Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ : ସେରେନା, ଜୋକୋଭିଚ୍‌, ଫେଡ୍‌ରରଙ୍କ ବିଜୟ ଅଭିଯାନ

ମେଲବୋର୍ନ, ୨୦।୧ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ତଥା ଅଷ୍ଟ୍ରେଲିଆନ ଓପନ୍‌ର ୧୦୮ତମ ସଂସ୍କରଣ ସୋମବାରଠାରୁ ସ୍ଥାନୀୟ ମେଲବୋର୍ନ ପାର୍କଠାରେ ଆରମ୍ଭ ହୋଇଛି। ମହିଳା ଓ ପୁରୁଷ ବିଭାଗରେ ତିନି କିମ୍ବଦନ୍ତୀ ଖେଳାଳି ସେରେନା ଓ୍ବିଲିୟମ୍ସ, ନୋଭାକ ଜୋକୋଭିଚ୍‌ ଓ ରୋଜର ଫେଡରର ବିଜୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ପୂର୍ବରୁ ଭୟଙ୍କର ଜଙ୍ଗଲ ପୋଡ଼ିଜନିତ ଧୂଆଁ ଲାଗି ଗତ ସପ୍ତାହରେ ଏହି ସମ୍ମାନଜନକ ପ୍ରତିଯୋଗିତା ଯୋଗ୍ୟତା ପର୍ଯ୍ୟାୟର କେତେକ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ମୁଖ୍ୟ ପର୍ଯ୍ୟାୟର ପ୍ରଥମ ଦିନରେ ୪ ଘଣ୍ଟା ବର୍ଷା ହେବାରୁ ୬୪ରୁ ୧୮ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇ ପୁନଃ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ମାର୍ଗୋରେଟ୍‌ କୋର୍ଟ ଏରେନା ଉପରେ ରହିଥିବା ଅତ୍ୟାଧୁନିକ କଭର ଛାତ ସତ୍ତ୍ୱେ ଭୀଷଣ ବର୍ଷା ଯୋଗୁ ମ୍ୟାଚ୍‌ ମଙ୍ଗଳବାରକୁ ସ୍ଥଗିତ ରଖାଯାଇଛି।
୩ ନମ୍ବର ମାନ୍ୟତାପ୍ରାପ୍ତ ସୁଇଜରଲାଣ୍ଡ ତାରକା ଫେଡରର ପୁରୁଷ ବିଭାଗ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି। ଫେଡରର ୬-୩, ୬-୨, ୬-୨ ସିଧାସଳଖ ସେଟ୍‌ରେ ଆମେରିକାର ଷ୍ଟିଭ ଜନସନଙ୍କୁ ପରାସ୍ତ କରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିଭଳି ଟାଇଟଲ ଦାବିଦାର ତଥା ଡିଫେଣ୍ଡିଂ ଚାମ୍ପିୟନ ସର୍ବିୟାର ଜୋକୋଭିଚ୍‌ ୭-୬ (୫), ୬-୨, ୨-୬, ୬-୧ ସେଟ୍‌ରେ ଜର୍ମାନୀର ଜାନ୍‌-ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ହରାଇଛନ୍ତି। ଜୋକୋଭିଚ୍‌ଙ୍କ କ୍ୟାରିୟରର ଏହା ୬୯ତମ ମେଜର ମ୍ୟାଚ୍‌ ବିଜୟ। ଏଥିସହ ୩୨ ବର୍ଷୀୟ ଜୋକୋଭିଚ୍‌ ଲଗାତର ୧୪ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଯଦି ସେ ଏଠାରେ ଚାମ୍ପିୟନ ହୁଅନ୍ତି ତେବେ ରେକର୍ଡ ୮ମଥର ଲାଗି ଏହି ଟ୍ରଫି ହାତେଇବାରେ ସଫଳ ହେବେ। ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସ ୬-୦, ୬-୨, ୬-୩ ସେଟ୍‌ରେ ସାଲ୍‌ଭାଟୋର କାରୁସୋଙ୍କୁ ମାତ୍‌ ଦେଇଛନ୍ତି।
ଭେନସ୍‌ଙ୍କୁ ହରାଇଲେ ୧୫ ବର୍ଷୀୟା ଗଫ୍‌
ମହିଳା ବିଭାଗର ପ୍ରଥମ ରାଉଣ୍ଡରୁ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୭ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଭେନସ୍‌ ଓ୍ବିଲିୟମ୍ସ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଅନ୍ୟତମ ଆମେରିକୀୟ ଖେଳାଳି ୧୫ ବର୍ଷୀୟା ଖେଳାଳି କୋକୋ ଗଫ୍‌ଙ୍କ ନିକଟରୁ ୭-୬, ୬-୩ ସିଧାସଳଖ ସେଟ୍‌ରେ ହାରିଯାଇଛନ୍ତି। ଗଫ୍‌ ଏଥିସହ ୨ୟଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ୩୯ ବର୍ଷୀୟା ଭେନସ୍‌ଙ୍କୁ ମାତ୍‌ ଦେଇଛନ୍ତି। ଛ’ମାସ ତଳେ ଓ୍ବିମ୍ବଲଡନ ଓପନ୍‌ର ପ୍ରଥମ ରାଉଣ୍ଡରେ ମଧ୍ୟ ଭେନସ୍‌ ଗଫ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ଭେନସ୍‌ଙ୍କ ଭଉଣୀ ସେରେନା ୬-୦, ୬-୩ ସେଟ୍‌ରେ ଆନାସ୍ତାସିଆ ପୋଟାପୋଭାଙ୍କୁ ହରାଇଛନ୍ତି। ୨୪ତମ ଗ୍ରାଣ୍ଡସ୍ଲାମ ବିଜୟ ଲକ୍ଷ୍ୟରେ ରହିଥିବା ସେରେନା ଏହି ମ୍ୟାଚ୍‌ ଜିତିବାକୁ ଏକ ଘଣ୍ଟାରୁ କମ୍‌ ସମୟ ନେଇଥିଲେ। ଡିଫେଣ୍ଡିଂ ଚାମ୍ପିୟନ ନାଓମି ଓସାକା ୬-୨, ୬-୪ରେ ଚେକ୍‌ ରିପବ୍ଲିକର ମାରିଏ ବୋଉଭକୋଭାଙ୍କୁ, ବିଶ୍ୱର ଏକ ନମ୍ବର ଖେଳାଳି ଆସ୍‌ଲେଇଘ ବାର୍ଟି ୫-୭, ୬-୧, ୬-୧ ସେଟ୍‌ରେ ୟୁକ୍ରେନର ଲେସିଆ ସୁରେଙ୍କୋଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri