Posted inଖେଳ

ଅର୍ଜୁନ ପୁରସ୍କାର ପାଇଁ ଝିଙ୍ଗାନ୍‌, ବାଲା ଦେବୀଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ଜାତୀୟ ଦଳର ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ୍‌ ଏବଂ ମହିଳା ଦଳର ଷ୍ଟ୍ରାଇକର ଏନ୍‌. ବାଲା ଦେବୀଙ୍କ ନାମ ସୁପାରିସ କରିଛି। ଚଳିତ ବର୍ଷର କ୍ରୀଡ଼ା ପୁରସ୍କାର ପାଇଁ ପ୍ରାର୍ଥୀଙ୍କ ନାମ ଅନ୍‌ଲାଇନ୍‌ରେ ସୁପାରିସ କରିବା ଲାଗି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ନିର୍ଦ୍ଦେଶାନାମା ପ୍ରକାଶ ପାଇଥିଲା। କିଛିବର୍ଷ ହେଲା ଏହିି ଖେଳାଳି ଦ୍ୱୟ ସ୍ଥିର ପ୍ରଦର୍ଶନ କରି ଆସୁଥିବାରୁ ପ୍ରାର୍ଥୀ ଚୟନରେ କୌଣସି ଅସୁବିଧା ହୋଇ ନ ଥିଲା ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ୨୬ବର୍ଷୀୟ ଝିଙ୍ଗାନ୍‌ ସିକ୍କିମ ୟୁନାଇଟେଡ୍‌ ଦଳରେ ବାଇଚୁଙ୍ଗ୍‌ ଭୂତିଆ ଏବଂ ରିନେଡୀ ସିଂଙ୍କ ଭଳି ଷ୍ଟାର ଖେଳାଳିଙ୍କ ସହ ଖେଳି ସୁନୀଲ ଛେତ୍ରୀଙ୍କ ପଛକୁ ନିଜକୁ ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ୨୦୧୫ ଫିଫା ବିଶ୍ୱକପ୍‌ କ୍ୱାଲିଫାୟରରେ ଭାରତ ତରଫରୁ ସେ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଥିଲେ। ଇଣ୍ଡିନ୍‌ ସୁପର ଲିଗ୍‌ ଟିମ୍‌ କେରଳ ବ୍ଲାଷ୍ଟର୍ସର ମଧ୍ୟ ସେ ଜଣେ ପ୍ରମୁଖ ଖେଳାଳି ବିବେଚିତ ହେଉଛନ୍ତି। ଝିଙ୍ଗାନ୍‌୍‌ଙ୍କ ଦକ୍ଷତା ଓ ପରିପକ୍ୱତା ଉପରେ ପୂର୍ବତନ ଜାତୀୟ ଦଳର କୋଚ୍‌ ଷ୍ଟିଫେନ୍‌ କନଷ୍ଟାଣ୍ଟିନ ପ୍ରଗାଢ଼ ଆସ୍ଥା ରହିଥିଲା। ଫଳରେ ଛେତ୍ରୀଙ୍କ ଇଞ୍ଜୁରୀ ସମୟରେ ସେ ଝିଙ୍ଗାନ୍‌୍‌ଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥାନ୍ତି। ଇଣ୍ଡିଆନ ସୁପର ଲିଗ୍‌ରେ ସେ ଅନେକଥର ରାଇଟ୍‌ ବ୍ୟାକ୍‌ ଦାୟିତ୍ୱ ତୁଲାଇଛନ୍ତି। ସବୁବେଳେ ସ୍ଥିର ପ୍ରଦର୍ଶନ କରିଆସୁଥିବା ଝିଙ୍ଗାନ୍‌୍‌ଙ୍କର ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଭାରତୀୟ ମହିଳା ଦଳର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଲେ ମଣିପୁରର ୩୦ ବର୍ଷୀୟା ବାଲା ଦେବୀ। ସ୍କଟିଶ ମହିଳା ପ୍ରିମିୟର ଲିଗ୍‌ ଦଳ ରେଞ୍ଜର୍ସ ଏଫ୍‌ସି ସହିତ ସେ ୧୮ ମାସିଆ ଚୁକ୍ତି କରିଛନ୍ତି। ଜଣେ ପ୍ରଫେସନାଲ ଖେଳାଳି ଭାବେ ଦେଶ ବାହାରେ ଖେଳିବାରେ ସେ ପ୍ରଥମ ଭାରତୀୟ ମହିଳା। କରୋନା ଭାଇରସ୍‌ ଉପରେ ଜନ ସଚେତନତା ସୃଷ୍ଟି ପାଇଁ ଏସିଆନ ଫୁଟ୍‌ବଲ କନଫେଡେରେଶନ ଦ୍ୱାରା‘# ବ୍ରେକ୍‌ ଦ ଚେନ୍‌’ ଭିଡିଓ ପ୍ରସ୍ତୁତ କରାଯାଇଛି। ଏଥିରେ ମହାଦେଶର ଯେଉଁ କେତେଜଣ ଖେଳାଳି ସ୍ଥାନ ପାଇଛନ୍ତି ସେମାନଙ୍କ ମଧ୍ୟରେ ବାଲା ଦେବୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri