Odisha Elections 2024

ଆଇଏସ୍‌ ଆକ୍ରମଣରେ ୫୦ ସିରିଆ ସୈନ୍ୟ ମୃତ

ଦାମାସ୍‌କସ୍‌,୨୧।୪: ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୫୦ ଜଣ ସିରିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏନେଇ ମାନବାଧିକାର ପର୍ଯ୍ୟବେଷକଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆଇଏସ୍‌ ତଥା ଅଲ୍‌ କାଏଦା ଆତଙ୍କବାଦୀଙ୍କ ଆକ୍ରମଣରେ ସୈନ୍ୟମାନଙ୍କର ଗତ ଏକ ସପ୍ତାହ ମଧ୍ୟରେ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଗତ ଗୁରୁବାର ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୨୭ ଥିଲା। ସୂଚନାଯୋଗ୍ୟ, ସିରିଆରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ଖୁବ୍‌ ଶୀଘ୍ର ସମଗ୍ର ଅଞ୍ଚଳକୁ ଆତଙ୍କବାଦ ମୁକ୍ତ କରାଯିବ ବୋଲି ସିରିଆନ୍‌ ଡେମୋକ୍ରାଟିକ୍‌ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା।...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ...

ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ...

ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର...

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri