Posted inଖେଳ

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବୁ : ବୀରେନ୍ଦ୍ର

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଆ ହକି ତାରକା ତଥା ଅଭିଜ୍ଞ ଭାରତୀୟ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ୟୁରୋପ ଗସ୍ତ ସାରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନିବାର ସକାଳେ ସେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେ ଆଗକୁ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଏହି ୟୁରୋପ ଗସ୍ତ ବେଶ୍‌ ଭଲ ଥିଲା ଓ ବିଶ୍ୱସ୍ତରୀୟ ଅଭିଜ୍ଞତା ନେଇ ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ କରିଛି ବୋଲି ବୀରେନ୍ଦ୍ର କହିଛନ୍ତି। ପ୍ରଥମଥର ପାଇଁ ଏମିତି ହୋଇଛି ଯେ, ଭାରତ କୌଣସି ଗସ୍ତରେ ଯାଇ ଗୋଟିଏ ହେଲେ ବି ମ୍ୟାଚ ହାରିନାହିଁ। ତେବେ ଦଳରେ ଥିବା କେତୋଟି ତ୍ରୁଟି ସୁଧାରିବା ଆମ ପାଇଁ ଜରୁରୀ ହୋଇପଡିଛି। ପେନାଲ୍ଟି କର୍ନର ସୃଷ୍ଟି କରିବାରେ ଆମକୁ ଆହୁରି ଅଧିକ ଧ୍ୟାନ ଦେବାକୁ ହେବ। ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ, ଅମିତ ରୋହିଦାସ, ହରମନପ୍ରୀତ ସିଂ ଓ ବରୁଣ କୁମାର ଏହି ଗସ୍ତରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଏହି ବିଭାଗରେ ଆମକୁ ଆହୁରି ଅଧିକ ଭଲ ପ୍ରଦର୍ଶନ କରିବାକୁ ହେବ। ଆଗକୁ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ କ୍ୱାଲିଫାୟର ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌। ଆମକୁ ଏଥିରେ ଶତପ୍ରତିଶତ ପ୍ରଦର୍ଶନ କରି ଭଲ ଖେଳିବାକୁ ହେବ। ପ୍ରତିପକ୍ଷ ଦଳକୁ ଆଦୌ ହେୟ ମନେ କରିହେବ ନାହିଁ। ର଼୍ୟାଙ୍କିଙ୍ଗ୍‌କୁ ନେଇ କୌଣସି ଦଳର ଦକ୍ଷତା ମାପି ହେବନାହିଁ। ନିଜର ତ୍ରୁଟି ସୁଧାରି ପ୍ରତିପକ୍ଷ ଦଳର ଦୁର୍ବଳତାରୁ ଫାଇଦା ଉଠାଇ ମ୍ୟାଚ୍‌କୁ ଆଗକୁ ନେଲେ ଆମେ ଫାଇଦାରେ ରହିବୁ। ଗତ ବିଶ୍ୱକପ୍‌ରେ ବେଲଜିୟମ ବିପକ୍ଷରେ ଭାରତ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲା। ତେବେ ଏହି ଗସ୍ତରେ ଭାରତ ଅତି ସହଜରେ ବେଲଜିୟମକୁ ହରାଇବାରେ ସକ୍ଷମ ହୋଇଛି। ବେଲଜିୟମ ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳି ରହିଥିଲେ। ସେମାନେ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିଥିଲେ। ଆମ ଦଳରେ ମଧ୍ୟ କେତେକ ଯୁବ ଖେଳାଳି ରହିଥିଲେ। ଏହି ଗସ୍ତରେ ବେଲଜିୟମକୁ ହରାଇବା ଆମ ପାଇଁ ଆଦୌ ସହଜ ନ ଥିଲା। ତେବେ ଆମେ ଆରମ୍ଭରୁ ଗୋଲ ଦେଇ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲୁ। ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ଏହି ଗସ୍ତ ବେଶ୍‌ କାମରେ ଆସିଛି। ଆମ ପ୍ରସ୍ତୁତିରେ ଏହା ସହାୟ ହେବ। ଏବେ କିନ୍ତୁ ଫିଟ୍‌ନେସ ଉପରେ ଧ୍ୟାନ ଦେବୁ। ନୂଆ କ୍ୟାମ୍ପରେ ନୂଆ ରଣନୀତି ନେଇ ଆଲୋଚନା ହେବ। ଅଲିମ୍ପିକ୍ସ କ୍ୱାଲିଫାୟରରେ ଆମେ ଭଲ ପ୍ରଦର୍ଶନ କରିବୁ ଓ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବୁ ବୋଲି ବୀରେନ୍ଦ୍ର କହିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ସ କ୍ୱାଲିଫାୟର ମ୍ୟାଚ ଖେଳିବେ। ନଭେମ୍ବର ୧ ଓ ୨ ତାରିଖରେ ଏହି ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଭାରତୀୟ ପୁରୁଷ ଦଳ ରୁଷିଆ ଓ ମହିଳା ଦଳ ଆମେରିକାକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri