ଅସହାୟ ଟିକିଲିଙ୍କୁ ମିଳିଲା ନୂଆ ଜୀବନ

ଘସିପୁରା,୧୯।୧୦(ଡି.ଏନ.ଏ.)- ଟିକିଲି ଜେନା(୨୬) ନାମ୍ନୀ ଜଣେ ଅସହାୟ ମାନସିକ ଅନଗ୍ରସର ଯୁବତୀ ଦୁର୍ଘଟଣାର ଶିକାର ହେବା ପରେ ଉପଯୁକ୍ତ ଚିକିତ୍ସାସେବା ନ ପାଇ ୮ ମାସ ଧରି ମୃତ୍ୟୁସହ ସଂଗ୍ରାମ କରୁଥିଲେ। ତାଙ୍କ ବାମ ହାତ ଭାଙ୍ଗିଥିବାରୁ ଏହା ସଂକ୍ରମିତ ହୋଇ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା। ଏଭଳି ପରିସ୍ଥତିରେ ଜଣେ ଅଟୋ ଡ୍ରାଇଭରଙ୍କଠାରୁ ଖବରପାଇ ସମାଜସେବୀ ଦେବରାଜ ସାହୁ ତାଙ୍କୁ ଆଣି ଚିକତ୍ସ ବ୍ୟବସ୍ଥା କରାଇଥିଲେ। ପରେ ଅନ୍ୟ କେତେକ ବଦାନ୍ୟ ବ୍ୟକ୍ତି ଆଗେଇ ଆସି ଆର୍ଥିକ ସହାୟତା ଯୋଗାଇବାରୁ ଶୁକ୍ରବାର ସ୍ଥାନୀୟ ଏକ ଘରୋଇ ଚିକତ୍ସାଳୟରେ ତାଙ୍କ ଭଙ୍ଗା ହାତରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହାଫଳରେ ଟିକିଲିଙ୍କୁ ଏକ ନୂଆ ଜୀବନ ମିଳି ପାରିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ଟିକିଲିଙ୍କ ଘର କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଜଅଁରା ଅଞ୍ଚଳରେ । ତାଙ୍କ ମା’ ବାପାଙ୍କ ମୃତ୍ୟୁ ପରେ ସେ ମାନସିକ ଭାରସ୍ୟାମ ହରାଇବସିଥିଲେ। ପରେ ଦୁର୍ଘଟଣାର ଶିକାର ହେବାରୁ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିଲା। ଦୀର୍ଘଦିନ ଧରି ଏହି ଅସହାୟ ଯୁବତୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଟିକିଲିଙ୍କ ପକ୍ଷେ ଚିକିତ୍ସାସେବା ପାଇବା ସମ୍ଭବ ନ ଥିଲା। ସମାଜସେବୀ ଦେବରାଜ ପ୍ରଥମେ ଟିକିଲିଙ୍କୁ ଆଣି ଡାକ୍ତରଙ୍କୁ ଦେଖାଇବା ପରେ ଏକ ବଡ଼ ଧରଣର ଅସ୍ତ୍ରୋପଚାର ଦରକାର ବୋଲି ଜଣାପଡିଥିଲା। ଏଥିଲାଗି ଦେଖାଦେଇଥିଲା ଅର୍ଥାଭାବ । ଏ ନେଇ ସୋସିଆଲ ମିଡିଆରେ ପ୍ରଚାର ହେବାପରେ ବହୁ ବଦାନ୍ୟ ବ୍ୟକ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ସାହାଯ୍ୟର ହାତ ବଢାଇଥିଲେ। ଶେଷରେ ଶୁକ୍ରବାର ଏଠାକାର ଏକ ଘରୋଇ ଡାକ୍ତରଖାନାରେ ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚରେ ଟିକିଲିଙ୍କ ହାତରେ ସଫଳ ଅସ୍ତ୍ରୋପଚାର କରାଯାଇ ପାରିଛି। ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର କରାଯାଇଛି। ଉଦଳା ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ପ୍ରାଚୀପ୍ରଜ୍ଞା ସାହୁ, ମଧୁସ୍ମିତା ହେମ୍ବ୍ରମ, ସ୍ବେଚ୍ଛାସେବୀ ପ୍ରମୋଦ ନାୟକ, ପ୍ରକାଶ ବାରିକ, ଅରବିନ୍ଦ ପାତ୍ର, ସତ୍ୟଶଙ୍କର ମିଶ୍ର ପ୍ରମୁଖ ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା କରିଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri