Posted inଖେଳ

‘ଆଇଏସଏଲରେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରଥମ ଲକ୍ଷ୍ୟ’

ଶୁଭମ୍‌ ଷଡ଼ଙ୍ଗୀ, ଜାତୀୟ ଫୁଟବଲରେ ଏବେ ଏକ ପରିଚିତ ନାମ। ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ରେ ଦିଲ୍ଲୀ ଡାଇନାମସ ପକ୍ଷରୁ ଖେଳି ଆସିଥିଲେ ଏହି ଓଡ଼ିଆ ଖେଳାଳି। ଏହି ଫୁଟବଲ କ୍ଲବ ଏବେ ଓଡ଼ିଶା ଏଫସିରେ ପରିଣତ ହୋଇଛି। ତେଣୁ ଘରୋଇ ପରିବେଶରେ ଖେଳିବାକୁ ବ୍ୟଗ୍ର ବାଲେଶ୍ୱର ସୋରୋ ଅଞ୍ଚଳର ମା’ ଅନୀତା ଓ ପିତା ପ୍ରୀତିକାନ୍ତ ଷଡ଼ଙ୍ଗୀଙ୍କ ପୁତ୍ର ଏହି ଫୁଟବଲ ପ୍ରତିଭା। ବୁଧବାର ଓଡ଼ିଶା ଏଫସିର ଜର୍ସି ଉନ୍ମୋଚନ ଉତ୍ସବ ଅବସରରେ ଶୁଭମ୍‌ ପ୍ରକାଶ କରିଛନ୍ତି ନିଜ ମନର କଥା।

ପ୍ର: ଓଡ଼ିଶାରେ ଫୁଟବଲର ଏକ ନୂଆ ଟିମ୍‌ ସୃଷ୍ଟି ହେଲା, ନୂଆ ଧାରା ଆରମ୍ଭ ହେଲା। ଫ୍ୟାନ୍‌ କ୍ଲବ ମଧ୍ୟ ପ୍ରଥମଥର ଗଠନ ହେଲା। କ’ଣ ଭାବୁଛନ୍ତି, ଓଡ଼ିଶା ଫୁଟବଲକୁ ଏହା କେତେ ଆଗକୁ ନେଇ ପାରିବ।
ଉ: ଏ ବର୍ଷ ଓଡ଼ିଶା ଏଫସି ଆତ୍ମ ପ୍ରକାଶ କରିଛି। ଯେବେ ନୂଆ ଟିମ୍‌ ଆସେ ସେତେବେଳେ ତା’ଠାରୁ ବହୁତ କିଛି ଆଶା ରହିଥାଏ। ଜଣେ ଖେଳାଳିଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଆମର ଲକ୍ଷ୍ୟ। ଆମେ ସେଥିରେ କିଛି କମ୍‌ କରିବୁନି। ଓଡ଼ିଶା ଫୁଟବଲକୁ ଏହା ନିଶ୍ଚିତ ଫାଇଦା ଦେବ। ଆଗାମୀ ୫ ବର୍ଷ ମଧ୍ୟରେ ନିଶ୍ଚିତ ଓଡ଼ିଶାରୁ କ୍ୱାଲିଟି ଫୁଟବଲ ଖେଳାଳି ବାହାରିବେ। ରାଜ୍ୟ ସରକାର ଯେପରି କ୍ରୀଡ଼ାକୁ ସମର୍ଥନ କରୁଛନ୍ତି ସେଥିରୁ କେବଳ ଫୁଟବଲ ନୁହେଁ ସବୁ କ୍ରୀଡ଼ାରେ ନିଶ୍ଚିତ ଉନ୍ନତି ହେବ।
ପ୍ର: ଏଥର ଶୁଭମ୍‌ ଘରୋଇ ପରିବେଶରେ ଆଇଏସଏଲର କେତେକ ମ୍ୟାଚ ଖେଳିବେ। ବ୍ୟକ୍ତିଗତଭାବେ କହିଲେ କ’ଣ ଟାର୍ଗେଟ ରହିଛି।
ଉ: ମୁଁ ଯେତେ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇବି ସେଥିରେ ପ୍ରଦର୍ଶନର ଛାପ ଛାଡ଼ିବାକୁ ଚେଷ୍ଟା କରିବି। ପାସ୍‌ କରିବି, ଆସିଷ୍ଟ କରିବି, ଗୋଲ କରିବି। ଯେତେଶୀଘ୍ର ସମ୍ଭବ ଜାତୀୟ ଦଳ ପକ୍ଷରୁ ଖେଳିବା ମୋର ବ୍ୟକ୍ତିଗତ ଲକ୍ଷ୍ୟ।
ପ୍ର: ଓଡ଼ିଶା ଏଫସି ସମ୍ଭାବ୍ୟ ଦଳରେ ଆଉ ଜଣେ ଓଡ଼ିଆ ଖେଳାଳି ଅଙ୍କିତ ଭୂୟାଁ ଅଛନ୍ତି, ତାଙ୍କ ସମ୍ପର୍କରେ କ’ଣ କହିବେ।
ଉ: ଅଙ୍କିତ ନୂଆ କରି ଦଳକୁ ଆସିଛନ୍ତି। ସେ ଭଲ ଖେଳୁଛନ୍ତି, ଆଗାମୀ ଦିନରେ ସେ ନିଶ୍ଚିତ ଆହୁରି ଭଲ ଖେଳିବେ ବୋଲି ମୋର ଆଶା। ଦିନେ ସେ ଓଡ଼ିଶା ଏଫସିର ଜଣେ ନାମୀ ଗୋଲକିପର ହୋଇ ପାରିବ ଏବଂ ଲୋକମାନେ ତାଙ୍କୁ ଭଲ ପାଇବେ।
ପ୍ର: ତୁମେ ଦିଲ୍ଲୀ ଡାଇନାମସ ପକ୍ଷରୁ ପୂର୍ବରୁ ଖେଳି ଆସୁଥିଲ, ଏବେ ଓଡ଼ିଶା ଏଫସିର ନାମ ପରିବର୍ତ୍ତନ ପରେ ଏଠାରେ ଅଭ୍ୟାସ ଚାଲିଛି। କିଛି ଭିନ୍ନତା ଲକ୍ଷ କରୁଛନ୍ତି କି ?
ଉ: ଓଡ଼ିଶା ଏଫସିର ମ୍ୟାଚ ଆରମ୍ଭ ହୋଇନାହିଁ। ପୂର୍ବରୁ ଡାଇନାମସ ଦଳରେ ଯେଉଁ ଖେଳାଳିମାନେ ଥିଲେ ସେମାନେ ମଧ୍ୟ ଏଠାରେ ଅଛନ୍ତି। ଦଳରେ ଅନେକ ବିଦେଶୀ ଖେଳାଳି ଅଛନ୍ତି। ଆମ ନିକଟରୁ ପ୍ରଶଂସକମାନେ ଏଠାରେ ଅଧିକ କିଛି ଆଶା କରୁଥିବା ଆମେ ଅନୁଭବ କରୁଛୁ। ତେଣୁ ଆମେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ୟଗ୍ର ଅଛୁ। କୋଚ୍‌ ଜୋସେପ୍‌ ଗୋମ୍ବାଉ ଦଳକୁ ନେଇ ଅନେକ ଆଶା ରଖିଛନ୍ତି। ଦଳୀୟ ସନ୍ତୁଳନ ଭଲ ଅଛି। ତେଣୁ ଏଥର ନିଶ୍ଚିତ ପ୍ରଦର୍ଶନ ହେବା ଆଶା।
ପ୍ର: ଦେଶର ଅନ୍ୟତମ ସମ୍ମାନଜନକ ଆଇ-ଲିଗ୍‌ ଦ୍ୱିତୀୟ ଡିଭିଜନ୍‌ ପ୍ରତିଯୋଗିତା ହେବା ଶୁଣା ଯାଉଛି। ଭାରତୀୟ ଫୁଟବଲ ପାଇଁ ଏହା କେତେଦୂର ଯୁକ୍ତିଯୁକ୍ତ ହେବ।
ଉ: ଆଇ-ଲିଗ୍‌ ଏକ ଭଲ ପ୍ରତିଯୋଗିତା, ଏଥିରେ ଦ୍ୱିମତ ନାହିଁ। ତେବେ ଏହା ଦ୍ୱାରା ଭଲ ବି ହେବ ବୋଲି ମୁଁ ଭାବୁଛି। କାରଣ ପ୍ରମୋଶନ ଓ ରିଲିଗେଶନ ରହିଲେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ। ପରୋକ୍ଷରେ ଏହା ଭାରତୀୟ ଫୁଟବଲକୁ ସହାୟକ ହୋଇପାରିବ। ଏହାଦ୍ୱାରା ସବୁ ଦଳ ଭଲ ପ୍ରଦର୍ଶନ ଉପରେ ନଜର ରଖିବେ। ଆଇଏସଏଲର କୌଣସି ଦଳ ଭଲ ପ୍ରଦର୍ଶନ ନ କଲେ ଆଇ-ଲିଗ୍‌କୁ ଖସିବ। ସେପରି ଆଇ-ଲିଗ୍‌ର ଭଲ ପ୍ରଦର୍ଶନକାରୀ ଦଳ ପ୍ରମୋଶନ ପାଇବ। ଏହା ନିଶ୍ଚିତ ଭଲ କଥା ହେବ।
ପ୍ର: କିଛିଦିନହେବ ତୁମେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରି ଆସୁଛ, କେମିତି ସୁବିଧା ସୁଯୋଗ ଅଛି ?
ଉ: ଆମେ ଟ୍ରେନିଂ ଗ୍ରାଉଣ୍ଡରେ ଅଭ୍ୟାସ କରି ଆସୁଛୁ। ସେଠାକାର ସୁବିଧା ସୁଯୋଗ ବହୁତ ଭଲ। ଏହାର ଭଲ ରକ୍ଷଣାବେକ୍ଷଣ କରାଯାଉଛି। ଜିମ୍‌ ମଧ୍ୟ ଉନ୍ନତମାନର। ହାଇପରଫରମାନ୍ସ ସେଣ୍ଟର ମଧ୍ୟ ସହାୟକ ହେବ। ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri