ଆଇଆର୍‌ଡିଏ ଅଧିକାରୀ ପରିଚୟ; ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ବଢୁଛି ସାଇବର କ୍ରାଇମ୍‌

ଗୋପାଳପୁର,୭ା୧୧-ଆଇଆର୍‌ଡିଏ (ଇନ୍‌ସ୍ୟୁରାନ୍ସ ରେଗୁଲେଟାରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି)ର ଅଧିକାରୀ ପରିଚୟ ଦେଇ ଅନ୍‌ଲାଇନ୍‌ରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ଡୁରା ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହାର ଶିକାର ହୋଇଛନ୍ତି ଶକ୍ତି କୁମାର ପାତ୍ର। ମଙ୍ଗଳବାର ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଠକେଇର ତଦନ୍ତ ଚଳାଇଥିବା ବେଳେ ଶକ୍ତିଙ୍କ ବାପା ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।
୨୦୧୩ରେ ଶକ୍ତିଙ୍କ ନଁାରେ ତାଙ୍କ ବାପା ବିର୍ଲା ସନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସରେ ଏକ ପଲିସି କରିଥିଲେ। ୨୦୧୫ରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ଫୋନ କରି ଆଇଆର୍‌ଡିଏର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ବିର୍ଲା ସନ୍‌ ଲାଇଫ ଇନ୍‌ସ୍ୟୁରାନ୍ସର ବିବରଣୀ ଦେବା ସହ ଉକ୍ତ ପଲିସିରେ ୨ ଲକ୍ଷ ୪୫ ହଜାର ଟଙ୍କା ବୋନସ ଆସିଛି, ଏଥିରେ ଇନକମ୍‌ ଟ୍ୟାକ୍ସ ଲାଗିବ ବୋଲି କହିଥିଲେ। ଏଥିରୁ ମୁକ୍ତି ପାଇବାକୁ ହେଲେ ଅନ୍ୟ ଏକ ଇନ୍‌ସ୍ୟୁରାନ୍ସ କରିବାକୁ କହି ଏକ ଆକାଉଣ୍ଟ ନମ୍ବର ତାଙ୍କୁ ଦେଇଥିଲେ। ଏହା ଶୁଣି ତାଙ୍କ ବାପା ଉକ୍ତ ଆକାଉଣ୍ଟ ନମ୍ବରରେ ୪୫ ହଜାର ଟଙ୍କା ଜମା କରିଥିଲେ। ପରେ ଉକ୍ତ ଇନ୍‌ସ୍ୟୁରାନ୍ସର ଏକ ନକଲ ଘରେ ପହଞ୍ଚତ୍ଥିଲା, କିନ୍ତୁ ବୋନସ ଟଙ୍କା ଆସିନଥିଲା। ପୁଣି ଉକ୍ତ ବ୍ୟକ୍ତି ଫୋନ କରି ତାଙ୍କ ବାପାଙ୍କୁ ଇନ୍‌କମ୍‌ ଟ୍ୟାକ୍ସ ଭରିବା ପାଇଁ କହି ଆକାଉଣ୍ଟ ଓ ଫୋନ ନମ୍ବର ଦେଇଥିଲେ। ଏଥିରେ ମଧ୍ୟ ତାଙ୍କ ବାପା ୧୯ ହଜାର ଟଙ୍କା ପୈଠ କରିଥିଲେ। ପରେ ବିର୍ଲା ସନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଏମ୍‌ଡି ପରିଚୟ ଦେଇ ଫୋନ ଆସିଥିଲା। ବୋନସ ଟଙ୍କା ପାଇବା ପାଇଁ ଏକ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇବାକୁ କୁହାଯାଇଥିଲା। ସେହି ଆକାଉଣ୍ଟ ନମ୍ବରରେ ମଧ୍ୟ ତାଙ୍କ ବାପା ଟଙ୍କା ଜମା କରିଥିଲେ। ଏପରି ୨୦୧୫ରୁ ୨୦୧୭ ମଧ୍ୟରେ ୨୫ଟି ବ୍ୟାଙ୍କ ଆକାଉଣ୍ଟରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଶକ୍ତିଙ୍କ ବାପା ଜମା କରିିଥିଲେ। କିଛି ଦିନ ପରେ ଶକ୍ତିଙ୍କ ବାପା କଲ ଆସିଥିବା ନମ୍ବରକୁ ଫୋନ କରିବାରୁ ତାହା ସୁଇଚ୍‌ ଅଫ୍‌ କହିବାରୁ ଏ ନେଇ ଅନ୍‌ଲାଇନରେ ପୋଲିସର ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କରିଥିଲେ। ମଙ୍ଗଳବାର ଉକ୍ତ ଅଭିଯୋଗକୁ ଗୋପାଳପୁର ଥାନାଧିକାରୀ ପାଇ ଶକ୍ତିଙ୍କ ବାପାଙ୍କୁ ଡାକି ବିଭିନ୍ନ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri