Posted inଖେଳ

ଅଲିମ୍ପିକ୍ସକୁ ନେଇ ଆଶଙ୍କାରେ ଦୂତୀ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)-
କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ବିଶ୍ୱସ୍ତରରେ କ୍ରୀଡ଼ା ପ୍ରଭାବିତ ହୋଇଥିବାବେଳେ ବ୍ୟକ୍ତିଗତଭାବେ ତାରକା ଆଥଲେଟ୍‌ମାନେ ବହୁତ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ମଧ୍ୟ ଏହାର ଶିକାର ହୋଇଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ନେଇ ଏବେ ଆଶା ଓ ଆଶଙ୍କାରେ ଦୂତୀ। ବିଦେଶ ଯାଇ ବଡ଼ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳୁନାହିଁ। ଭାରତରେ ବଡ଼ ଟୁର୍ନାମେଣ୍ଟ କିଛି ନାହିଁ। ଏପରି ଏକ ସନ୍ଦିକ୍ଷଣରେ ଦୋଦୁଲ୍ୟମାନ ପରିସ୍ଥିତିରେ ରହିଛନ୍ତି ଏହି ଜାତୀୟ ରେକର୍ଡଧାରିଣୀ। ”ମୁଁ ଏବେ ଜର୍ମାନୀ ଯାଇ ସେଠାରେ ୩ ମାସ ଟ୍ରେନିଂ ନେବା ସହ ପ୍ରତିଯୋଗିତାରେ ଭାଗନେବା କାର୍ଯ୍ୟକ୍ରମ ରହିଥିଲା। ସେଥିପାଇଁ ମୋତେ ଭିଜା ମଧ୍ୟ ମିଳି ଯାଇଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଜର୍ମାନୀ ସରକାର ବିଭିନ୍ନ କଟକଣା ଲଗାଇଲେ। ସେଠାରେ ବର୍ତ୍ତମାନ କୌଣସି ବଡ଼ ପ୍ରତିଯୋଗିତା ହେବନାହିଁ। ଟ୍ରେନିଂ ପାଇଁ ବାହାର ଦେଶର ଆଥଲେଟଙ୍କୁ ଅନୁମତି ମଧ୍ୟ ନାହିଁ। ଫଳରେ ମୁଁ ଜର୍ମାନୀ ଯାଇ ପାରିଲିନି। ଅଲିମ୍ପିକ୍ସ କ୍ୱାଲିଫାଇଂ ପାଇଁ ହାତରେ ମାତ୍ର ୨ ମାସ ସମୟ। ଭାରତରେ ସେପରି ବଡ଼ ମେଗା ପ୍ରତିଯୋଗିତା ମଧ୍ୟ ନାହିଁ। ଇଣ୍ଡିଆନ ଗ୍ରାଁ ପ୍ରିରେ ମୁଁ ଭାଗ ନେବାକୁତ୍ବା ଇଭେଣ୍ଟରେ ମାତ୍ର ୮ ପ୍ରତିଯୋଗୀ ଅଛନ୍ତି। ତେଣୁ ସେଥିରେ ଭଲ ପ୍ରତିଦ୍ୱନ୍ଦ୍ୱିତା ହେବା ପ୍ରଶ୍ନ ଉଠୁନି। ବଡ଼ ପ୍ରତିଯୋଗିତା କହିଲେ ସିନିୟର ଫେଡେରେଶନ କପ୍‌। ତାହା ଯାଇ ଏପ୍ରିଲ ୧୦ରେ ହେବାର ଅଛି। ଅଲିମ୍ପିକ୍‌ କ୍ୱାଲିଫାଇଂ ପାଇଁ ଭାରତରେ ସେପରି ମେଗା ପ୍ରତିଯୋଗିତା କିଛି ନାହିଁ। ୧୧.୧୫ ଟାଇମିଂ ହାସଲ କରିବା ଏତେ ସହଜ ନୁହେଁ। ସେଥିପାଇଁ ୧୧ ସେକେଣ୍ଡରୁ କମ୍‌ ସମୟ ନେଉଥିବା ପିଲାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେବ। ମୋ ପାଇଁ ବହୁତ ବଡ଼ କ୍ଷତି। ଭାରତରେ ବଡ଼ ପ୍ରତିଯୋଗିତା ନ ଥିବାବେଳେ ବାହାର ଦେଶକୁ ମୁଁ ଯାଇ ପାରୁନାହିଁ। ତେଣୁ ମୁଁ ଆଶଙ୍କା ମଧ୍ୟରେ ରହିଛି“ ବୋଲି ସମ୍ପ୍ରତି ଭୁବନେଶ୍ୱରରେ ଟ୍ରେନିଂ ଜାରି ରଖିଥିବା ଦୂତୀ ପ୍ରକାଶ କରିଛନ୍ତି।
ମାର୍ଚ୍ଚ ୨୦ରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଗ୍ରାଁ ପ୍ରିରେ ଭାଗନେବେ ବୋଲି ଦୂତୀ କହିଛନ୍ତି। ”ଇଣ୍ଡିଆନ ଗ୍ରାଁ ପ୍ରିରେ ଭାଗ ନେବାକୁ ମୁଁ ଏଣ୍ଟ୍ରି ଦେଇଛି। ପଟିଆଲା ଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପ୍ରତିଯୋଗିତା ହେଲେ ନିଶ୍ଚିତ ଭାଗନେବି। କରୋନା ଭାଇରସର ପ୍ରଭାବ ଖେଳ ପଡ଼ିଆ ଭିତରେ ଏବଂ ବାହାରେ ଗୁରୁତର ପ୍ରଭାବ ପକାଇଛି। ଅଲିମ୍ପିକ୍ସ ଯିବାକୁ ଇଚ୍ଛା ରଖିଥିବା ଆଥଲେଟଙ୍କ ପାଇଁ ଦକ୍ଷତା ପ୍ରଦର୍ଶନର ସୁଯୋଗ ନାହିଁ। ଯେଉଁ ପ୍ରତିଯୋଗିତାରେ ଭାଗନେଲେ ଅଲିମ୍ପିକ୍ସ ସୁଯୋଗ ସୃଷ୍ଟି ହେବ ସେଠାକୁ ଯିବାକୁ ଅନୁମତି ନାହିଁ। ତେଣୁ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି। ଟ୍ରେନିଂ ଅନୁସାରେ ମୁଁ ଏପ୍ରିଲ-ମେ’ ମଧ୍ୟରେ ଯୋଗ୍ୟତା ପାଇଯିବି ବୋଲି ଆଶା ରଖିଥିଲି। ମାତ୍ର ଏବେ କିଛି ବଡ଼ ପ୍ରତିଯୋଗିତା ହେଉ ନ ଥିବାରୁ ଆଶଙ୍କାରେ ରହିଛି। ଅଧିକ ପ୍ରତିଯୋଗିତାରେ ଭାଗନେଲେ ର଼୍ୟାଙ୍କିଙ୍ଗ ଅନୁସାରେ ମୋତେ ଅଲିମ୍ପିକ୍ସ ଯୋଗ୍ୟତା ମିଳିବା ସମ୍ଭାବନା ଥିଲା। ମାତ୍ର ତାହା ସମ୍ଭବ ହେଉନି। ତେଣୁ ଅଲିମ୍ପିକ୍ସକୁ ନେଇ ମୁଁ ସନ୍ଦିହାନ ବୋଲି ପ୍ରକାଶ କରିଛନ୍ତି“ ଏହି ଦ୍ରୁତତମ ଧାବିକା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri