Posted inଖେଳ

ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଭାରତୀୟ ହକି ଦଳ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)-
ଆଗାମୀ ନଭେମ୍ବର ୧ ଓ ୨ ତାରିଖରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଖେଳିବେ। ମହିଳା ଦଳର ପ୍ରତିଦ୍ୱନ୍ଦ୍ୱୀ ଆମେରିକା ଥିବାବେଳେ ପୁରୁଷ ଦଳ ରୁଷିଆ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ ଖେଳିବେ। ଏହାପରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ କେଉଁ ଦଳ ଯୋଗ୍ୟତା ଅର୍ଜନ କରିବ ତାହା ସ୍ପଷ୍ଟ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ପାଇଁ ଶୁକ୍ରବାର ଭାରତୀୟ ହକି ଦଳ ଘୋଷିତ ହୋଇଛି। ଅଧିନାୟିକା ରାଣୀ ରାମପାଲଙ୍କ ଉପସ୍ଥିତିରେ ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ମହିଳା ଦଳ ତାଲିକା ଘୋଷଣା କରିଥିବାବେଳେ ଅଧିନାୟକ ମନପ୍ରୀତ ସିଂ ଉପସ୍ଥିତ ଥାଇ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ପୁରୁଷ ଦଳ ଘୋଷଣା କରିଥିଲେ।
ରାଣୀଙ୍କ ନେତୃତ୍ୱାଧୀନ ମହିଳା ଦଳରେ ଓଡ଼ିଶାର ୩ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ। ମନପ୍ରୀତଙ୍କ ପୁରୁଷ ଦଳରେ କିନ୍ତୁ ମାତ୍ର ଜଣେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ସ୍ଥାନ ହାସଲ କରି ପାରିଛନ୍ତି। ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ବାଦ୍‌ ପଡ଼ିଛନ୍ତି। ସବିତାଙ୍କୁ ମହିଳା ଦଳର ଏବଂ ଏସ.ଭି. ସୁନୀଲଙ୍କୁ ପୁରୁଷ ଦଳର ଉପଅଧିନାୟିକା ଓ ଉପଅଧିନାୟକ ଦାୟିତ୍ୱ ଦିଆ ଯାଇଛି। ଟୋକିଓ ଅଲିମ୍ପିକ୍ସ ୨୦୨୦ ଜୁଲାଇ ୨୫ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୧୨ଟି ଲେଖାଏ ମହିଳା ଓ ପୁରୁଷ ଦଳ ଅଂଶଗ୍ରହଣ କରିବେ।
ସନ୍ତୁଳନକୁ ଧ୍ୟାନରେ ରଖାଯାଇଛି
ବେଲଜିୟମ ଟୁର୍‌ରେ ଶତପ୍ରତିଶତ ବିଜୟ ରେକର୍ଡ ନେଇ ଫେରିବାପରେ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ପାଇଁ ୧୮ ଜଣିଆ ଦଳ ଚୟନ କରିବା ସହଜ ନ ଥିଲା ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ରିଡ୍‌। ଦଳରେ ସନ୍ତୁଳନକୁ ପ୍ରାଥମିକତା ଦିଆ ଯାଇଛି। ବିଭିନ୍ନ ବିଭାଗରେ ବିକଳ୍ପ ଖେଳାଳିଙ୍କୁ ଧ୍ୟାନରେ ରଖି ଆମେ ଏହି ଦଳ ଚୟନ କରିଛୁ। ରୁଷିଆ ବିପକ୍ଷରେ ଆମକୁ ଏକାଗ୍ରତାର ସହିତ ଖେଳିବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।
ରିଦିମ ଗୁରୁତ୍ୱପୂର୍ଣ୍ଣ
ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପୂର୍ବରୁ ପ୍ରସ୍ତୁତି ପାଇଁ ଇଂଲଣ୍ଡ ଟୁର୍‌ରେ ଯାଇଥିବା ମହିଳା ଦଳ ଚମତ୍କାର ପ୍ରଦର୍ଶନ କରିଛି। ତେଣୁ ଆମେ ଦଳ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଦଳ ବେଶ୍‌ ସନ୍ତୁଳିତ। ଇଂଲଣ୍ଡ ଟୁର୍‌ରେ ଭଲ ପ୍ରଦର୍ଶନ ହୋଇଥିବାରୁ ସେହି ରିଦିମକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆମେରିକା ଏକ ଭଲ ଦଳ। ତେଣୁ ଆମେ ଏହି ଦଳକୁ ଭେଟିବା ପୂର୍ବରୁ କୌଣସି ତ୍ରୁଟି କରିବାକୁ ଚାହୁଁନାହୁଁ ବୋଲି ମାରିଜନେ ପ୍ରକାଶ କରିଛନ୍ତି।
ଓଡ଼ିଶା ଖେଳାଳି ଅବିଚ୍ଛେଦ୍ୟ ଅଙ୍ଗ
ଭାରତୀୟ ମହିଳା ଦଳରେ ସ୍ଥାନ ପାଇଥିବା ଓଡ଼ିଶା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି। ଆମେ କୌଣସି ବ୍ୟକ୍ତିଗତ ନୁହେଁ ଦଳଗତଭାବେ ଭଲ ଖେଳି ଆସୁଛୁ। ପ୍ରଦର୍ଶନ ଦୃଷ୍ଟିରୁ ଓଡ଼ିଶା ଖେଳାଳିମାନେ ଏବେ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛନ୍ତି। ନିକଟ ଅତୀତରେ ଆମେରିକା ଭଲ ଖେଳି ଆସୁଥିଲେ ହେଁ ଆମେ ମଧ୍ୟ ପ୍ରସ୍ତୁତ ଅଛୁ। ଆମର ଫିଟ୍‌ନେସ୍‌ ସ୍ତରରେ ବହୁ ଉନ୍ନତି ଆସିଛି। ଆମେ ଏବେ ବିଶ୍ୱର ଯେ କୌଣସି ଦଳକୁ ହରାଇବାର କ୍ଷମତା ରଖିଛୁ। ତେଣୁ ଆମେରିକା କିପରି ଖେଳିବ ତା’ ଉପରେ ଗୁରୁତ୍ୱ ନ ଦେଇ ଆମେ ନିଜ ଦକ୍ଷତା ଅନୁସାରେ ଖେଳି ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଲକ୍ଷ୍ୟ ରଖିଛୁ ବୋଲି ଅଧିନାୟିକା ରାଣୀ ପ୍ରକାଶ କରିଛନ୍ତି। ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଛି। ଓଡ଼ିଶା ଦର୍ଶକ ହକିକୁ ସର୍ବଦା ସମର୍ଥନ ଦେଇ ଆସିଛନ୍ତି। ବର୍ଷା କିମ୍ବା ଶୀତକୁ ଏମାନେ ଖାତିର ନ କରି ଦଳକୁ ଉତ୍ସାହିତ କରିଛନ୍ତି। ତେଣୁ ଆମେ ମଧ୍ୟ ଏହି ଷ୍ଟାଡିୟମରେ ମ୍ୟାଚ ଖେଳିବାକୁ ବ୍ୟଗ୍ର। ଦର୍ଶକଙ୍କ ଭରପୂର ଉପସ୍ଥିତି ନିଶ୍ଚିତ ଆମକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ରାଣୀ କହିଛନ୍ତି।
ରୁଷିଆକୁ ହାଲ୍‌କା ନେଉନାହୁଁ
ର଼୍ୟାଙ୍କିଙ୍ଗ୍‌ରେ ଭାରତ ତୁଳନାରେ ରୁଷିଆ ବହୁ ପଛରେ ଥିଲେ ହେଁ ଏହି ଦଳକୁ କୌଣସି ପରିସ୍ଥିତିରେ ହାଲ୍‌କା ଭାବେ ନେଇ ହେବନି। କାରଣ ଆମକୁ ମନେ ରଖିବାକୁ ହେବ ଯେ ଏହି ଦଳ ମଧ୍ୟ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଖେଳିବାକୁ ଆସିଛି। ଦଳର ପ୍ରସ୍ତୁତି ମଧ୍ୟ ସେହି ଅନୁସାରେ ହୋଇଥିବ ନିଶ୍ଚିତ। ଆମେ ପ୍ରତିପକ୍ଷ ଦଳକୁ ସମ୍ମାନ ଜଣାଇ ନିଜ ଦକ୍ଷତା ଅନୁସାରେ ଖେଳିବୁ ଏବଂ ଯୋଗ୍ୟତା ହାସଲ କରିବାକୁ ଚେଷ୍ଟା କରିବୁ ବୋଲି ଅଧିନାୟକ ମନପ୍ରୀତ ପ୍ରକାଶ କରିଛନ୍ତି।
ଭାରତୀୟ ପୁରୁଷ ହକି ଦଳ
ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୁର ପାଠକ, ହରମନପ୍ରୀତ ସିଂ, ବରୁଣ କୁମାର, ସୁରେନ୍ଦର କୁମାର, ଗୁରିନ୍ଦର ସିଂ, ରୂପିନ୍ଦର ପାଲ୍‌ ସିଂ, ଅମିତ ରୋହିଦାସ, ମନପ୍ରୀତ ସିଂ(ଅଧିନାୟକ), ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଲଳିତ କୁମାର ଉପାଧ୍ୟାୟ, ଏସ.ଭି. ସୁନୀଲ(ଉପ-ଅଧିନାୟକ), ମନଦୀପ ସିଂ, ଆକାଶଦୀପ ସିଂ, ରମଣଦୀପ ସିଂ, ସିମରନଜିତ ସିଂ।
ଭାରତୀୟ ମହିଳା ହକି ଦଳ
ସବିତା(ଉପ-ଅଧିନାୟିକା), ରଜଜନୀ ଏଟିମାରପୁ, ଦୀପ୍‌ ଗ୍ରେସ୍‌ ଏକ୍କା, ଗୁରଜିତ କୌର, ରୀନା ଖୋଖର, ସାଲିମା ଟେଟେ, ସୁଶିଲା ଚାନୁ ପୁଖରାମବାମ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ, ନମିତା ଟପ୍ପୋ, ରାଣୀ ରାମପାଲ (ଅଧିନାୟିକା), ବନ୍ଦନା କାଟରିୟା, ନଭନୀତ କୌର, ଲାଲରେମସିଆମି, ନଭଜୋତ କୌର, ଶର୍ମିଳା ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ମ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri