କରିଥିଲେ। ରୋହିତ ଇଂଲଣ୍ଡର ଆଲେକ୍ସ ହେଲ୍ସଙ୍କ ସହିତ ମିଳିତ ଭାବେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଉଭୟ ବ୍ୟାଟ୍ସମ୍ୟାନ ୬୬୪ ପଏଣ୍ଟ ହାସଲ କରିଛନ୍ତି।
ବୋଲିଂ ତାଲିକାରେ ଓ୍ବାଶିଂଟନ ସୁନ୍ଦର ୮ଟି ସ୍ଥାନ ଉପରକୁ ଉଠି ୫୦ତମ ସ୍ଥାନରେ ରହି ଶ୍ରେଷ୍ଠ ଭାରତୀୟ ବିବେଚିତ ହୋଇଛନ୍ତି। ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ସହିତ ବାଂଲାଦେଶ, ଆଫଗାନିସ୍ତାନ ଓ ଜିମ୍ବାଓ୍ବେକୁ ନେଇ ଓ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ନେଦରଲାଣ୍ଡକୁ ନେଇ ଖେଳାଯାଇଥିବା ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜକୁ ଦୃଷ୍ଟିରେ ରଖି ଏହି ର଼୍ୟାଙ୍କିଙ୍ଗ୍‌ ବୁଧବାର ପ୍ରକାଶିତ ହୋଇଛି। ଆଫଗାନିସ୍ତାନର ହଜରତୁଲ୍ଲା ଜଜାଇ ଓ ସ୍କଟଲାଣ୍ଡର ଜର୍ଜ ମୁନ୍‌ସେ ଉନ୍ନତି କରିଛନ୍ତି। ୭୨୭ ପଏଣ୍ଟ ପାଇ ଜଜାଇ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ୬୦୦ ପଏଣ୍ଟ ପାଇ ମୁନ୍‌ସେ ୨୧ତମ ସ୍ଥାନରେ ରହିଛନ୍ତି।
ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୪୯ରୁ ୩୦ତମ ସ୍ଥାନକୁ ଉଠିଛନ୍ତି। ସେ ଦୁଇଟି ମ୍ୟାଚ୍‌ରେ ୫୨ ଓ ୭୯ ରନ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ସ୍ପିନର ତାବ୍ରେଜ ସାମସି ବୋଲିଂ ତାଲିକାର ଶ୍ରେଷ୍ଠ-୨୦ରେ ସ୍ଥାନ ପାଇଛନ୍ତି। ସେହିପରି ଆଣ୍ଡିଲ ଫେଲୁକ୍ୱାୟୋ କ୍ୟାରିୟର ଶ୍ରେଷ୍ଠ ସପ୍ତମ ସ୍ଥାନରେ ରହିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଜିମ୍ବାଓ୍ବେ ଅଧିନାୟକ ହାମିଲଟନ ମାସାକାଡଜା ୨୨ତମ ସ୍ଥାନରେ ଶ୍ରେଷ୍ଠ ଜିମ୍ବାଓ୍ବେ କ୍ରିକେଟର ସାବ୍ୟସ୍ତ ହୋଇଛନ୍ତି। ଆଫଗାନିସ୍ତାନ ସ୍ପିନର ମୁଜିବ ଉର ରହମାନ ସିରିଜରେ ୭ ଉଇକେଟ ହାସଲ କରି ୧୦ମ ସ୍ଥାନକୁ ଉଠିଛନ୍ତି। ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ପାକିସ୍ତାନ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ଓ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri