Posted inରାଜ୍ୟ

ଅର୍ଥ, କ୍ଷମତା ବଳରେ ମନ୍ତ୍ରୀପଦ ଆଶା

ଭୁବନେଶ୍ୱର,୨୭।୫: ସାରା ଦେଶରେ ସାଧାରଣ ନିର୍ବାଚନ ସମାପ୍ତ ହୋଇଛି। ସେହିଭଳି ରାଜ୍ୟରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ସମାପ୍ତ ହୋଇଛି। ଲଗାତର ୫ମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ୨୯ ତାରିଖ ଅର୍ଥାତ୍‌ ବୁଧବାର ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାକୁ ଯାଉଛି। ତେଣୁ ମନ୍ତ୍ରିମଣ୍ଡଳରେ ସ୍ଥାନଟିଏ ପାଇବା ପାଇଁ ବିଧାୟକଙ୍କ ମଧ୍ୟରେ ଜୋରସୋର ଲବି ଆରମ୍ଭ ହୋଇଯାଇଛି। ରାଜ୍ୟ ବିଧାନସଭା ସଂଖ୍ୟାର ୧୫ ପ୍ରତିଶତ ଅର୍ଥାତ୍‌ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୧ କିମ୍ବା ୨୨ ମନ୍ତ୍ରୀ ହୋଇପାରିବେ। ଏଭଳି ସ୍ଥିତିରେ ୧୧୨ ବିଧାୟକଙ୍କ ମଧ୍ୟରୁ କିଏ ମନ୍ତ୍ରୀପଦ ହାସଲ କରିବ, ସେ ନେଇ ଛକାପଞ୍ଝା ଆରମ୍ଭ ହୋଇଯାଇଛି।
ସବୁଠାରୁ ମୁଖ୍ୟକଥା ହେଲାଯେ, ବିଜେଡିରେ ପ୍ରଥମଥର ବିଧାୟକ ହୋଇଥିବା କିଛି ନେତା ମଧ୍ୟ ମନ୍ତ୍ରୀପଦ ହାତେଇବାକୁ ଉଦ୍ୟମ ଚଳାଇଛନ୍ତି। ଏପରିକି ଯେଉଁମାନଙ୍କ ସହଯୋଗରେ ବିଜେଡିକୁ ଆସିବାରେ ସଫଳ ହୋଇଥିଲେ, ସେମାନଙ୍କ ଚେର କାଟିବାକୁ ପଛଘୁଞ୍ଛା ମଧ୍ୟ ଦେଉନାହାନ୍ତି। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ନୟାଗଡ ଜିଲାର ଅରୁଣ ସାହୁ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ ଓ କେନ୍ଦ୍ରାପଡାର ଅତନୁ ସବ୍ୟସାଚୀ ନାୟକଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନ ପାରେ। ଆଉ ଏହା ଯଦି ସତ୍ୟ ହୁଏ, ତେବେ ନୟାଗଡ ଜିଲାରୁ ପ୍ରଥମଥର ବିଜେଡି ବିଧାୟକ ହୋଇଥିବା ଜଣେ ନେତାଙ୍କୁ ମନ୍ତ୍ରୀପଦ ମିଳିବାରେ ସହଜ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ବିଶ୍ଳେଷକଙ୍କ ମତରେ ଉକ୍ତ ନବାଗତଙ୍କୁ ବିଜେଡିକୁ ବାଟ କଢ଼େଇ ଆଣିଥିବା ଦୁଇ ପ୍ରମୁଖ ନେତା(ସଞ୍ଜୟ ଦାସବର୍ମା ଓ ଦେବାଶିଷ ସାମନ୍ତରାୟ) ଚଳିତ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଏପରିକି ପ୍ରଣବ ପ୍ରକାଶ ମନ୍ତ୍ରୀପଦରେ ନ ରହି ଦଳ ଏବଂ ମନ୍ତ୍ରିମଣ୍ଡଳର ସମନ୍ବୟକାରୀ ହେବା ପାଇଁ ଯୋଜନା କରୁଛନ୍ତି। ଏଭଳି ସ୍ଥିତିରେ ଉକ୍ତ ନେତାଙ୍କୁ ମନ୍ତ୍ରୀପଦ ମିଳିବାରେ କିଛି ଅସୁବିଧା ହୋଇ ନ ପାରେ ବୋଲି କୁହାଯାଉଛି। ଆଉ କିଛି ରାଜନୈତିକ ପଣ୍ଡିତଙ୍କ ମତରେ ଏଥର ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଆର୍ଥିକ ମାପଦଣ୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସେହି ହିସାବରେ ବିଚାର କଲେ ଅବିଭକ୍ତ ପୁରୀ ସମେତ ଅବିଭକ୍ତ ସମ୍ବଲପୁର ଓ ଢେଙ୍କାନାଳ ଜିଲାର ଏକାଧିକ ନେତା ବିଜେଡି ନେତୃତ୍ୱଙ୍କୁ ମନ୍ତ୍ରୀପଦ ପାଇଁ ପ୍ରଭାବିତ କରିପାରନ୍ତି। ଅର୍ଥ ବଳରେ ପୂର୍ବରୁ ନେତୃତ୍ୱକୁ ପ୍ରଭାବିତ କରି ଏକାଧିକ ନେତା ଟିକେଟ ହାତେଇ ପାରିଛନ୍ତି, ମନ୍ତ୍ରୀପଦ ହାତେଇବା ସେମାନଙ୍କ ପାଇଁ ବଡ଼ କଥା ନୁହେଁ ବୋଲି
ସମୀକ୍ଷକମାନେ କହିଛନ୍ତି। ବିଜେଡିର ଚତୁର୍ଥ ପାଳିରେ ମନ୍ତ୍ରୀଥିବା ଏକାଧିକ ବ୍ୟକ୍ତି ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇସାରିଛନ୍ତି। ତେଣୁ ସେମାନଙ୍କୁ ନେତୃତ୍ୱ ପୁନର୍ବାର ସୁଯୋଗ ଦେବା ଉଚିତ ନୁହେଁ ବୋଲି କେତେକ ଆଶାୟୀ କହି ବୁଲିଲେଣି। ଅପରପକ୍ଷରେ ପୂର୍ବ ନିର୍ବାଚନ ଅପେକ୍ଷା ଭାଜପା ରାଜ୍ୟରେ ନିଜର ଶକ୍ତି ବୃଦ୍ଧି କରିଛି। କେନ୍ଦ୍ରରେ ପୂର୍ଣ୍ଣ ବହୁମତର ସରକାର ଥିବାରୁ ବିଜେଡି ପାଇଁ ଚ୍ୟାଲେଞ୍ଜ ମଧ୍ୟ ରହିଛି। ସେହି ସମୟରେ ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ଆବଶ୍ୟକ କରୁଥିବା ସାଧନର ମାଲିକାନା ଥିବାରୁ ମନ୍ତ୍ରୀପଦକୁ ଛଡ଼ାଇ ନେବା କେତେକ ନେତା ଯୋଜନା କରିଚାଲିଛନ୍ତି।
ଅପରପକ୍ଷରେ ସେହି ନେତାଙ୍କୁ ବାଟ କଢ଼େଇଥିବା ଯୁବ ବିଧାୟକଗଣ ମୁହଁ ଖୋଲି କହି ପାରୁ ନାହାନ୍ତି କି ହାତରୁ କ୍ଷମତା ଚାଲିଯିବାର ସମ୍ଭାବନା ଥିବାରୁ ସହି ପାରୁ ନାହାନ୍ତି। ଏହି ଯୁବଗୋଷ୍ଠୀ ଆର୍ଥିକ ଭାବେ ସ୍ବଚ୍ଛଳ ହେଲେ ବି ଧନ କୁବେର ନେତାମାନଙ୍କ ସମକକ୍ଷ ନୁହନ୍ତି। ୨୯ ଶପଥ ଗ୍ରହଣ ଉତ୍ସବକୁ ମାତ୍ର ୪୮ ଘଣ୍ଟା ବାକି ରହିଛି, ତେଣୁ ଆର୍ଥିକଭାବେ ସ୍ବଚ୍ଛଳ ଥିବା ନେତାମାନେ ମନ୍ତ୍ରୀପଦ ହାତେଇ ପାରୁଛନ୍ତି ନା ନାହିଁ, ତାହା ଉପରେ ସମୀକ୍ଷକମାନଙ୍କ ନଜର ରହଛି।
(ଚିଦାନନ୍ଦ ଜେନା)


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ପାଇଁ ନାମାଙ୍କନ ଭରିଲେ ନୀତୀଶ କୁମାର, ଉପସ୍ଥିତ ଥିଲେ ଅମିତ ଶାହା

ପାଟନା,୫।୩: ବିହାରର ୧୦ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ନୀତୀଶ କୁମାର ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । କେନ୍ଦ୍ର…

ବିଜୁବାବୁଙ୍କୁ ଭାରତରତ୍ନ ମିଳିବା ନେଇ ଦାବି ଉଠାଇଲା ବିଜେଡି

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ଼ ଜିଲା ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ…

ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ, ବିଜୁ ବାବୁ ଅମର ରହେ ନାରାରେ କମ୍ପିଲା….

ନନ୍ଦପୁର/ପାଡୁଆ, ୫ା୩ (ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ କୂଲାବିର ପଞ୍ଚାୟତ ସ୍ଥିତ ଧବଳେଶ୍ଵର ମନ୍ଦିର ପରିସରରେ ଗୁରୁବାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦…

ଓଡ଼ିଶାରେ ବିଜେଡି-କଂଗ୍ରେସ ମେଣ୍ଟ ସମ୍ପର୍କରେ ନବୀନଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୫।୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର, ଦତ୍ତେଶ୍ବର ହୋତା। ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ…

‘ବିଜୁବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ସମାଜସେବାରେ ବ୍ରତୀ ହେବାକୁ ଆହ୍ବାନ’

ବଞ୍ଚୋ,୫ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ହାଟଡିହୀ ବ୍ଲକରେ ଗୁରୁବାର ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁ…

ଶ୍ରୀମନ୍ଦିରର ୩ ସେବକଙ୍କୁ କୈଫିୟତ ତଲବ: ଜଣେ ସେବକଙ୍କ ଶାଢ଼ିବନ୍ଧା ଆଦେଶ ପ୍ରତ୍ୟାହାର ନେଇ…

ପୁରୀ,୫ା୩(ଅଜିତ କୁମାର ମହାନ୍ତି): ଫେବୃଆରୀ ୨୮ରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର, ପାଖରେ ଅଛନ୍ତି ନବୀନଙ୍କ ସହ…

ଭୁବନେଶ୍ୱର,୫ା୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ…

ପଶ୍ଚାତାପ କରିବ ଆମେରିକା, ଇରାନର ବୈଦେଶିକ ମନ୍ତ୍ରୀ କହିଲେ ଏହି ଆକ୍ରମଣ…

ତେହରାନ,୫ା୩: ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଆମେରିକାର ବୁଡ଼ାଜାହାଜ ଆକ୍ରମଣ କରି ଏକ ଇରାନୀ ଜାହାଜକୁ ବୁଡ଼ାଇ ଦେଇଛି। ଏହି ଆକ୍ରମଣରେ ୮୭ ଜଣ ଲୋକ ପ୍ରାଣ ହରାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri