ଅସ୍ୱାସ୍ଥ୍ୟକର ପରିବେଶରେ ଜିଲା ମୁଖ୍ୟ ଡାକ୍ତରଖାନା

କେନ୍ଦୁଝର, ୨୦ା୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସର ଉପଯୁକ୍ତ ସଫେଇ ହେଉନାହିଁ କିମ୍ବା ଏହାର ତଦାରଖ ହେଉ ନ ଥିବାରୁ ପରିସରରେ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡୁଛି। ବର୍ଷାଦିନରେ ପରିବେଶ ଅଧିକ ଦୂଷିତ ହୋଇପଡୁଥିବାରୁ ରୋଗୀମାନେ ଅସ୍ବାସ୍ଥ୍ୟକର ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଡାକ୍ତରଖାନା ପରିସରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ସରକାରଙ୍କ ନିର୍ମଳ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ଅବସ୍ଥାରେ ସୁଧାର ଆସୁନାହିଁ।
ପ୍ରକାଶ ଯେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ଆଉଟସୋର୍ସିଂ ଜରିଆରେ ସଫେଇ କାମ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରାଯାଉଛି। ଏହି କାମର ତଦାରଖ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀ ତଥା ଡାକ୍ତରଖାନା ପ୍ରଶାସନ ରହିଛନ୍ତି। ଏଥିପାଇଁ ଆଗରୁ ପାଖାପାଖି ମାସକୁ ୨ ଲକ୍ଷ ଟଙ୍କା ବିନିଯୋଗ ହେଉଥିବା ବେଳେ ଏବେ ପାଖାପାଖି ୮ଲକ୍ଷ ଟଙ୍କା ବିନିଯୋଗ ହେଉଥିଲେ ହେଁ ଡାକ୍ତରଖାନା ପରିସର ଓ ଓ୍ବାର୍ଡ ପରିସର ଅବସ୍ଥା ଦେଖିଲେ କିପରି ବିନିଯୋଗ ହେଉଛି ତାହା ବେଶ୍‌ ଅନୁମାନ କରିହେବ। ଏଥିପାଇଁ ୪୨ ଜଣ କର୍ମଚାରୀ ଠିକା ସଂସ୍ଥା ନିୟୋଜିତ କରିଥିବା ବେଳେ ସୁପରଭାଇଜର ନିଯୁକ୍ତି କରିଥିବା ମଧ୍ୟ ଡାକ୍ତରଖାନା ପକ୍ଷରୁ ଜଣାପଡିଛି।
ସରକାରଙ୍କ ନିର୍ମଳ ଯୋଜନାରେ ଡାକ୍ତରଖାନାର ମଇଳା ଆବର୍ଜନା, ଡ୍ରେନ ସଫେଇ ଏବଂ ମଇଳା ଆବର୍ଜନା ପରିଚାଳନା ଆଦି କାମ କରାଯିବା କଥା । ଏପରିକି ଡାକ୍ତରଖାନା ଆଖପାଖରେ ବର୍ଷା ଯୋଗୁ ବହୁ ସ୍ଥାନରେ ପାଣି ଜମି ରହୁଥିବା ଏବଂ ଅନାବନା ଗଛର ଜଙ୍ଗଲକୁ ସଫା କରାଯାଉ ନ ଥିବାରୁ ମଶାମାଛିଙ୍କ ପ୍ରାଦୁର୍ଭାବ ବଢୁଛି। ସେହିପରି ବୁଲା କୁକୁର, ଗୋରୁ ତଥା ଛେଳି ମାନେ ଅବାଧ ପରିସରରେ ବୁଲୁଥିବାରୁ ଯାତାୟାତ ବ୍ୟାହତ ହେଉଛି। ମଇଳା ଆବର୍ଜନା ଜମା କରାଯାଉଥିବା ଆବର୍ଜନା ପରିଚାଳନା ପ୍ରକଳ୍ପରୁ ମଇଳା ଆବର୍ଜନା ନିୟମିତ ଉଠାଯାଉନାହିଁ। ଡ୍ରେନରେ ପାଣି ଓ ଆବର୍ଜନା ଜମା ହୋଇ ରହୁଥିବା, ନିୟମିତ ଉନ୍ନତମାନର ବ୍ଲିଚିଂ ପାଉଡର, ଫିନାଇଲ ଆଦି ପକା ଯାଉ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ରୋଗୀମାନେ ଅଭିଯୋଗ କରିଆସୁଛନ୍ତି। ସେହିପରି ଡାକ୍ତରଖାନା ପରିସୀମା ଓ ଶୌଚାଳୟକୁ ଲାଗିଥିବା ହୋଟେଲର ମଇଳା ଆବର୍ଜନା ଯୋଗୁ ପରିବେଶ ପ୍ରଦୂଷିତ ହେବା ସହ ଏଠାରେ ରୋଗୀଙ୍କ ସମ୍ପର୍କୀୟ ରୋଗଗ୍ରସ୍ତ ହେବା ସମ୍ଭାବନା ଥିଲେ ହେଁ ପଦକ୍ଷେପ ନିଆଯାଉନାହିଁ। ଚିକିତ୍ସା ପାଇଁ ଆସି ରୋଗୀ ଯଦି ପୁଣି ରୋଗରେ ପଡିବେ ତେବେ ନିର୍ମଳ ଯୋଜନା କିପରି ସୁଫଳ ଲାଭ କରିବ ବୋଲି ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି। ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ନିଯୁକ୍ତି ହୋଇଥିଲେ ହେଁ କିପରି ସଫେଇ ହେଉନାହିଁ ତାହା ତଦନ୍ତ କରିବା ଆବଶ୍ୟକ। ଏଣୁ ମୋ ସରକାର ଯୋଜନାରେ ଏଭଳି ସମସ୍ୟାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସିଡିଏମଓ ଦାୟିତ୍ୱରେ ଥିବା ଏଡିଏମଓ ଡାକ୍ତର ସୁଧାଂଶୁ ଶେଖର ବଳଙ୍କୁ ପଚାରିବାରୁ ଡାକ୍ତରଖାନା ପରିସରର ସଫେଇ କାମର ତଦାରଖ କରିବା ପାଇଁ ସୁପରଭାଇଜର ଅଛନ୍ତି। ରୋଗୀଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯିବ। କାମରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ

ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri