Posted inଖେଳ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ସ୍ବର୍ଣ୍ଣ ସହ ଯଶସ୍ବିନୀଙ୍କୁ ଅଲିମ୍ପିକ କୋଟା

ରିଓ ଡି ଜେନେରିଓ,୧।୯(ପି.ଟି.)- ଏଠାରେ ଚାଲିଥିବା ଚତୁର୍ଥ ଆଇଏସ୍‌ଏସ୍‌ଏଫ୍‌ ରାଇଫଲ/ ପିସ୍ତଲ ବଶ୍ୱକପ୍‌ରେ ଭାରତର ଯଶସ୍ବିନୀ ସିଂ ଦେସଓ୍ବାଲ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ସେ ପୂରା ଢ଼ଙ୍ଗରେ ଭାରତ ପାଇଁ ନବମ ଅଲିମ୍ପିକ କୋଟା ହାସଲ କରିଛନ୍ତି। ୨୨ ବର୍ଷୀୟା ଏହି ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ଶନିବାର ୮ ଜଣ ମହିଳା ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଫାଇନାଲରେ ୨୩୬.୭ ପଏଣ୍ଟ ସ୍କୋର କରିଥିଲେ। ପୂର୍ବତନ ଅଲିମ୍ପିକ୍‌ ଓ ବିଶ୍ୱଚାମ୍ପିୟନ ୟୁକ୍ରେନ୍‌ର ୧ ନମ୍ବର ମହିଳା ଶୁଟର ଓଲେନା କୋଷ୍ଟେଭିଚ୍‌ ୨୩୪.୮ ପଏଣ୍ଟ ସ୍କୋର କରି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ସର୍ବିୟାର ଜସମିନା ମିଲାଭୋନୋଭିକ୍‌ ୨୧୫.୭ ସ୍କୋର କରି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।
ଫାଇନାଲରେ ଯଶସ୍ବିନୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନ ଏପରି ପ୍ରଭାବୀ ଥିଲା ଯେ, ସେ କୋଷ୍ଟେଭିଚ୍‌ଙ୍କୁଠାରୁ ଅଧିକ ୧.୯ ପଏଣ୍ଟ ହାସଲ କରିଥିଲେ। ଅର୍ଥଶାସ୍ତ୍ରର ଛାତ୍ରୀ ଯଶସ୍ବିନୀ କ୍ୱାଲିଫିକେଶନ ରାଉଣ୍ଡରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରି ଓ ଏଗ୍ରିଗେଟ ୫୮୨ ସ୍କୋର କରିଥିଲେ। ଯଶସ୍ବିନୀଙ୍କୁ ବାଦ୍‌ ଦେଲେ ୨୦୨୦ ଟୋକିଓ ଅଲିମ୍ପିକ କୋଟା ହାସଲ କରିଥିବା ଅନ୍ୟ ଭାରତୀୟ ଶୁଟରମାନେ ହେଲେ ସଞ୍ଜୀବ ରାଜପୁତ, ଅଞ୍ଜୁମ ମୋଦଗିଲ, ଅପୂର୍ବୀ ଚାଣ୍ଡିଲା, ସୌରଭ ଚତୁର୍ବେଦୀ, ଅଭିଶେକ ବର୍ମା, ଦିବ୍ୟାଂଶ ସିଂ ପାନଓ୍ବାର, ରାହି ସାର୍ନୋବାତ ଓ ମନୁ ଭାକର।
ରିଓରେ ଏଥି ସହିତ ଯଶସ୍ବିନୀ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଅଭିଷେକ ବର୍ମା ଓ ଇଲାଭେନିଲ ଭାଲାରିଭାନ ଯଥାକ୍ରମେ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଓ ମହିଳ ୧୦ ମିଟଣ ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଓ ସଞ୍ଜୀବ ରାଜପୁତ ରୌପ୍ୟ ଓ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସୌରଭ ଚୌଧୁରୀ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।
ଶନିବାର ଅନ୍ୟତମ ଭାରତୀୟ ମହିଳା ଶୁଟର କାଜଲ ସଇନି, ପୂର୍ବତନ ବିଶ୍ୱ ଚାମ୍ପିୟନ ତେଜସ୍ବିନୀ ସାଓ୍ବନ୍ତ ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲେ। କାଜଲ ମହିଳା ୫୦ମି. ରାଇଫଲ ୩ ପୋଜିସନ (୩ପି)ରେ ୨୨ତମ ସ୍ଥାନର ରହି ଅଭିଯାନ ଶେଷ କରିଥିଲେ ଓ ତାଙ୍କର କ୍ୱାଲିଫାଇଂ ରାଉଣ୍ଡ ସ୍କୋର ୧୧୬୭ ଥିଲା। ସେହିପରି ପ୍ରୋନ୍‌ରେ ତେଜସ୍ବିନୀ ୧୧୫୬ ପଏଣ୍ଟ ସ୍କୋର କରି ୪୭ତମ ସ୍ଥାନରେ ରହିଥିଲେ। ସେହିପରି ପୁରୁଷ ୨୫ମି ରାପିଡ ପିସ୍ତଲ ଇଭେଣ୍ଟରେ ଆଦର୍ଶ ସିଂ ଓ ଅନିଶ ଭାନଓ୍ବାଲା ଯଥାକ୍ରମେ ୧୩ ଓ ୧୪ତମ ସ୍ଥାନରେ ଥିଲେ। ସେହିପରି ଅନ୍‌ହାଦ ଜଓ୍ବାଣ୍ଡା ୪୮ତମ ସ୍ଥାନରେ ରହିଥିଲେ। ସେହିପରି ନନ୍‌- କମ୍ପିଟିଶନ ମିନିମମ୍‌ କ୍ୱାଲିଫିକେଶନ ସ୍କୋର (ଏମ୍‌କ୍ୟୁଏସ୍‌) ସେକ୍‌ଶନରେ ଭାରତୀୟ ଶୁଟରମାନେ ଭଲ ପ୍ରଦର୍ଶନ କରିଛନ୍ତି। ମହିଳା ଏୟାର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ଓ ଇଶା ସିଂ ଯଥାକ୍ରମେ ୫୮୦ ଓ ୫୭୭ ପଏଣ୍ଟ ସ୍କୋର କରି ୧-୨ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri