ଅସନ୍ତୁଷ୍ଟ ହେଲେଣି ଅଭିଭାବକ

ବଇଣ୍ଡା,୧୮।୪: (ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡରେ ଥିବା ହାଇସ୍କୁଲଗୁଡ଼ିକ ମଧ୍ୟରୁ ସର୍ବାଧିକ ଛାତ୍ରୀଛାତ୍ର ଏଠାରେ ପଢ଼ୁଛନ୍ତି। ହଷ୍ଟେଲ ସୁବିଧା ଥିବାରୁ ଜିଲା ବାହାରର ଛାତ୍ରୀମାନେ ଏହି ବିଦ୍ୟାଳୟରେ ପଢ଼ିବାକୁ ଆଗ୍ରହ ଦେଖାଉଛନ୍ତି। ହେଲେ ଶିକ୍ଷକ ଅଭାବ ପାଇକସାହି ରାଧାମାଧବ ଉଚ୍ଚ ବିଦ୍ୟାଳୟ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବାରମ୍ବାର ପ୍ରଶାସନକୁ ଅବଗତ କରାଯିବା ସତ୍ତ୍ୱେ ଏହି ପୁରାତନ ଶିକ୍ଷାନୁଷ୍ଠାନ ପ୍ରତି ଅବହେଳା କରାଯାଉଥିବାରୁ ଗ୍ରାମବାସୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ପାଇକସାହି ଗ୍ରାମବାସୀ ସୋମବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗପତ୍ରର ଏକ ନକଲ ଜିଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ତୁରନ୍ତ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଗ୍ରାମବାସୀ ଉଲ୍ଲେଖ କରିଛନ୍ତି, ୧୯୭୬ ମସିହାରେ ସେମାନେ ଏହି ବିଦ୍ୟାଳୟ ସ୍ଥାପନ କରିଥିଲେ। ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢାଯାଉଥିବା ବେଳେ ବର୍ତ୍ତମାନ ୪୮୯ ଛାତ୍ରୀଛାତ୍ର ପଢ଼ୁଛନ୍ତି। ହେଲେ ଦୀର୍ଘଦିନ ହେବ କଳାର ୩ ଜଣ ଓ ବିଜ୍ଞାନର ଜଣେ ଶିକ୍ଷକ ପଦବୀ ଖାଲିପଡିଛି। ଏଥିସହ ଏକ ପିଅନ ପଦବୀ ମଧ୍ୟ ପୂରଣ କରାଯାଉ ନାହିଁ। ଏତେ ସଂଖ୍ୟକ ଶିକ୍ଷକ ଖାଲି ପଡିଥିବା ଯୋଗୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ବିଦ୍ୟାଳୟରେ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଛାତ୍ରୀ ନିବାସ ଥିବା ଯୋଗୁ ଜିଲା ଓ ଜିଲା ବାହାରୁ ଅନେକ ଛାତ୍ରୀ ଆସି ଏଠାରେ ରହି ପଢୁଛନ୍ତି। କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷକ ପଦବୀ ପୂରଣ କରାଯାଉ ନ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ସେହିପରି ଆବଶ୍ୟକ ଶୌଚାଳୟ ଥିଲେ ମଧ୍ୟ ସେଗୁଡିକର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବହୁବାର ଜିଲାଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶୁକଦେବ ସାହୁ କହିଛନ୍ତି, ଶିକ୍ଷକ ଅଭାବ ସମସ୍ୟା ସମ୍ପର୍କରେ ପୂର୍ବରୁ ଶିକ୍ଷା କମିଟି ସହ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ତୁରନ୍ତ ପଦକ୍ଷେପ ନିଆଯାଉ।

ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ
ଶିକ୍ଷକ ଅଭାବ ଥିବାରୁ ପାଠପଢ଼ାରେ ବହୁ ସମସ୍ୟା ହେଉଛି। ପୁରାତନ ବିଦ୍ୟାଳୟ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ପ୍ରାୟ ୫ଶହ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।
-ଦିଲୀପ କୁମାର ପ୍ରଧାନ, ପୁରାତନ ଛାତ୍ର
ତୁରନ୍ତ ପ୍ରଶାସନ ଧ୍ୟାନ ଦେଉ
ପାଇକସାହି ହାଇସ୍କୁଲ ଏ ଅଞ୍ଚଳର ପୁରାତନ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଶିକ୍ଷକ ଅଭାବ ସମସ୍ୟା ଦୂର କରାଯାଉ ନାହିଁ। ଜିଲା ତଥା ଜିଲା ବାହାର ଅଞ୍ଚଳରୁ ଛାତ୍ରୀମାନେ ଏଠାରେ ରହି ପଢ଼ୁଥିବାରୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ।
-ପହଲି ପ୍ରଧାନ, ଆମ୍ବନାଳୀ
ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି
ପାଇକସାହି ହାଇସ୍କୁଲରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବେଶ୍‌ ଅଧିକ। ଶିକ୍ଷାଦାନରେ ସୁବିଧା ପାଇଁ ସେକ୍ସନମାନ କରାଯାଇଛି। ହେଲେ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।
-ନିରୋଜକାନ୍ତ ସାହୁ, ସରପଞ୍ଚ
ପୁରାତନ ବିଦ୍ୟାଳୟକୁ ଉପେକ୍ଷା
ପୁରାତନ ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ଉପେକ୍ଷା କରାଯାଉଛି। ଏହି ବିଦ୍ୟାଳୟରେ ଏବେ ଅନେକ ସମସ୍ୟା ଲାଗିରହିଛି। ସେଗୁଡିକ ସମାଧାନ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ତୁରନ୍ତ ଶିକ୍ଷକ ଯୋଗାଇ ଦିଆଯାଉ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri