Posted inଖେଳ

ଅର୍ଜୁନ ପୁରସ୍କାର: ଦୂତୀଙ୍କ ନାମ ସୁପାରିସ କଲା ଏଏଫ୍‌ଆଇ

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ଅନୁଷ୍ଠାନିକଭାବେ ଅର୍ଜୁନ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। କିଛିଦିନ ପୂର୍ବରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଦୂତୀଙ୍କ ନାମ ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫଆଇ) ନିକଟକୁ ପଠାଇଥିଲା। ବୁଧବାର ଏଏଫ୍‌ଆଇ ଏହି ଜାତୀୟ ରେକର୍ଡଧାରିଣୀଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ଗତବର୍ଷ କ୍ରୀଡ଼ା ବିଭାଗ ପକ୍ଷରୁ ନାମ ପଠାଇବାରେ ବିଳମ୍ବ ହୋଇଥିବାରୁ ଦୂତୀ ଅର୍ଜୁନ ପୁରସ୍କାରରୁ ବଞ୍ଚତ୍ତ ହୋଇଥିଲେ। ଏଥର କିନ୍ତୁ ଏହି ଓଡ଼ିଆ ଧାବିକା ପୁରସ୍କାର ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ଦୂତୀଙ୍କ ବ୍ୟତୀତ ଏଏଫଆଇ ଆଉ ୩ ଜଣଙ୍କ ନାମ ମଧ୍ୟ ଅର୍ଜୁନ ପାଇଁ ସୁପାରିସ କରିଛି। ସେମାନେ ହେଲେ ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଅର୍ପିନ୍ଦର ସିଂ(ଟ୍ରିପଲ ଜମ୍ପ), ମନଜିତ ସିଂ(୮୦୦ ମିଟର) ଓ ଏସିଆନ ଚାମ୍ପିୟନ ମିଡଲ ଡିଷ୍ଟାନ୍ସ ରନର ପି.ୟୁ. ଚିତ୍ରା। ଜାଭେଲିନ ତାରକା ନୀରଜ ଚୋପ୍ରାଙ୍କ ନାମ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ସୁପାରିସ ହୋଇଛି। ଡେପୁଟି ଚିଫ୍‌ କୋଚ୍‌ ରାଧାକ୍ରିଷ୍ଣନ ନାୟାରଙ୍କ ନାମ ଦ୍ରୋଣାଚାର୍ଯ୍ୟ ଏବଂ ୧୯୮୨ ଏସିଆନ ଗେମ୍ସର ଡିସ୍‌କସ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା କୁଲଦୀପ ସିଂ ଭୁଲାଙ୍କ ନାମ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଗଠିତ ପ୍ୟାନେଲ ବିଭିନ୍ନ ଜାତୀୟ ଫେଡେରେଶନରୁ ଆସିଥିବା ନାମ ଗୁଡ଼ିକୁ ଶର୍ଟଲିଷ୍ଟ କରିବେ। ମନୋନୀତ କ୍ରୀଡ଼ାବିତ୍‌ ଜାତୀୟ କ୍ରୀଡ଼ା ଦିବସ ଅଗଷ୍ଟ ୨୯ରେ ପୁରସ୍କୃତ ହେବେ।

ଆଶା ରହିଛି
ଗତ ୨ ବର୍ଷ ଧରି ଟ୍ରାକ୍‌ରେ ଚମକ ସୃଷ୍ଟି କରିଥିବାରୁ ଓଡ଼ିଶା ସ୍ପ୍ରିଣ୍ଟର ଦୂତୀ ଏଥର ଅର୍ଜୁନ ପୁରସ୍କାର ପାଇବା ନେଇ ଆଶାବାଦୀ ଅଛନ୍ତି। ”ମୁଁ ୨୦୧୮ ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିଲି। ୨୦୧୯ରେ ମୁଁ ଓ୍ବାଲର୍‌ଡ ୟୁନିଭର୍ସିର୍ଟି ଗେମ୍ସରେ ପ୍ରଥମ ଭାରତୀୟ ମହିଳାଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ କରିଥିଲି। ସେହିପରି ଏହିବର୍ଷ କାତାରରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ମଧ୍ୟ ମୁଁ ବ୍ରୋଞ୍ଜ ପଦକ ପାଇଥିଲି। କରୋନା ଭାଇରସ୍‌ ସଂକ୍ରମଣ ଜନିତ ପ୍ରଭାବ ଯୋଗୁ ୨୦୨୦ରେ କୌଣସି ପ୍ରତିଯୋଗିତା ହୋଇ ପାରିନାହିଁ। ତେଣୁ ଗତ ୨ ବର୍ଷର ଟ୍ରାକ୍‌ ରେକର୍ଡ ଯଦି ଦେଖାଯାଏ ତେବେ ମୋ ପାଇଁ ସମ୍ଭାବନା ରହିବ“ ବୋଲି ସମ୍ପ୍ରତି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଚଳାଇଥିବା ଦୂତୀ ପ୍ରକାଶ କରିଛନ୍ତି। ହାଇଦ୍ରାବାଦରେ ରହୁଥିବା କୋଚ୍‌ ନାଗାପୁରୀ ରମେଶଙ୍କ କାର୍ଯ୍ୟସୂଚୀ ଅନୁସାରେ ମୋର ଅଭ୍ୟାସ ଠିକ୍‌ ପଥରେ ରହିଛି ବୋଲି ଦୂତୀ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ପୂର୍ବରୁ ଓଡ଼ିଶାର ୮ ଜଣ କ୍ରୀଡ଼ାବିତ୍‌ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି। ୧୯୮୦ରେ ସାଇକ୍ଲିଷ୍ଟ ମିନତି ମହାପାତ୍ର ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନ ପାଇଥିଲେ। ପରେ ୧୯୮୨ରେ ଭାରୋତ୍ତୋଳକ ବିଜୟ କୁମାର ଶତପଥୀ, ୧୯୯୮ରେ ଆଥଲେଟ୍‌ ରଚିତା ମିସ୍ତ୍ରି (ପଣ୍ଡା), ୨୦୦୨ରେ ପୂର୍ବତନ ଭାରତୀୟ ହକି ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, ୨୦୦୭ରେ ପୂର୍ବତନ ଭାରତୀୟ ମହିଳା ହକି ଅଧିନାୟିକା ଜ୍ୟୋତି ସୁନୀତା କୁଲୁ, ୨୦୦୯ରେ ପୂର୍ବତନ ଭାରତୀୟ ହକି ଅଧିନାୟକ ପଦ୍ମଶ୍ରୀ ଇଗ୍ନେଶ ତିର୍କୀ, ୨୦୧୦ରେ ଭାରୋତ୍ତୋଳକ କେ. ରବିକୁମାର ଏବଂ ୨୦୧୯ରେ ଓଡ଼ିଶାର ପ୍ରଥମ ପାରା ଆଥଲେଟ୍‌ଭାବେ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଥିଲେ। (ସମ୍ପ୍ରତି ଓଡ଼ିଶାରେ ରହୁଥିବା ୧୯୭୫ ହକି ବିଶ୍ୱକପ ଏବଂ ୧୯୭୨ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ହକି କିମ୍ବଦନ୍ତୀ ଝାଡ଼ଖଣ୍ଡର ମାଇକେଲ କିଣ୍ଡୋ(୧୯୭୨) ମଧ୍ୟ ଅର୍ଜୁନ ପୁରସ୍କାର ପାଇଥିଲେ।)


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri