Posted inଖେଳ

ଅଲିମ୍ପିକ୍ସରେ କ୍ରୀଡ଼ାବିତ୍‌ଙ୍କ ବିରଳ ମହାନୁଭବତା

କ୍ରୀଡ଼ାରେ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଅଲିମ୍ପିକ୍‌ ଇତିହାସରେ କେତେଜଣ ମହାନ୍‌ କ୍ରୀଡ଼ାବିତ୍‌ ଅଭୂତପୂର୍ବ ଖେଳୁଆଡ଼ ମନୋଭାବ, ପରସ୍ପର ବନ୍ଧୁତା ଏବଂ ନିରପେକ୍ଷତା ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରି ବିଶ୍ୱ କୀଡ଼ାରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ସଫଳତା ଅପେକ୍ଷା ସଂଘର୍ଷ ଓ ବିଜୟ ଅପେକ୍ଷା ଖେଳୁଆଡ଼ ମନୋଭାବ ଅଧିକ ଗୁରୁତ୍ୱ ବହନକରେ ବୋଲି ଏଥିରୁ ସ୍ପଷ୍ଟ ମନେହୁଏ।

ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ାର ଜନକ ଫରାସୀ ସମ୍ଭ୍ରାନ୍ତ ବଂଶଜ ଶିକ୍ଷାବିତ ଏବଂ ଐତିହାସିକ ବାରନ ପେରିଡ଼ି କୁବାରଟିନ୍‌ ଅଲିମ୍ପିକ୍‌ କ୍ରୀଡ଼ାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଦେଇଥିବା ମନ୍ତବ୍ୟର ଅଭିପ୍ରାୟ ଓ ମୂଲ୍ୟବୋଧ ଦୀର୍ଘ ୧୨୪ ବର୍ଷ ପରେ ମଧ୍ୟ ଆଜିର ଦିନରେ ପ୍ରାସଙ୍ଗିକତା ହରାଇ ନ ଥିବା ମନେହୁଏ। କୁବେରଟିନ୍‌ଙ୍କ ଭାଷାରେ ”ମାନବ ଜୀବନରେ ସଫଳତା ଅପେକ୍ଷା ସଂଘର୍ଷ ଯେପରି ଗୁରୁତ୍ୱପୂର୍ଣ୍ଣ ସେହିପରି କ୍ରୀଡ଼ାରେ ବିଜୟ ହାସଲ ଅପେକ୍ଷା ଖେଳୁଆଡ଼ ମନୋଭାବ ସହିତ ଭାଗନେବା ହେଉଛି ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ“।
ପୃଷ୍ଠଭୂମିରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଲିମ୍ପିକ୍‌ କ୍ରୀଡ଼ା ପ୍ରତିଯୋଗିତା ଇତିହାସରେ କିଛି ମହାନ୍‌ କ୍ରୀଡ଼ାବିତ୍‌ ତାଙ୍କର ଅଦ୍ଭୁତପୂର୍ବ ଖେଳୁଆଡ଼ ମନୋଭାବ, ପରସ୍ପର ବନ୍ଧୁତା ଏବଂ ନିରପେକ୍ଷତା (ଫେୟାରପ୍ଲେ) ପ୍ରଦର୍ଶନ ମାଧ୍ୟମରେ ବିଶ୍ୱର ଏହି ସର୍ବଶ୍ରେଷ୍ଠ କ୍ରୀଡ଼ା ସମାରୋହରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ଏବଂ ଅଲିମ୍ପିକ୍‌ର ମହାନ୍‌ ଆଦର୍ଶରେ ଅନୁପ୍ରାଣିତ ହୋଇ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ମହାନୁଭବତା ଓ ପ୍ରତିଶ୍ରୁତିବଦ୍ଧତାର ପଦଚିହ୍ନ ଛାଡ଼ି ଯାଇଛନ୍ତି।
ଲୁଜ୍‌ ଲଙ୍ଗ, ଜେସି ଓଏନ୍ସ: ଜର୍ମାନୀର ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଲୁଜ୍‌ଲଙ୍ଗ ଅଲିମ୍ପିକ୍‌ କ୍ରୀଡ଼ା ଇତିହାସରେ ଅନ୍ୟତମ ଚର୍ଚ୍ଚିତ ଚେହେରା। ଦ୍ୱିତୀୟ ବିଶ୍ୱଯୁଦ୍ଧର ୩ ବର୍ଷ ପୂର୍ବରୁ ନାଜି ଶାସିତ ଜର୍ମାନୀରେ ହେଉଥାଏ ୯ମ ଅଲିମ୍ପିକ୍‌ କ୍ରୀଡ଼ା(୧୯୩୬)। ଦୁର୍ଦ୍ଧର୍ଷ ନାଜି ନେତା ଏବଂ ଦେଶର ସର୍ବୋମୟ ଏକଚ୍ଛତ୍ରବାଦ ଶାସକ ଆଡ୍‌ଲଫ୍‌ ହିଟଲର ଜର୍ମାନୀକୁ ବିଶ୍ୱର ଶ୍ରେଷ୍ଠତମ ଜାତିଭାବେ ପ୍ରତିଷ୍ଠା ନିମନ୍ତେ ନେଉଥିବା ପଦକ୍ଷେପଗୁଡ଼ିକ ମଧ୍ୟରୁ ଅଲିମ୍ପିକ୍‌ କ୍ରୀଡ଼ା ଆୟୋଜନ ଥିଲା ଅନ୍ୟତମ ପ୍ରୟାସ। ତାଙ୍କର କଠୋର ନିର୍ଦ୍ଦେଶ ଥିଲା ଯେପରି ଉଚ୍ଚବର୍ଣ୍ଣର ଜର୍ମାନୀ ପ୍ରତିଯୋଗୀମାନେ ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜେତା ହେବେ।
୪ରେ ବର୍ଲିନସ୍ଥିତ ଅଲିମ୍ପିକ୍‌ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଅନ୍ୟତମ ଆକର୍ଷଣୀୟ ଇଭେଣ୍ଟ ଲଙ୍ଗଜମ୍ପ। ୨୭ଟି ଦେଶର ୪୩ ଜମ୍ପର ଏହି ଇଭେଣ୍ଟରେ ଭାଗ ନେଇଥାନ୍ତି। ତେବେ ସମସ୍ତଙ୍କ ନଜର ଥିଲା ଅତ୍ୟନ୍ତ ପ୍ରତିଭାସମ୍ପନ୍ନ ୨ ଜଣ ଜାତୀୟ ଚାମ୍ପିୟନଙ୍କ ଉପରେ। ଜଣେ ହେଲେ ୬ ଥର ଜାତୀୟ ଚାମ୍ପିୟନ ଜର୍ମାନୀର ଲୁଜଲଙ୍ଗ ଏବଂ ଅନ୍ୟଜଣକ ହେଲେ ଆମେରିକୀୟ ନିଗ୍ରୋ ଆଥଲେଟ୍‌ ଜେସି ଓଏନ୍ସ। ଓଏନ୍ସ ଏହି କ୍ରୀଡ଼ାରେ ଅବିଶ୍ୱସନୀୟ ପ୍ରଦର୍ଶନ କରି ବିଶ୍ୱର ପ୍ରଥମ ଆଥଲେଟ୍‌ଭାବେ ୪ଟି ଇଭେଣ୍ଟ ୧୦୦, ୨୦୦ ମିଟର, ଲଙ୍ଗଜମ୍ପ ଏବଂ ୪ x ୧୦୦ ମିଟର ରିଲେରେ ସ୍ବର୍ଣ୍ଣ ଜିତି କ୍ରୀଡ଼ା ଜଗତରେ ପ୍ରବାଦ ପୁରୁଷଭାବେ ଉଭା ହୋଇ ସାରିଥିଲେ। (ଓଏନ୍ସଙ୍କ କୀର୍ତ୍ତିମାନ ଦୀର୍ଘ ୪୮ ବର୍ଷ ପରେ ଆଉଜଣେ ଆମେରିକୀୟ ନିଗ୍ରୋ ଆଥଲେଟ୍‌ କାର୍ଲ ଲୁଇସ ୧୯୮୪ ଲସ ଏଞ୍ଜେଲ୍ସ ଅଲିମ୍ପିକ୍‌ କ୍ରୀଡ଼ାରେ ପୁନରାବୃତ୍ତି କରିଥିଲେ)। ୧୯୩୬ ଅଲିମ୍ପିକ୍‌ କ୍ରୀଡ଼ାର ଗୋଟିଏ ବର୍ଷ ପୂର୍ବରୁ ୧୯୩୫ରେ ଓହିଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ମିଚିଗାନଠାରେ ଅନୁଷ୍ଠିତ ‘ବିଗ୍‌ ଟେନ୍‌’ କ୍ରୀଡ଼ା ପ୍ରତିଯୋଗିତାରେ ଓଏନ୍ସ ୩ଟି ଇଭେଣ୍ଟରେ ବିଶ୍ୱରେକର୍ଡ ସୃଷ୍ଟି କରିବା ସହିତ ୪ର୍ଥ ଇଭେଣ୍ଟରେ ବିଶ୍ୱରେକର୍ଡର ସମକକ୍ଷ ହୋଇ ଅଦ୍ଭୁତପୂର୍ବ ଦକ୍ଷତାର ପରିଚୟ ଦେଇଥିଲେ।
ଅତ୍ୟନ୍ତ ଉତ୍କଣ୍ଠାଭରା ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା ଲଙ୍ଗଜମ୍ପ ଇଭେଣ୍ଟ। ଆଶ୍ଚର୍ଯ୍ୟଜନକଭାବେ ଓଏନ୍ସ କ୍ବାଲିଫାଇଂ ପର୍ଯ୍ୟାୟରେ ୨ଟି ଫାଉଲ ଜମ୍ପ(ଟେକ୍‌ଅଫ୍‌ ବୋର୍ଡକୁ ଡେଇଁବା ବା ପାଦ ଅତିକ୍ରମ କରିବା) କରି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବାନେଇ ଆଶଙ୍କା ସୃଷ୍ଟି କରିଥିଲେ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଏନ୍ସଙ୍କ ନିକଟକୁ ଆସିଥିଲେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଲଙ୍ଗ୍‌। ”ଟେକ୍‌ଅଫ୍‌ ପଟାଠାରୁ ପଛରେ କିଛି ସେଣ୍ଟିମିଟର ଛାଡ଼ି କୌଣସି ଚିହ୍ନରଖି ଡେଇଁଲେ ତୁମେ ସହଜରେ ଯୋଗ୍ୟତା ଦୂରତାକୁ ଅତିକ୍ରମ କରିପାରିବ“ ବୋଲି ତାଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କ କଥା ମାନି ଓଏନ୍ସ ପରବର୍ତ୍ତୀ ଜମ୍ପ ପୂର୍ବରୁ ଟେକ୍‌ଅପ୍‌ ପଟା ପାଖରେ ଏକ ଧଳା ରୁମାଲ ରଖି ଅତି ସହଜରେ ଯୋଗ୍ୟତା ଦୂରତାକୁ ଅତିକ୍ରମ କଲେ। ଅନ୍ତିମ ପର୍ଯ୍ୟାୟରେ ଲଙ୍ଗ୍‌ଙ୍କ ସହିତ ତାଙ୍କର ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କିନ୍ତୁ ଓଏନ୍ସ ନିଜର ଶେଷ ଜମ୍ପରେ ୮.୦୬ ମିଟର ଦୂରତା ଅତିକ୍ରମ କରି ଅଲିମ୍ପିକ୍‌ ରେକର୍ଡ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଲଙ୍ଗ୍‌ ୭.୮୨ ମିଟର ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଫଳାଫଳ ଘୋଷଣା ପରେ ଲଙ୍ଗ ପ୍ରଥମ ବ୍ୟକ୍ତିଭାବେ ଜେସିଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସମାରୋହ ସମାପ୍ତ ପରେ ମଧ୍ୟ ଓଏନ୍ସ ଓ ଲଙ୍ଗ୍‌ଙ୍କ ବନ୍ଧୁତା(୧୯୪୩ରେ ଲଙ୍ଗ୍‌ଙ୍କ ମୃତ୍ୟୁ ପର୍ଯ୍ୟନ୍ତ) ଅତୁଟ ରହିଥିଲା। ପତ୍ର ମାଧ୍ୟମରେ ଓଏନ୍ସଙ୍କ ସହ ସମ୍ପର୍କ ରଖିଥିବା ଲଙ୍ଗ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ସେନା ପକ୍ଷରୁ ଲଢ଼ୁଥିବାବେଳେ ଇଟାଲୀର ସିସିଲିଠାରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁପୂର୍ବରୁ ଲଙ୍ଗ ତାଙ୍କର ଶେଷ ପତ୍ରରେ ଜେସିଙ୍କୁ ଅନୁରୋଧ କରି ଲେଖିଥିଲେ”ସମୟ ମିଳିଲେ ବର୍ଲିନରେ ରହୁଥିବା ତାଙ୍କ ପୁତ୍ରଙ୍କୁ ସାକ୍ଷାତକରି ସେମାନଙ୍କ ମଧ୍ୟରେ ଥିବା ବିରଳ ବନ୍ଧୁତା ସମ୍ପର୍କରେ ଜଣାଇବ“। ଷାଠିଏ ଦଶକରେ ଓଏନ୍ସ ବର୍ଲିନ ଗସ୍ତ ସମୟରେ ଲଙ୍ଗ୍‌ଙ୍କ ପୁତ୍ର କାର୍ଲ ଲଙ୍ଗ୍‌ଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କ ବିବାହରେ ‘ବେଷ୍ଟମ୍ୟାନ’ର ଭୂମିକା ତୁଲାଇଥିଲେ। ବିଶ୍ୱ କ୍ରୀଡ଼ା ଇତିହାସରେ ଓଏନ୍ସ ଏବଂ ଲଙ୍ଗ୍‌ଙ୍କ ବିରଳ ବନ୍ଧୁତ୍ୱର ରୋଚକ କାହାଣୀ ଆଜିର ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରୀଡ଼ାରେ ମଧ୍ୟ ପ୍ରତିଯୋଗୀଙ୍କୁ ପ୍ରେରଣା ଯୋଗାଇବାରେ ସହାୟକ ହୋଇପାରିଛି।
ଜନ୍‌ ଷ୍ଟିଫେନ ଆକ୍‌ୱାରି: ଆଫ୍ରିକୀୟ ଦେଶ ତାନ୍‌ଜାନିଆ ମିବୁଲଠାରେ ଏକ କୃଷକ ପରିବାରରେ ୧୯୩୮ରେ ଜନ୍ମ ଗ୍ରହଣ କରିଥିଲେ ଜନ୍‌ ଷ୍ଟିଫେନ ଆକ୍‌ୱାରୀ। ଅନ୍ୟ ଆଫ୍ରିକୀୟ ଆଥଲେଟ୍‌ଙ୍କ ଭଳି ଆକୱାରୀଙ୍କର ମଧ୍ୟ ଲମ୍ବ ଦୂର ଦୌଡ଼(ଲଙ୍ଗ ଡିଷ୍ଟାନ୍ସ ରନର) ଯଥା କ୍ରସ୍‌ କଣ୍ଟ୍ରି ଏବଂ ମାରାଥନ ଦୌଡ଼ରେ ଦକ୍ଷତା ଥିଲା। ଷାଠିଏ ଓ ସତୁରି ଦଶକରେ ସେ ଜଣେ ବିଶ୍ୱସ୍ତରୀୟ ଲମ୍ବଦୂର ଦୌଡ଼ାଳିଭାବେ ଖ୍ୟାତି ଅର୍ଜନ କରିଥିଲେ। ୧୯୨୮ ମେକ୍ସିକୋ ସହରରେ ଅନୁଷ୍ଠିତ ୧୮ତମ ଅଲିମ୍ପିକ୍‌ କ୍ରୀଡ଼ାରେ ଆକୱାରୀ ତାନ୍‌ଜାନିଆ ଦେଶକୁ ପ୍ରତିନିଧିତ୍ୱ କରି ମାରାଥନ ଦୌଡ଼ରେ ଭାଗ ନେଉଥାନ୍ତି। ଏହା କହିବା ନିଷ୍ପ୍ରୟୋଜନ ଯେ, ଦୌଡ଼କୁଦ ବିଭାଗରେ ମାାରାଥନ ଦୌଡ଼ (୪୨.୧୯୫ କି.ମି) ରେ କ୍ରୀଡ଼ାବିତ୍‌ମାନଙ୍କୁ ସହନଶକ୍ତି (ଏଣ୍ଡୁରାନ୍ସ) ଏବଂ ଦମ୍‌(ଷ୍ଟାମିନା)ର ଭରପୂର ପ୍ରୟୋଗ କରିବା ଆବଶ୍ୟକ ହୋଇଥାଏ। ନିର୍ଦ୍ଧାରିତ ସମୟରେ ମାରାଥନ ଆରମ୍ଭ ହୁଏ। ଆକ୍‌ୱାରିଙ୍କ ସହିତ ବିଭିନ୍ନ ଦେଶର ୫୭ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥାନ୍ତି। ଆଜ୍‌ଟେକ୍‌ ଷ୍ଟାଡିୟମର ଭରପୂର ଦର୍ଶକଙ୍କ କରତାଳି ମଧ୍ୟରେ ପ୍ରତିଯୋଗୀମାନେ ଆରମ୍ଭ କରିଥାନ୍ତି ଦୌଡ଼। ପ୍ରାୟ ୧୯ କି.ମି. ଦୌଡ଼ ଅତିକ୍ରମ କରିବା ସମୟରେ ଅନ୍ୟକିଛି ପ୍ରତିଯୋଗୀଙ୍କ ସହିତ ଧକ୍କା ହୋଇ ରାସ୍ତା ମଝିରେ ପଡ଼ିଯାଆନ୍ତି ଆକ୍‌ୱାରି ଏବଂ ତାଙ୍କ ମାଂସପେଶୀ କ୍ରାମ୍ପ ହୋଇଯାଏ। କିନ୍ତୁ ଆଶ୍ଚର୍ଯ୍ୟଜନକଭାବେ ଏହି ସାଂଘାତିକ ଆଘାତକୁ ହେୟ ମନେକରି ସେ ଉଠିପଡ଼ି ଛୋଟେଇ ଛୋଟେଇ ଦୌଡ଼ ଆରମ୍ଭ କରନ୍ତି। ସମସ୍ତ ପ୍ରତିଯୋଗୀ ବହୁ ଆଗରୁ ଦୌଡ଼ ଶେଷ କରି ସାରିଥିଲେ ମଧ୍ୟ ସୂର୍ଯ୍ୟାସ୍ତ ସମୟରେ ଆକ୍‌ୱାରି ଛୋଟେଇ ଛୋଟେଇ ପ୍ରବେଶ କରନ୍ତି ଷ୍ଟାଡିୟମରେ। ଅଳ୍ପକିଛି ଦର୍ଶକଙ୍କ କରତାଳି ମଧ୍ୟରେ ସେ ନିଜର ଦୌଡ଼ ଶେଷ କରନ୍ତି। ଦୌଡ଼ ଶେଷ ହେବାପରେ ଖବରଦାତାମାନେ ତାଙ୍କୁ ଘେରିଯାଇ ପଚାରିଥିଲେ ”ଆପଣ ଜାଣିଥିଲେ ଯେ, କୌଣସି ପ୍ରକାରେ ଏହି ଦୌଡ଼ରେ ସଫଳ ହୋଇପାରିବେ ନାହିଁ। ତଥାପି ଏତେ ଯନ୍ତ୍ରଣା ସହି କଷ୍ଟକରି ଦୌଡ଼ ଶେଷ କରିବାକୁ କାହିଁକି ପ୍ରୟାସ କଲେ“। ଏହାର ଉତ୍ତର ଅତି ସହଜରେ ଦେଇଥିଲେ ଆକ୍‌ୱାରି। ”ମୋ ଦେଶ ୫୦୦୦ କିଲୋମିଟର ଦୂରରୁ ମତେ ଦୌଡ଼ ଆରମ୍ଭ କରିବାକୁ ପଠାଇ ନ ଥିଲା। ଦୌଡ଼ ଶେଷ କରିବାକୁ ମୋ ଦେଶ ମୋତେ ପଠାଇଥିଲା“।
ତାଙ୍କର ଏହି ବକ୍ତବ୍ୟ ଅଲିମ୍ପିକ୍‌ କ୍ରୀଡ଼ାର ମହାନ୍‌ ଭାବନାତ୍ମକ ଆଦର୍ଶ (କ୍ରୀଡ଼ାରେ ଭାଗନେବା ବିଜୟ ଲାଭ କରିବା ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ)ର ବାର୍ତ୍ତା ବହନ କରି ସାରା ବିଶ୍ୱର କ୍ରୀଡ଼ାବିତ୍‌ଙ୍କ ପାଇଁ ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲା। ୧୯୮୩ରେ ଆକ୍‌ୱାରିଙ୍କୁ ତାନ୍‌ଜାନିଆର ‘ନ୍ୟାଶନାଲ ହିରୋ ମେଡାନ ଅଫ୍‌ ଅନର’ ସର୍ବୋଚ୍ଚ ସମ୍ମାନରେ ସମ୍ମାନିିତ କରାଯାଇଥିଲା। ୨୦୦୮ ବେଜିଂ ଅଲିମ୍ପିକ୍‌ କ୍ରୀଡ଼ାରେ ସେ ସଦିଚ୍ଛା ଦୂତ ଭାବେ କାର୍ଯ୍ୟ କରିଥିଲେ।

ଅଶୋକ କୁମାର ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri