ଅସୁରକ୍ଷିତ ନଦୀତଟ : ସୋନ ନଦୀରେ ଲୀନ ହେବ ୨୧ ଗାଁ

କପ୍ତିପଦା,୧୫ା୬(ଡି.ଏନ୍‌.ଏ) ଆଗକୁ ବଷର୍ର୍ା ଦିନ ଆସୁଥିତ୍ବାରୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ୨୧ଟି ଗ୍ରାମର ଲୋକେ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। ବର୍ଷା ହେଲେ ବନ୍ୟା ଭୟ ଓ ଧନ ଜୀବନ ସୁରକ୍ଷା ଚିନ୍ତା ନଦୀକୂଳବାସୀଙ୍କୁ ଅଧିକ ମାତ୍ରାରେ ଘାରିଛି ା କପ୍ତିପଦା ବ୍ଲକ ଦେଇ ପ୍ରବାହିତ ସୋନ ନଦୀ ଏହି ଅଞ୍ଚଳ ପାଇଁ ଦୁଃଖ ପାଲଟିଛି। ନଦୀ ପାର୍ଶ୍ୱରେ ଥିବା ଗଡ଼ସାହି, ରଥଦାଣ୍ଡସାହି, ବେଲଡ଼ିହା, ଜନକପୁର, ବଜ୍ରପୁର, କୁଣ୍ଡିସାହି, କୋହ୍ଲାସାହି, ଚାଣ୍ଡିଆସାହି, ଲଳିତାପୋଷା, ଡ଼ାହିସାହି, ବାଘିଆଗଡ଼ି, ଜଉଖୁଣ୍ଟିଆ, କୁଣ୍ଡଳ, ଠାକରାସାହି, ଗେଣ୍ଡାଗଡ଼ିଆ, ଜାମବନ୍ଧ, କୁକୁଡ଼ାଗଡ଼ି, ଭଲଗୁଣ୍ଡି, ଆମ୍ବପିଛୁଳା, ସୁଡ଼ୁସୁଡ଼ିଆ ଓ ଖପ୍ରାପାଳ ଆଦି ୨୧ଟି ଗ୍ରାମର ଲୋକେ ବର୍ଷା ଋତୁ ସମୟରେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତି ା ବର୍ଷାଋତୁ ତଥା ବନ୍ୟା ସମୟରେ ସୋନନଦୀ ସେମାନଙ୍କ ଆଖିରୁ ନିଦ ଛଡାଇ ନେଇଥାଏ। ବିଶେଷ କରି ଏହି ଗ୍ରାମଗୁଡ଼ିକ ମଧ୍ୟରୁ ରଥଦାଣ୍ଡସାହି, କୁକୁଡ଼ାଗଡ଼ି ଓ ଚଣ୍ଡିଆସାହି ବିଶେଷ ଭାବରେ ପ୍ରଭାବିତ ହୋଇଥାଏ । ତେଣୁ ବାରମ୍ବାର ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ପକ୍ଷରୁ କୁକୁଡ଼ାଗଡ଼ି ଓ ଚଣ୍ଡିଆସାହିଠାରେ ପଥର ପ୍ୟାକିଂ ପାଇଁ ୨୨ଲକ୍ଷ, ରଥଦାଣ୍ଡସାହିରେ ପଥର ପ୍ୟାକିଂ ପାଇଁ ୨୫ଲକ୍ଷ ଟଙ୍କା ଓ ମହୁଲଡିହା ଠାରେ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଥାଇ କାର୍ଯ୍ୟ ସରିଛି ା ମାତ୍ର ଏହି କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଗତବର୍ଷ ସେଭଳିି ବନ୍ୟା ପରିସ୍ଥିତି ନ ଥାଇ ମଧ୍ୟ ରଥଦାଣ୍ଡ ସାହି ପଥର ପ୍ୟାକିଂ କେତେକ ସ୍ଥାନରେ ଧସି ପଡିଥିଲା। ଫଳରେ ରଥଦାଣ୍ଡ ସାହି ଲୋକଙ୍କ ଉକ୍ତ ନଦୀରେ ଆଡ଼ିବନ୍ଧ ନିର୍ମାଣ ଚିନ୍ତା ବଢି ଯାଇଛି। ପ୍ରତିବର୍ଷ ନଦୀର କୂଳ ଖାଇ ଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପୂର୍ବରୁ ୭୫ଫୁଟ୍‌ ଓସାର ଥିତ୍ବା ନଦୀ ଏବେ ୩୦୦ଫୁଟ ଓସାରରେ ପହଞ୍ଚିଛି। ଆଡ଼ିବନ୍ଧ ଓ ସ୍ପର ନ ଥିବା ଯୋଗୁଁ ପ୍ରତିବର୍ଷ ନଦୀରେ ବନ୍ୟା ଜଳ ଆସି ପାର୍ଶ୍ୱବର୍ତ୍ତୀ ଗ୍ରାମରେ ପ୍ରବେଶ କରି ଧନଜୀବନ ନଷ୍ଟ କରୁଛି। ବହୁ ଗରିବ ଲୋକଙ୍କ ଘର ସହିତ ଚାଷ ଜମି ଏହି ନଦୀଗର୍ଭରେ ଲୀନ ହେଉଛି । ଏହି ସମୟରେ ଉପାୟ ନ ପାଇ ଗ୍ରାମବାସୀ ଗ୍ରାମଛାଡ଼ି ଅନ୍ୟତ୍ର ପଳାଇ ଯିବାକୁ ବାଧ୍ୟ ହୋଇଥାନ୍ତି। ନଦୀ ତଟରେ ପଥର ପ୍ୟାକିଂ ଓ ସ୍ପର ନିର୍ମାଣ ହେଉ ନ ଥିବା ସ୍ଥଳେ ନଦୀ ଶଯ୍ୟାରୁ ଅବାଧ ବାଲି ଉଠାଣ ଚାଲିଛି । ତେଣୁ ବନ୍ୟା ହେଲେ ନଦୀ ସ୍ରୋତ ତଟ ଭାଙ୍ଗି ମାଡ଼ି ଆସିବା ସମ୍ଭାବନାକୁ ଏଡ଼ାଯାଇ ନ ପାରେ ା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ବିଭିନ୍ନ ସୁରକ୍ଷା ପ୍ରସ୍ତାବ ଉଠୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ। ବର୍ଷା ଦିନକୁ ଦୃଷ୍ଟିରେ ରଖି ଯେଉଁ ସ୍ଥାନରେ ପଥର ପ୍ୟାକିଂ ଓ ସ୍ପର ନିର୍ମାଣ କାଯର୍‌ୟ ଚାଲୁ ରହିଛି ଯଥାଶୀଘ୍ର ତାହା ଶେଷ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି । ସୁନେଇ ମଧ୍ୟମ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ହେବାର ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ହେଁ ଅଦ୍ୟାବଧି କ୍ଷତିଗ୍ରସ୍ତ ଗାଁ ଗୁଡିକ ନିକଟରେ ପ୍ରବାହିତ ହୋଇଥିବା ନଦୀରେ ଆଡ଼ିବନ୍ଧ ଓ ସ୍ପର ନିର୍ମାଣ ନ ହେବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା ରାଜ୍ୟ ସରକାରଙ୍କର ଜନସେଚନ ବିଭାଗ, ଜିଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଏଥିପ୍ରତି ଅଣଦେଖା କରୁଥିବା ସେମାନେ ଅଭିଯୋଗ କରିଛନ୍ତି ା ଏହି ନଦୀର ଦୁଇ ପାର୍ଶ୍ୱରେ ଆଡ଼ିବନ୍ଧ ନିର୍ମାଣ ନ ହେଲେ କପ୍ତିପଦା ବ୍ଲକ ମାନଚିତ୍ରରୁ ଏହି ଗାଁ ଗୁଡ଼ିକ ଦିନେ ନିଶ୍ଚିହ୍ନ ହୋଇଯିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସୁନେଇ ମଧ୍ୟମ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସୁନେଇ ଡ଼୍ୟାମରୁ ବୈରାତପୁର ପର୍ଯ୍ୟନ୍ତ ୨୫ଟି ସ୍ଥାନରେ ପଥର ପ୍ୟାକିଂ ପାଇଁ ଗତ ବର୍ଷରୁ ବ୍ୟୟ ଅଟକଳ ବିଭାଗକୁ ପଠାଯାଇଛି ା କେତେକ ପ୍ରକଳ୍ପର କାମ ଚାଲିଛି ା ଅନ୍ୟ ଗୁଡିକ ବିଭାଗୀୟ ଅନୁମୋଦନ ଲାଭ କଲେ ପର୍ଯ୍ୟାୟ କ୍ରମେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ପଥର ପ୍ୟାକିଂ ଓ ଆଡ଼ିବନ୍ଧ ନିର୍ମାଣ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri