Posted inଜାତୀୟ

ଅଯୋଧ୍ୟା: ଟ୍ରଷ୍ଟ ଗଠନ ପୂର୍ବରୁ ମନ୍ଦିର ପୂଜାରୀ ନେଇ ଟଣାଓଟରା

ଅଯୋଧ୍ୟା,୩।୧୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏକ ମାସ ବିତି ଯାଇଛି। ଟ୍ରଷ୍ଟ ଗଠନ ପୂର୍ବରୁ ମନ୍ଦିର ପୂଜାରୀ ହେବାକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ରାମଜନ୍ମଭୂମି ନ୍ୟାସ ସଦସ୍ୟ ତ୍ରିଲୋକୀ ନାଥ ପାଣ୍ଡେ ପୂଜାରୀ ହେବା ଲାଗି ଦାବି କରିଛନ୍ତି। ତେବେ ରାମମନ୍ଦିର ମାମଳାରେ ପକ୍ଷ ରହିଥିବା ମହନ୍ତ ଧର୍ମଦାସ ମନ୍ଦିରର ପୂଜାରୀ ହେବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ୧୯୪୯ରେ ତାଙ୍କ ଗୁରୁ ଅଭିରାମ ଦାସ ମନ୍ଦିରର ପୂଜାରୀ ଥିଲେ। ତେଣୁ ପରମ୍ପରା ଅନୁସାରେ ସେ ମନ୍ଦିରର ପୂଜାରୀ ହେବେ ବୋଲି ଧର୍ମଦାସ ଦାବି କରିଛନ୍ତି। ସମ୍ପ୍ରତି ରାମଲଲାଙ୍କ ପୂଜା ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କରୁଛନ୍ତି। ସେ ଧର୍ମଦାସଙ୍କ ବଡ଼ ଗୁରୁ ଭାଇ। ସତ୍ୟେନ୍ଦ୍ରଙ୍କୁ କମିଶନରଙ୍କ କର୍ମଚାରୀ ବୋଲି ତ୍ରିଲୋକୀ ପାଣ୍ଡେ କହିଛନ୍ତି। ଟ୍ରଷ୍ଟ ଗଠନ ପରେ ସତ୍ୟେନ୍ଦ୍ର ଆଉ ସେ ପଦବୀରେ ରହି ପାରିବେ ନାହିଁ ବୋଲି ସେ କହିଛନ୍ତି। ସେହିପରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପୂଜାରୀ ଦାୟିତ୍ୱ ରାମାନନ୍ଦ ସମ୍ପ୍ରଦାୟକୁ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?