ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ;ଜିଡିପି ୭% ରହିବା ସମ୍ଭାବନା

ନୂଆଦିଲ୍ଲୀ,୫-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ କରିବେ। ଏହାର ଦିନକ ପୂର୍ବରୁ ପରମ୍ପରା ଅନୁଯାୟୀ ଗୁରୁବାର ସେ ସଂସଦରେ ୨୦୧୮-୧୯ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେ.ଭି. ସୁବ୍ରମଣ୍ୟନଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ନିବେଶ ବୃଦ୍ଧି କାରଣରୁ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭% ରହିବା ବୋଲି ଆଶାକରାଯାଉଛି।
ସର୍ଭେ ଅନୁଯାୟୀ, ଦେଶର ମୂଳ ଅର୍ଥନୈତିକ ଦୃଶ୍ୟପଟ ସ୍ଥିର ରହିଛି। ଏହି କାରଣରୁ ନିବେଶ ବୃଦ୍ଧି ହେଲେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତି ଦୌଡିବ। ଏଥିସହିତ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଜିଡିପିର ୩.୪%ରେ ରହିବ ବୋଲି ଆଶା ରହିଛି। ୨୦୧୮-୧୯ରେ ଜିଡିପି ହାର ୬.୮% ରହିଥିଲା ବେଳେ ୨୦୧୭-୧୮ରେ ଏହା ୭.୨% ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଗତ ୫ ବର୍ଷରେ ବିକାଶ ହାର ହାରାହାରି ୭.୫% ରହିଛି, ଯାହା କି ଅନ୍ତରୀଣ ବଜେଟରେ ମଧ୍ୟ ସମାନ ଅନୁମାନ କରାଯାଇଥିଲା। ଏହାର ଅର୍ଥ ଗତ ଆର୍ଥିକ ବର୍ଷ ତୁଳନାରେ ଦେଶର ବିକାଶ ହାର ସାମାନ୍ୟ ହ୍ରାସ ପାଇଛି ବୋଲି ସ୍ବୀକାର କରାଯାଇଛି। କୃଷି ଓ ଏ ସମ୍ପର୍କିତ କ୍ଷେତ୍ର, ବାଣିଜ୍ୟ, ହୋଟେଲ, ପରିବହନ, ଭଣ୍ଡାର, ଟେଲିକମ୍‌ ଆଦି କ୍ଷେତ୍ରରେ ଅଭିବୃଦ୍ଧି ଧିମା ହେବା କାରଣରୁ ବିକାଶ ହାର ହ୍ରାସ ପାଇଛି ବୋଲି ଦର୍ଶାଯାଇଛି। ସର୍ଭେରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୫ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଭାବେ ଗଢ଼ିତୋଳିବା ଲାଗି ଯେଉଁ ସ୍ବପ୍ନ ଦେଖିଛନ୍ତି, ସେଥିପାଇଁ ଘରୋଇ ନିବେଶ ଅତ୍ୟନ୍ତ ଜରୁରୀ। ବିକାଶ, ନିଯୁକ୍ତି, ରପ୍ତାନି ଓ ଚାହିଦା ବୃଦ୍ଧି ଲାଗି ଘରୋଇ ପୁଞ୍ଜିନିବେଶ ମୁଖ୍ୟ ଚାବି ହେବ। ଆର୍ଥିକ ବର୍ଷ ୨୦୨୦ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବ ବୋଲି କୁହାଯାଇଛି। ଏଥିଯୋଗୁ ଅର୍ଥନୀତି ଅଭିବୃଦ୍ଧିକୁ ସହାୟତା ମିଳିବ। ଆର୍ଥିକ ବର୍ଷ ୨୦୧୯ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ୨୮୩.୪ ମିଲିୟନ ଟନ ରହିବ ବୋଲି ଅନୁମାନ କରାଯାଇଥିଲା ବେଳେ ଆମଦାନୀ ୧୫.୪% ଓ ରପ୍ତାନି ୧୨.୫% ରହିବ ବୋଲି ଆଶା ରହିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮ ମଧ୍ୟଭାଗରୁ ଗ୍ରାମାଞ୍ଚଳରେ ମଜୁରୀ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଧିମା ଅଭିବୃଦ୍ଧି, ଜିଏସ୍‌ଟି ଏବଂ କୃଷି ଯୋଜନା ବିତ୍ତୀୟ ନିଅଣ୍ଟ କ୍ଷେତ୍ରରେ ଚାଲେଞ୍ଜ ହୋଇପାରେ। ୨୦୧୮-୧୯ରେ ମୁଦ୍ରାସ୍ଫୀତି ହାର ୩.୪%ରେ ସୀମିତ ରହିଥିଲା ବେଳେ ୨୦୧୭-୧୮ ପରେ ନିବେଶ ବୃଦ୍ଧିରେ ସୁଧାର ହେଉଥିବା ସ୍ବୀକାର କରାଯାଇଛି। ସ୍ଥିର ନିବେଶ ବୃଦ୍ଧି ହାର ୨୦୧୬-୧୭ରେ ୮.୩%ରୁ ବୃଦ୍ଧି ପାଇବା ପରେ ପରବର୍ତ୍ତୀ ବର୍ଷରେ ଏହା ୯.୩% ଏବଂ ତହିଁ ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ଏହା ୧୦.୦ ପ୍ରତିଶତ ହୋଇଛି। ଚଳନ୍ତି ଜମା ନିଅଣ୍ଟ ପରିମାଣକୁ ଜିଡିପିର ୨.୧ ପ୍ରତିଶତରେ ସୀମିତ ରଖାଯିବାକୁ ପରାମର୍ଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଏନ୍‌ବିଏଫ୍‌ସି ସେକ୍ଟରରେ ଚାପ ଯୋଗୁ ବିକାଶ ପ୍ରଭାବିତ ହେବ। ତେବେ ଆର୍ଥିକ ବର୍ଷ ୨୦୨୦ରେ ଅର୍ଥନୀତି ଲାଗି ଅନେକ ବିତ୍ତୀୟ ଆହ୍ବାନ ରହିଛି। ଆର୍ଥିକ ବର୍ଷ ୨୦୨୧ରେ ବିତ୍ତୀୟ ନିଅଣ୍ଟ ୩% ରହିବା ଅନୁମାନ କରାଯାଇଥିତ୍ବା ବେଳେ ଆର୍ଥିକ ବର୍ଷ ୨୦୧୯-୨୦ରେ ଅଭିବୃଦ୍ଧି ଧିମା ହେଲେ ରାଜସ୍ବ ଆୟ ପ୍ରଭାବିତ ହେବ ବୋଲି ସର୍ଭେ ରିପୋର୍ଟରେ ଚେତାବନୀ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮-୧୯ରେ ରବି ଫସଲ ଲାଗି ମୋଟ ଚାଷ ଅଞ୍ଚଳ ହ୍ରାସ ପାଇଥିଲା। ଫଳରେ କୃଷି ଉତ୍ପାଦନ ପ୍ରଭାବିତ ହୋଇଥିଲା। ଖାଦ୍ୟଶସ୍ୟ ମୂଲ୍ୟ କମିବା କାରଣରୁ ଚାଷୀ କମ୍‌ ଜମିରେ ଚାଷ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri