ଅଲାରନାଥଙ୍କ ଅଣସରର ଦର୍ଶନ ନବମ ଦିନରେ: ଟଙ୍କ ତୋରାଣୀ ପାଇଁ ଭକ୍ତ ବ୍ୟାକୁଳ

ବ୍ରହ୍ମଗିରି,୨୭ା୬(ଡି.ଏନ.ଏ.): ଅଲାରନାଥଙ୍କ ପୀଠରେ ବୁଧବାର ଅନବସର ଦର୍ଶନ ନବମ ଦିନରେ ପହଁଞ୍ଚତ୍ଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ସ୍ବାଭାବିକ ଭାବେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଏହି ଦର୍ଶନ ପରେ ଅଲାରନାଥଙ୍କ ଖିରି ପ୍ରସାଦ ପାଇ ଭକ୍ତମାନେ ଆନନ୍ଦ ଲାଭ କରିଥିଲେ। ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ୪ଟା ୧୫ମିନିଟ୍‌ରେ ମଙ୍ଗଳ ଆଳତି, ସାଢେ୪ଟାରେ ଅବକାଶ, ୫ଟାରେ ମହାପ୍ରଭୁଙ୍କ ଅଣସର ବେଶ ଓ ଚନ୍ଦନ ତୁଳସୀ ଲାଗି, ସାଢେ୫ଟାରେ ବଲ୍ଲଭ ଧୂପ ଓ ସକାଳ ୬ଟାରେ ସର୍ବସାଧାରଣ ଦର୍ଶନ ହୋଇଥିଲା। ସକାଳ ଧୂପ, ଦ୍ୱିପ୍ରହର ଧୂପରେ କେବଳ ଖିରି ପ୍ରସାଦ ଭୋଗ ହୋଇ ଅପରାହ୍ନ ସାଢେ ୨ଟାରେ ପହଡ ପଡିଥିଲା। ପୁଣି ୨ଟା ୪୫ମିନିଟ୍‌ରେ ଚିଅଁା ପହଡ ନୀତି ହୋଇ ସର୍ବସାଧାରଣ ଦର୍ଶନ ହୋଇଥିଲା। ସନ୍ଧ୍ୟା ୭ଟା୧୦ ମିନିଟ୍‌ରେ ସନ୍ଧ୍ୟା ଆଳତୀ, ରାତି ୮ଟାରେ ମଇଲମ, ସାଢେ ୮ଟାରେ ସର୍ବସାଧାରଣ ଦର୍ଶନ, ରାତି ୧୦ଟା୨୦ମିନିଟ୍‌ରେ ସନ୍ଧ୍ୟା ଧୂପ, ଅନ୍ୟ ନୀତି ବଢି ରାତି ୧୦ଟା୫୦ମିନିଟ୍‌ରେ ବଡସିଂହାର ବେଶ ହେବା ପରେ ୧୨ଟାରେ ପହୁଡ ହୋଇଥିଲା।
ମହାପ୍ରସାଦ ପାଇ ସାରିବା ପରେ ଭକ୍ତ ଟଙ୍କ ତୋରାଣି ମୁନ୍ଦେ ପାଇବାକୁ ବ୍ୟାକୁଳ ହୋଇପଡିଥାଏ। ଏ ନେଇ ଶ୍ରୀମନ୍ଦିରରେ ଅନେକ ଦିନରୁ ଏହି ଟଙ୍କ ତୋରାଣୀ ପରମ୍ପରା ରହିଆସିଛି। ପ୍ରତ୍ୟକ ଭକ୍ତ ମନ୍ଦିରକୁ ଆସିବା ମାତ୍ରେ ଟଙ୍କ ତୋରାଣୀ ପାଇଁ ଆଗ୍ରହ ବଢିଥାଏ। ଏପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଚାଲିଛି ା ମହାପ୍ରଭୁ ଅଲାରନାଥ ପୀଠର ଆନନ୍ଦବଜାରରୁ ବାହାରୁଥିବା ପ୍ରସାଦକୁ ଭକ୍ତମାନେ ମହାପ୍ରସାଦ ସମପାଇ ତୃପ୍ତି ହେଉଛନ୍ତି। ଏଠାରେ ଏବେ ଟଙ୍କ ତୋରାଣୀ ମିଳୁଥିବାରୁ ଭକ୍ତଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି।
ଟଙ୍କ ତୋରାଣୀର ବିଶେଷତ୍ତ୍ୱ
ଏହା ମହାପ୍ରସାଦର ଏକ ଅଂଶ। ମହାପ୍ରସାଦର ନ ମିଳିଲେ ଭକ୍ତମାନେ ନିର୍ମାଲ୍ୟ କିମ୍ବା ଟଙ୍କ ତୋରାଣୀ ପାଇ ଏହାର ଆବଶ୍ୟକତା ପୂରଣ କରିଥାନ୍ତି। ବିଶେଷକରି ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଭକ୍ତମାନଙ୍କୁ ପ୍ରଥମେ ଟଙ୍କ ତୋରାଣୀ ଦେଇ ଆପାୟିତ କରାଯାଇଥାଏ।
ଟଙ୍କ ତୋରାଣୀର ପ୍ରସ୍ତୁତି
ଏହି ଟଙ୍କ ତୋରାଣୀ ମହାପ୍ରସାଦ(ଅବଢା ଅନ୍ନ)କୁ ପାଣିରେ ପଖାଳ କରାଯାଏ। ଏହି ଅବଢା ପାଣିରେ ଦହି, ଲେମ୍ବୁ, ଲେମ୍ବୁ ପତ୍ର, ଲଙ୍କା, ଅଦା ଏବଂ ଆବଶ୍ୟକ ଅନୁପାତରେ ଲୁଣ ମିଶାଯାଇ ସର୍ବତ କରାଯାଏ। ଏହାକୁ ଟଙ୍କ ତୋରାଣୀ ବୋଲି କୁହାଯାଏ ।
ଟଙ୍କ ତୋରାଣୀ ସମ୍ପର୍କରେ ଗବେଷକ ସୁରେନ୍ଦ୍ର ମିଶ୍ର କୁହନ୍ତି, ଏହା ପୁରୀରେ ସମୁଦ୍ର କୂଳେ, ମନ୍ଦିରର ଦକ୍ଷିଣ ଦ୍ୱାରେ ଓ ସିଂହ ଦ୍ୱାରରରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କୁ ବିଭିନ୍ନ ମଠ ପକ୍ଷରୁ ବଣ୍ଟନ କରାଯାଇଥାଏ। ଅଧୁନା କବିର ଦାସ ମଠ, ଅଳିଛତ୍ର ମଠ ପରବର୍ତ୍ତୀ ସମୟରେ ଏମାର ମଠ ଚକଡା ଏହି ଟଙ୍କ ତୋରାଣୀ ବଣ୍ଟନ କରିଥାଏ। ଏହା ସହ ଶ୍ରୀମନ୍ଦିରର ଆନନ୍ଦବଜାରରେ ଟଙ୍କ ତୋରାଣୀ ମିଳିଥାଏ। କିନ୍ତୁ କୌଣସି କାରଣରୁ ମନ୍ଦିରର ଆନନ୍ଦବଜାର ଏହି ଟଙ୍କ ତୋରାଣୀକୁ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri