Posted inଖେଳ

ଆଇପିଏଲ୍‌ ପରେ ଭବିଷ୍ୟତ ସମ୍ପର୍କରେ ଧୋନୀ ନିଷ୍ପତ୍ତି ନେବେ

ନୂଆଦିଲ୍ଲୀ, ୨୭।୧୧(ପି.ଟି.)- ଆସନ୍ତାବର୍ଷ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ୟାରିୟରର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବେ। ଧୋନୀଙ୍କ ନିକଟତମ ସୂତ୍ରରୁ ଏହା ଜାଣିବାକୁ ମିଳିଛି। ଧୋନୀଙ୍କ କ୍ୟାରିୟର ଓ ଅବସର ସମ୍ପର୍କରେ ଚର୍ଚ୍ଚା ଚାଲୁରହିଥିବା ବେଳେ ଏ ଭଳି ଖବର ମିଳିଛି। ଇଂଲଣ୍ଡରେ ଖେଳାଯାଇଥିବା ଗତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ଧୋନୀ ବିଶ୍ରାମ ନେଇଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଏବଂ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ସାମିଲ ହୋଇ ନ ଥିଲେ। ଆଇପିଏଲ୍‌ ପରେ ସେ କ୍ୟାରିୟରର ଭବିଷ୍ୟତ ସମ୍ପର୍କରେ ଯାହା କିଛି ନିଷ୍ପତ୍ତି ନେବେ। ତେବେ ଏ ନେଇ ହେଉଥିବା ଚର୍ଚ୍ଚାକୁ ରୋକି ହେବ ନାହଁି ବୋଲି କୁହାଯାଇଛି। ତେବେ ସେ ଆଇପିଏଲ୍‌ ପୂର୍ବରୁ କେତୋଟି ମ୍ୟାଚ୍‌ ଖେଳୁଛନ୍ତି ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଇ ଆସୁଥିବା ୩୮ ବର୍ଷୀୟ ଧୋନୀ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ମଧ୍ୟ ସାମିଲ ହେବେ ନାହିଁ। ଆସନ୍ତା ୬ ତାରିଖରୁ ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳାଯିବ।
ଉଲ୍ଲେଖଥାଉ କି, ଧୋନୀଙ୍କ ନେତୃତ୍ୱରେ ଭାରତ ଦିନିକିଆ ବିଶ୍ୱକପ୍‌, ଟି୨୦ ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସେ ଏପର୍ଯ୍ୟନ୍ତ ୯୦ଟି ଟେଷ୍ଟ, ୩୫୦ଟି ଦିନିକିଆ ଓ ୯୮ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳି ମୋଟ ଉପରେ ୧୭,୦୦୦ ରନ ସଂଗ୍ରହ କରିଛନ୍ତି। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଉଇକେଟକିପର ଭାବେ ପରିଗଣିତ ହେଉଛନ୍ତି। ସୀମିତ ଓଭରରେ ସେ ୫୦୦ଟି ଓ ଟେଷ୍ଟ ୩୦୦ଟି ଡିସ୍‌ମିସାଲ କରି ରେକର୍ଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri