Posted inଖେଳ

ଆଉଟ୍‌ଡୋର୍‌‌ରେ ପ୍ରଥମେ ଟ୍ରେନିଂ ଆରମ୍ଭ କଲେ ଶାର୍ଦ୍ଦୁଳ

ପାଲ୍‌ଘର୍‌ (ମହାରାଷ୍ଟ୍ର), ୨୪ା୫: ପେସ୍‌ ବୋଲର ଶାର୍ଦ୍ଦୁଳ ଠାକୁର ଶନିବାର ଆଉଟ୍‌ଡୋର୍‌ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନାଭାଇରସ୍‌ଯୋଗୁ ଲକ୍‌ଡାଉନ୍‌ରେ ଦୁଇମାସ ଘରେ ରହିବା ପରେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ସେ ଟ୍ରେନିଂ ଆରମ୍ଭ କରିଛନ୍ତି। ଠାକୁର ଭାରତ ତରଫରୁ ଗୋଟିଏ ଟେଷ୍ଟ, ୧୧ ଅନ୍ତର୍ଜାତୀୟ ଦିନିକିଆ ଓ ୧୫ ଟି୨୦ ଖେଳିଛନ୍ତି। ମହାରାଷ୍ଟ୍ରର ପାଲ୍‌ଘର୍‌ ଜିଲା ଅନ୍ତର୍ଗତ ସ୍ଥାନୀୟ ବୈସାର ଗ୍ରାଉଣ୍ଡରେ କେତେଜଣ ଘରୋଇ ଖେଳାଳିଙ୍କ ସହ ଟ୍ରେନିଂ ଆରମ୍ଭ କରିଛନ୍ତି। ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ବିନା ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମରେ ଖେଳାଳିମାନଙ୍କୁ ବ୍ୟକ୍ତିଗତ ଭାବେ ଟ୍ରେନିଂ ପାଇଁ ଅନୁମତି ଦେଇଛନ୍ତି ମହାରାଷ୍ଟ୍ର ସରକାର। ବୈସାରେ ନେଟ୍‌ ସେସନ ଆରମ୍ଭ କରାଯାଇଥିବା ପାଲ୍‌ଘର ଦାହାନୁ ତାଲୁକା ସ୍ପୋଟର୍‌ସ ଆସୋସିଏଶନର ଜଣେ ଅଫିସିଆଲ କହିଛନ୍ତି। ବୈସାର ହେଉଛି ମହାରାଷ୍ଟ୍ରଠାରୁ ପାଖାପାଖି ୧୧୦ କିଲୋମିଟର ଦୂରରେ। ଏଠାରେ ପ୍ରୋଟୋକଲକୁ କଡାକଡ଼ି ଭାବେ ଅନୁପାଳନ କରାଯାଉଛି। ପ୍ରତ୍ୟେକ ବୋଲରଙ୍କୁ ନିଜସ୍ବ କୀଟାଣୁମୁକ୍ତ ବଲ୍‌ ବ୍ୟବହାର କରିବା ଲାଗି କୁହାଯାଇଛି। ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଭ୍ୟାସ କରିବାକୁ ଆସୁଥିବା ବୋଲରମାନେ କୀଟାଣୁମୁକ୍ତ ବଲ୍‌ ଆଣୁଛନ୍ତି କି ନା ତାହା ପରୀକ୍ଷା କରାଯାଉଛି। ଖେଳାଳିମାନଙ୍କ ଶରୀର ତାପମାତ୍ରା ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଅଫିସିଆଲ ଜଣକ କହିଛନ୍ତି। ଗତ ଘରୋଇ ସିଜନରେ ରଣ୍‌ଜୀ ପଦାର୍ପଣ କରିଥିବା ମୁମ୍ବାଇ ବ୍ୟାଟ୍ସମ୍ୟାନ ହାର୍ଦ୍ଦିକ ତାମୋରେଙ୍କୁ ମଧ୍ୟ ଏହି ଗ୍ରାଉଣ୍ଡରେ ଟ୍ରେନିଂ ନେଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri