ଅସରାଏ ବର୍ଷାରେ ଅବସ୍ଥା ବେହାଲ

ବାସୁଦେବପୁର, ୨୩।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ସହର ପୌରପାଳିକାର ମାନ୍ୟତା ଲାଭ କରିଥିଲେ ମଧ୍ୟ ସହରବାସୀଙ୍କ ସର୍ବନିମ୍ନ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଏ ଦିଗରେ ପୌରପାଳିକା ଧ୍ୟାନ ଦେଉ ନ ଥିବା ସହରବାସୀ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ବାସୁଦେବପୁର ସହର ସମେତ ୨୩ ୱାର୍ଡରେ ଏବେ ଡ୍ରେନେଜ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ମୌସୁମୀ ବାୟୁ ସକ୍ରିୟ ହୋଇସାରିଥିଲା ବେଳେ ଅଦ୍ୟାବଧି ସହରାଞ୍ଚଳର କୌଣସି ଡ୍ରେନକୁ ସଫାସୁତୁରା କରାଯାଇପାରି ନାହିଁ। ଗତ ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବରେ ସହରର ମୁଖ୍ୟରାସ୍ତା ଟ୍ରାଫିକ ଛକଠାରେ ଅଳିଆ ଆବର୍ଜନା ପାଣି ମୁଖ୍ୟଛକରେ ଜମି ରହିଛି। ବଳକା ବର୍ଷା ଜଳ ଡ୍ରେନକୁ ନ ଯାଇ ରାସ୍ତା ଉପରେ ଜମି ରହୁଥିତ୍ବାରୁ ଲୋକେ ଯାତାୟାତ ପାଇଁ ହଇରାଣ ହେଉଛନ୍ତି।
ବାସୁଦେବପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ମଧ୍ୟରେ ଏହି ଅଳିଆ ଆବର୍ଜନାପୂର୍ଣ୍ଣ ପାଣି ଜମି ରହି ସହରର ଟ୍ରାଫିକ ଛକରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସେହିପରି ସହରର ବିଭିନ୍ନ ସ୍ଥାନରେ ବଳକା ବର୍ଷାପାଣି ଜମି ରହୁଛି। ଉଲ୍ଲେଖନୀୟ ଯେ, ଟ୍ରାଫିକ ଛକଠାରୁ ପୂର୍ବକୁ ହାଟସାଗରବସ୍ତି ପର୍ଯ୍ୟନ୍ତ ଖୋଳାଯାଇଥିବା ମୁଖ୍ୟ ଡ୍ରେନ୍‌ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଡ୍ରେନ୍‌ଟି ପୋତି ହୋଇ ରହିବା ସହ ତଳ ମୁହଁ ଖୋଲାଯାଇ ନ ଥିବାରୁ ଏଥିରେ ଜଳ ନିଷ୍କାସନ ହୋଇପାରୁ ନାହିଁ। ଏହାଛଡ଼ା ଡ୍ରେନ୍‌ର ପ୍ଲେଟଗୁଡିକ ଭାଙ୍ଗି ନଷ୍ଟ ହୋଇଗଲାଣି। ସେହିପରି ବ୍ଲକ ରୋଡ ଦେଇଯାଇଥିବା ଡ୍ରେନ ମଧ୍ୟ ପୋତି ହୋଇପଡ଼ିଛି। ୩ ବର୍ଷ ଧରି ଏହି ଡ୍ରେନ ସଫା ହୋଇ ନ ଥିବା ଜଣାପଡ଼ିଛି। ଫଳରେ ଡ୍ରେନରୁ ଦୁର୍ଗନ୍ଧ ବାହାରୁଥିବା ସହିତ ଜଳ ନିଷ୍କାସିତ ହୋଇପାରୁନି। ମାଛହାଟ ଡ୍ରେନର ମଧ୍ୟ ଅନୁରୂପ ଅବସ୍ଥା। ସହର ମଧ୍ୟରେ ଥିବା ବିଭିନ୍ନ ଡ୍ରେନ ଓ ଗ୍ରାମାଞ୍ଚଳର ଡ୍ରେନର ମୁହଁ ପୋତି ପଡ଼ିଥିବାରୁ ବର୍ଷର ଜଳ ନିଷ୍କାସିତ ହୋଇ ନ ପାରି ଜମି ରହୁଛି। ତେବେ ବର୍ଷାଦିନ ପୂର୍ବରୁ ଡ୍ରେନ ସଫା କରିବା ପୌରପାଳିକାର ପ୍ରାଥମିକ ଦାୟିତ୍ୱ ଥିବାବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଇ ନ ଥିବା ଅଭିଯୋଗ ହେଉଛି। ବର୍ଷାଦିନ ଆସିସାରିଥିବାରୁ ତୁରନ୍ତ ସହରର ବିଭିନ୍ନ ଡ୍ରେନକୁ ସଫା କରାଯିବାକୁ ବ୍ୟବସାୟୀ ମୃତ୍ୟୁଞ୍ଜୟ ଅଗସ୍ତୀ, ସୁଶାନ୍ତ ବେହେରା, ବରିଷ୍ଠ ସାମାଜିକ କର୍ମୀ କିଶୋର କୁମାର ମହାପାତ୍ର ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଡ୍ରେନ ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri