ଆଇଟିଆଇ ପ୍ରସ୍ତୁତ କଲା ୟୁଭିସି ସାନିଟାଇଜ୍‌ ମେଶିନ: ଇଲୋକ୍ଟ୍ରୋନିକ୍ସ ଉପକରଣକୁ କରିହେବ ସାନିଟାଇଜ୍‌

ବ୍ରହ୍ମପୁର ଅଫିସ,୭ା୫-କୋଭିଡ୍‌-୧୯ ଭୂତାଣୁ ସାରା ଦେଶ ତଥା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଏହି ସମୟରେ ଇଲୋକ୍ଟ୍ରାନିକ୍ସ ଉପକରଣ ଦ୍ୱାରା ଏହି ଭୂତାଣୁ ସଂକ୍ରମଣକୁ ରୋକିବା ନେଇ ଏକ ସ୍ବତନ୍ତ୍ର ୟୁଭିସି(ଅଲ୍‌ଟ୍ରା ଭାଉଲେଟ୍‌ ଚାମ୍ବର) ସାନିଟାଇଜ୍‌ ମେଶିନ ପ୍ରସ୍ତୁତ କରିଛି ବ୍ରହ୍ମପୁର ଆଇଟିଆଇ । ଏହା ଦ୍ୱାରା ଜଳ ତଥା ସାନିଟାଇଜର ଦ୍ୱାରା ବିଶୋଧନ କରାଯାଇ ପାରୁ ନ ଥିବା ମୋବାଇଲ, ଲାପ୍‌ଟପ୍‌, ଟାବ୍‌ଲେଟ ଭଳି ଯାନ୍ତ୍ରିକ ଉପକରଣ ବିଶୋଧିତ କରାଯାଇ ପାରିବ ବୋଲି ଆଇଟିଆଇ ପକ୍ଷରୁ କୁହାଯାଇଛି ା କୋଭିଡ୍‌-୧୯ କ୍ଷେତ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀ, ଡାକ୍ତରମାନେ ବ୍ୟବହାର କରୁଥିବା ଇଲୋକ୍ଟ୍ରୋନିକ୍ସ ଉପକରଣ ଦ୍ୱାରା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ତେଣୁ ନିତ୍ୟ ବ୍ୟବହୃତ ମୋବାଇଲ, ଲାପଟପ୍‌ ସମେତ ସମସ୍ତ ବ୍ୟବହାର୍ଯ୍ୟ ଉପକରଣକୁ ସାନିଟାଇଜ୍‌ ତଥା ବିଶୋଧନ କରିବାର ଆବଶ୍ୟକତା ରହିଛି ା ତେବେ ଏହି ୟୁଭିସି ସାନିଟାଇଜ୍‌ରେ ବ୍ୟବହୃତ ଅଲଟ୍ରାଭାୟୋଲେଟ ରଶ୍ମି ଦ୍ୱାରା ମାତ୍ର ୧୫ ମିନିଟ ମଧ୍ୟରେ ସମସ୍ତ ଉପକରଣ ସାନିଟାଇଜ୍‌ କରାଯାଇ ପାରିବ ା ଏହି ଉପକରଣ ଘରେ ବ୍ୟବହୃତ ପୁରୁଣା ମାଇକ୍ରୋୱେଭ୍‌ ଓଭନ୍‌ ଉପକରଣର ଅପ୍‌ଗ୍ରେଡେଶନ କରାଯାଇ ପ୍ରସ୍ତୁତ କରାଯାଇଛି ା ମାତ୍ର ୧୨୦୦ ଟଙ୍କାରେ ଏହି ଉପକରଣ ପ୍ରସ୍ତୁତ ହୋଇପାରୁ ଥିବାରୁ ଏହାକୁ ଘର ଭିତରେ ମଧ୍ୟ ଇଲୋକ୍ଟ୍ରାନିକ୍ସ ଉପକରଣଗୁଡିକୁ ସାନିଟାଇଜ୍‌ ପାଇଁ ବ୍ୟବହାର କରାଯାଇ ପାରିବ ା ଇଣ୍ଡିଆନ୍‌ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁମତି ପତ୍ର ପ୍ରଦାନ ପରେ ଏହାକୁ ପ୍ରତ୍ୟେକ କୋଭିଡ୍‌-୧୯ ହସ୍‌ପିଟାଲକୁ ଯୋଗାଇ ଦିଆଯିବ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri