Posted inଜାତୀୟ

ଅର୍ଥନୀତି ନେଇ ମୁହଁ ଖୋଲିଲେ ମନମୋହନ ସିଂହ: ତ୍ରୁଟିପୂର୍ଣ୍ଣ ପରିଚାଳନାରୁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨ା୯: ଦେଶର ଅର୍ଥନୀତି ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଅର୍ଥନୀତି ମାନ୍ଦାବସ୍ଥାର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯାଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂହ କହିଛନ୍ତି।
ମନମୋହନଙ୍କ କହିବାନୁଯାୟୀ, ଦେଶର ଅର୍ଥନୀତିି ଏବେ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ମୋଦି ସରକାର ପ୍ରତିଶୋଧର ରାଜନୀତି ଛାଡ଼ନ୍ତୁ ବୋଲି ମନମୋହନ କହିବା ସହ ବିମୁଦ୍ରୀକରଣ ଓ ଜିଏସ୍‌ଟିକୁ ‘ମାନବ ରଚିତ ସଙ୍କଟ’ ବୋଲି ଅଭିହିତ କରିଛନ୍ତି। ତାଙ୍କର କହିବାନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ହାର ୫% ରହିବାରୁ ସ୍ପଷ୍ଟ ହେଉଛି ଯେ, ଭାରତର ଅର୍ଥନୀତି ଲମ୍ବା ଅବଧିର ମାନ୍ଦାବସ୍ଥା ଚକ୍ରରେ ଫସିଯାଇଛି। ଦେଶ ଦ୍ରୁତଗତିରେ ବଢ଼ିପାରିବ,କିନ୍ତୁ ମୋଦି ସରକାରଙ୍କ କୁପରିଚାଳନା କାରଣରୁ ଏବେ ମାନ୍ଦାବସ୍ଥା ମାଡି ଆସିଛି। ସେ କହିଛନ୍ତି ଯେ,ମାନବ ରଚିତ ସଙ୍କଟ ଯୋଗୁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି। ଏଥିରୁ ବାହାରିବା ଲାଗି ଚିନ୍ତାଶୀଳ ବ୍ୟକ୍ତିଙ୍କ ସହ ସରକାର ଆଲୋଚନା କରନ୍ତୁ। ଡ.ସିଂହ କହିଛନ୍ତି ଯେ, ବିନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ମାତ୍ର ୦.୬% ରହିବା ଅତ୍ୟନ୍ତ ଚିନ୍ତାଜନକ ବ୍ୟାପାର। ବିଭିନ୍ନ ପ୍ରତିଷ୍ଠାନକୁ ବରବାଦ୍‌ କରାଯାଉଛି ଏବଂ ସେମାନଙ୍କଠାରୁ ସ୍ବାଧୀନତା ଛଡ଼ାଇ ନିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦ୍ୱାରା କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଏତେ ବିଶାଳ ପରିମାଣ ରାଶି ଦେବା ପରେ କୌଣସି ବିପଦର ମୁକାବିଲା ବେଳେ ଆର୍‌ବିଆଇ ପରୀକ୍ଷାର ସମ୍ମୁଖୀନ ହେବ। ଘରୋଇ ଚାହିଦା ହ୍ରାସ ପାଇଛି, ବ୍ୟୟ ହାର ୧୮ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ସାରିଲାଣି। ସେହିପରି ଜିଡିପି ଅଭିବୃଦ୍ଧି ହାର ୧୫ ବର୍ଷର ସବୁଠାରୁ ନିମ୍ନରେ ରହିଥିବା ବେଳେ ଟିକସ ଆଦାୟ ଏବେ ସୁଦ୍ଧା ଅନେକ କମ୍‌ ରହିଛି ବୋଲି ଦେଶର ଅର୍ଥନୀତି ସ୍ଥିତି ସଂକ୍ରାନ୍ତରେ ଉଲ୍ଲେଖ କରି ମନମୋହନ ଏହା କହିଛନ୍ତି। ଜିଏସ୍‌ଟି ଲାଗୁ ହେବା ପରେ ଟିକସ ସଂଗ୍ରହ ବଢ଼ିବ ବୋଲି ଆଶା କରାଯାଉଥିଲା ବେଳେ ତାହା ଦୃଷ୍ଟିଗୋଚର ହେଉନାହିଁ। ଛୋଟ ହେଉ କିମ୍ବା ବଡ଼, ସମସ୍ତ ବର୍ଗର ବ୍ୟବସାୟୀଙ୍କୁ ହଇରାଣ କରାଯାଉଛି।

ଟିକସ ଆତଙ୍କବାଦ କମୁନାହିଁ। ନିବେଶକ ସମ୍ପୂର୍ଣ୍ଣ ଭାବେ ନିରୁତ୍ସାହିତ। ଏଭଳି ସ୍ଥିିତିରେ ମାନ୍ଦାବସ୍ଥାରୁ ବାହାରି ଆସିବା ଅସମ୍ଭବ ବୋଲି ସେ କହିଛନ୍ତି। ରୋଜଗାରହୀନ ଅର୍ଥନୀତିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, କେବଳ ଅଟୋମୋବାଇଲ କ୍ଷେତ୍ରରେ ସାଢ଼େ ୩ ଲକ୍ଷରୁ ଅଧିକ କର୍ମଚାରୀ ବେକାର ହୋଇଗଲେଣି। ସେ କହିଛନ୍ତି ଯେ, ଅସଂଗଠିତ କ୍ଷେତ୍ରରେ ବଡ଼ ଧରଣର ନିଯୁକ୍ତି ହ୍ରାସ ପାଇଛି। ଫଳରେ ଅତି ଦୁର୍ବଳ ଶ୍ରେଣୀ ଏହାଦ୍ୱାରା ବେଶି ପ୍ରଭାବିତ। ଗ୍ରାମୀଣ ଭାରତର ଅବସ୍ଥା ଏବେ ଅତ୍ୟନ୍ତ ସାଂଘାତିକ। କାରଣ କୃଷକଙ୍କୁ ସେମାନଙ୍କ ଫସଲର ଉଚିତ ଦାମ ମିଳୁନାହିଁ। ଫଳରେ ଗ୍ରାମାଞ୍ଚଳର ଆୟ କମିବାରେ ଲାଗିଛି। ମୋଦି ସରକାର ମୁଦ୍ରାସ୍ଫୀତି ହ୍ରାସ କରିଥିବା ଡିିଣ୍ଡିମ ପିଟୁଥିବା ବେଳେ ଏହାର ପ୍ରଭାବ ଚାଷୀ ଓ ସେମାନଙ୍କ ଆୟ ଉପରେ ପଡିଛି ବୋଲି ମନମୋହନ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri