ଅର୍ଥ ସଙ୍କଟରେ ଏୟାର ଇଣ୍ଡିଆ:ବିଡର ନ ମିଳିଲେ ୬ ମାସରେ ବନ୍ଦ ହୋଇଯିବ

ନୂଆଦିଲ୍ଲୀ,୩୧-୧୨: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀକୁ ଯଦି ବିଡର ନ ମିଳନ୍ତି ତେବେ ଆଗାମୀ ୬ ମାସ ମଧ୍ୟରେ ଏହା ବନ୍ଦ ହେବାର ଆଶଙ୍କା ଉପୁଜିଛି। ବିମାନ କମ୍ପାନୀକୁ ଯୋଗାଡ ଦ୍ୱାରା ବେଶିଦିନ ଧରି ଚଳାଇ ରଖିବା କଷ୍ଟକର। ଯଦି ଏୟାର ଇଣ୍ଡିଆକୁ କିଣିବା ଲାଗି କେହି ବିଡର ନ ଆସନ୍ତି ତେବେ ବାଧ୍ୟ ହୋଇ ଏହାକୁ ବନ୍ଦ କରିବାକୁ ପଡିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ଏହି ବିମାନ କମ୍ପାନୀ ଘୋର ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହାର ପରିଚାଳନା ଲାଗି ପାଣ୍ଠି ଯୋଗାଡ କରିବା କଷ୍ଟକର ହୋଇପଡୁଛି। କମ୍ପାନୀ ନିକଟରେ ଥିବା ୧୨ ନ୍ୟାରୋ ବଡି ବିମାନ ଏବେ ଗ୍ରାଉଣ୍ଡରେ ରହିଛି। ଏହାକୁ ଠିକ୍‌ କରି ଚଳାଇବା ଲାଗି ପାଣ୍ଠିର ଅଭାବ ରହିଛି। ଏଣୁ ବିମାନ କମ୍ପାନୀକୁ ଆଗାମୀ ଦିନରେ ପରିଚାଳନା କରିବା ଅନିଶ୍ଚିତତା ଉପୁଜିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ବିମାନ କମ୍ପାନୀ ଉପରେ ୬୦,୦୦୦ କୋଟି ଟଙ୍କାର ଋଣ ଭାର ରହିଛି। ଏହି ବିମାନ କମ୍ପାନୀକୁ ନିଲାମ କରିବା ଲାଗି ସରକାର ପ୍ରକ୍ରିୟା ଜାରି ରଖିଛନ୍ତି।
ବିମାନ କମ୍ପାନୀରେ ଆଉ ଅର୍ଥ ଲଗାଇବା ନେଇ ସରକାର ଚାହୁଁନାହାନ୍ତି। ଏହାକୁ ନିଲାମ କରିବା ଲାଗି ପ୍ରକ୍ରିୟା ଚାଲୁ ରହିଛି। ଯୋଗାଡ ଦ୍ୱାରା ଏୟାର ଇଣ୍ଡିଆ ଚାଲିଥିବା ବେଳେ ଏହି ପ୍ରକ୍ରିୟା ବେଶି ଦିନ ତିଷ୍ଠିବା ଭଳି ଦେଖାଯାଉ ନ ଥିବା ଅଧିକାରୀ କହିଛନ୍ତି। ୨୦୧୧-୧୨ ଆର୍ଥତ୍କ ବର୍ଷ ପରଠାରୁ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏୟାର ଇଣ୍ଡିଆକୁ ୩୦,୫୨୦ କୋଟି ଟଙ୍କାର ପୁଞ୍ଜି ପ୍ରଦାନ କରିଛନ୍ତି। ଉପା ସରକାରଙ୍କ ସମୟରେ ଟର୍ନ ଆରାଉଣ୍ଡ ଯୋଜନା ଦ୍ୱାରା ଏହି ବିମାନ କମ୍ପାନୀକୁ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ସହାୟତା ଘୋଷଣା କରାଯାଇଥିଲା। ଏହି ଅର୍ଥ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ପରିଚାଳନା ଗତ ଆବଶ୍ୟକତା ପୂରଣ ଲାଗି ଏହି କମ୍ପାନୀ ୨୪୦୦ କୋଟି ଟଙ୍କାର ସୋଭରେନ ଗ୍ୟାରେଣ୍ଟି ଚାହଁୁଛି। ମାତ୍ର ସରକାର ୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ପ୍ରଦାନ କରିଛନ୍ତି। ଏଭଳି ସ୍ଥିତିରେ ଏୟାର ଇଣ୍ଡିଆକୁ ଚଳାଇ ରଖିବା କଷ୍ଟକର ବୋଲି ଅଧିକାରୀ ସ୍ପଷ୍ଟ କରିଛନ୍ତି। ଯଦି ଠିକ୍‌ ସମୟରେ ବିମାନ କମ୍ପାନୀକୁ କ୍ରୟ ଲାଗି କେହି ଆସନ୍ତି ନାହିଁ ତେବେ ବାଧ୍ୟ ହୋଇ ଏହାକୁ ବନ୍ଦ କରାଯିବା ନେଇ ସେ ମତ ରଖିଛନ୍ତି।
ଦୀର୍ଘ ୨୫ ବର୍ଷ ଧରି ବିମାନ ସେବା ଯୋଗାଉଥିବା ଜେଟ ଏୟାରଓ୍ବେଜ ଅର୍ଥ ଅଭାବରୁ ବନ୍ଦ ହୋଇଗଲା। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଏୟାର ଇଣ୍ଡିଆର କ୍ଷତି ପ୍ରାୟ ୮୫୫୫ କୋଟି ଟଙ୍କା ହେବ। କମ୍ପାନୀ ଉପରେ ୬୦ ହଜାର କୋଟି ଟଙ୍କାର ଋଣ ମଧ୍ୟ ରହିଛି। ଏହି ପ୍ରସଙ୍ଗ ଉପରେ ଏୟାର ଇଣ୍ଡିଆର ମତାମତ ମିଳିପାରି ନାହିଁ। ଉକ୍ତ ବିମାନ କମ୍ପାନୀର ୧୦୦% ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା ରଖିଛନ୍ତି। ଏଥିଲାଗି ଏୟାର ଇଣ୍ଡିଆ ସ୍ପେଶିଫିକ ଅଲଟରନେଟିଭ ମେକାନିଜିମ (ଏଆଇଏସ୍‌ଏଏମ୍‌)କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଚତୁର୍ଥ ସପ୍ତାହରେ ସରକାର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଜାରି କରିବେ। ନିବେଶକଙ୍କୁ ବୋର୍ଡକୁ ଆଣିବା ଏବଂ ଟ୍ରାଞ୍ଜାକଶନ ପ୍ରକ୍ରିୟା ଶେଷ କରିବାକୁ ଅନ୍ତତଃ ପକ୍ଷେ ୬ ମାସ ସମୟ ଲାଗିବ। ଆସନ୍ତା ମାସ ପ୍ରାରମ୍ଭ ବେଳକୁ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏବେ ଘରୋଇ ବିମାନ ଶିଳ୍ପ ପ୍ରଭାବିତ ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ଏୟାର ଇଣ୍ଡିଆ ଲାଗି ନିବେଶକ ଖୋଜିବା ସରକାରଙ୍କ ଲାଗି କଷ୍ଟକର ହେବ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri