ଅସୁରକ୍ଷିତ ହୋଇପଡୁଛି ରାଜଧାନୀ: ବାର୍‌ରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାତିର ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ନିକଟରେ କେତେଜଣ ଦୁର୍ବୃତ୍ତ ବାର୍‌ରେ ପଶି ଆତଙ୍କ ଖେଳାଇବା ସହ ରାସ୍ତାରେ ବାର୍‌ ଡ୍ୟାନ୍ସରଙ୍କୁ ଅଟକାଇ ଲୁଟ୍‌ପାଟ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଆଉଏକ ଘଟଣା ଘଟିଛି। ୫ଜଣ ଦୁର୍ବୃତ୍ତ ମଞ୍ଚେଶ୍ୱର ଥାନା ନିକଟରେ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଛନ୍ତି। ମଞ୍ଚେଶ୍ୱର ଛକ ଓ ନିକଟ ପେଟ୍ରୋଲ ପମ୍ପ୍‌ରେ ଥିବା ଲୋକେ ଭୟଭୀତ ହୋଇପଡିଥିଲେ। ଏପରି କି ଜାତୀୟ ରାଜପଥରେ ମଧ୍ୟ ସେମାନେ ଏଭଳି ହୋହଲ୍ଲା କରି ଯାଉଥିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନାନୁସାରେ, ଦୁଇଟି ବାଇକରେ ୫ଜଣ ଦୁର୍ବୃତ୍ତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଭିତରୁ ହାତରେ ଖଣ୍ଡା ଓ ଭୁଜାଲି ଧରି ବାହାରିଥିଲେ। ଛକରେ ଟିକେ ଅଟକି ରହି ବଡ଼ ପାଟି କରି ଉତ୍ପାତ କରିଥିଲେ। ପରେ ଆଗରେ ଥିବା ପେଟ୍ରୋଲ ପମ୍ପ୍‌ ନିକଟ ରାସ୍ତାରେ ପୁଣି ବାଇକ୍‌ ରଖି ଖଣ୍ଡା ଓ ଭୁଜାଲି ବୁଲାଇଥିଲେ। ଏହି ସମୟରେ ସେମାନେ ପେଟ୍ରୋଲ ଟାଙ୍କି ଭିତରକୁ ପଶି ଗୋଟିଏ ଗାଡ଼ିରେ ତେଲ ପକାଇଥିଲେ। ସେଠାରେ କିଛି ସମୟ ଆତଙ୍କ ଖେଳାଇବା ସହ କର୍ମଚାରୀ ଓ ଉପସ୍ଥିତ କେତେଜଣ ଲୋକଙ୍କୁ ନାଲିଆଖି ଦେଖାଇ କଟକ ଆଡକୁ ପଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଥାନା ନିକଟରେ ଏସବୁ କାଣ୍ଡ ଘଟିଥିଲେ ମଧ୍ୟ ପୋଲିସ ନିକଟରେ ଏନେଇ କୌଣସି ଖବର ନ ଥିଲା। ଜଣେ ଖବରଦାତା ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚତ୍ଥିଲା। ପେଟ୍ରୋଲ ଟାଙ୍କିରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ବରିମୁଣ୍ଡ ନିକଟରେ ବାଲିଯାତ୍ରା ହେଉଥିବାରୁ ଦୁର୍ବୃତ୍ତମାନେ ଖଣ୍ଡା ଓ ଭୁଜାଲିଧରି ସେଠାକୁ ଯାଇଥିବା ଆଉ କେତେଜଣଙ୍କଠାରୁ ସୂଚନା ମିଳିଛି। ଏନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ କହିଛନ୍ତି,ଏନେଇ କେହି ଅଭିଯୋଗ କରିନାହଁାନ୍ତି। ସୂଚନା ମିଳିବା ପରେ ତଦନ୍ତ କରୁଛୁ। ଅଭିଯୁକ୍ତଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri