ଅମରେଶଙ୍କୁ ପରିବେଶ ସୁରକ୍ଷା ଚିନ୍ତା: ସାଇକେଲରେ ବୁଲି କରୁଛନ୍ତି ସଚେତନ

ଢେଙ୍କାନାଳ ଅଫିସ, ୨୪।୧୨ – ବଢ଼ିଚାଲିଛି କଂକ୍ରିଟ ଜଙ୍ଗଲ। ଶିଳ୍ପାୟନ ନାମରେ କଟାଚାଲିଛି ଅସଂଖ୍ୟ ଗଛ। ପ୍ରାକୃତିକ ବିପର୍ଯ୍ୟୟ ବି ପରିବେଶ ପାଇଁ ଏବେ ପାଲଟିଛି ବଡ଼ ଚ୍ୟାଲେଞ୍ଜ। ଆଖି ଆଗରେ ଉଜୁଡ଼ି ଯାଉଥିବା ସବୁଜବନାନୀ ପାଇଁ ଚିନ୍ତାବ୍ୟକ୍ତ କରିଛନ୍ତି ପାରାଦୀପ ପୋର୍ଟ ଟ୍ରଷ୍ଟର ସହକାରୀ ଯନ୍ତ୍ରୀ ଅମରେଶ ନରେଶ ସାମନ୍ତ (୪୪)। ଏଥିପାଇଁ ସେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆରମ୍ଭ କରିଛନ୍ତି ସାଇକେଲ ଯାତ୍ରା।
ସାରା ଓଡ଼ିଶାରେ ଚାରାରୋପଣ କରି ସବୁଜ ବଳୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯନ୍ତ୍ରୀ ଅମରେଶ ୨୧ ତାରିଖରୁ ପାରାଦୀପରୁ ଆରମ୍ଭ କରିଛନ୍ତି ସାଇକେଲ ଯାତ୍ରା। ସେ ଚଣ୍ଡିଖୋଲ, ମଙ୍ଗୁଳି ଦେଇ ରବିବାର ରାତିରେ ଢେଙ୍କାନାଳରେ ପହଞ୍ଚତ୍ଥିଲେ। ସର୍କିଟ୍‌ ହାଉସରେ ରାତ୍ରିଯାପନ କରିବା ପରେ ସୋମବାର ଜିଲା ପ୍ରଶାସନ, ବନ ବିଭାଗ ଏବଂ ପୌରସଂସ୍ଥା ଅଧିକାରୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଛାତ୍ରୀଛାତ୍ର, ସହରବାସୀଙ୍କୁ ସୁରକ୍ଷିତ ପରିବେଶ ପାଇଁ ବ୍ୟାପକ ପରିମାଣରେ ଗଛ ଲଗାଇବାକୁ ସଚେତନ କରାଇଥିଲେ। ଅପରାହ୍ନରେ ସେ କଟକ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେଠାରୁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଶରଣକୂଳ, ବ୍ରହ୍ମପୁର ଦେଇ ଗୋପାଳପୁରରେ ଯାତ୍ରା ଶେଷ କରିବେ ବୋଲି ସେ କହିଛନ୍ତି।
ଅମରେଶ କୁହନ୍ତି, ୧୯୯୯ ମହାବାତ୍ୟାରେ ପାରାଦୀପ, କୁଜଙ୍ଗ ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବହୁ ଗଛ ଉପୁଡ଼ି ପଡ଼ିଥିଲା। ଏହାକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। ଏହାପରେ ପାରାଦୀପ ଅଞ୍ଚଳରେ ବୁଲିବୁଲି ଗଛ ଲଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିଲାଗି ପ୍ରେରିତ କରିଥିଲେ। ୨୦୦୩ରୁ ଏହି କାର୍ଯ୍ୟ ନିଶାରେ ପରିଣତ ହୋଇଥିଲା। ଏହାପରେ ସେ ସାଇକେଲ ଯାତ୍ରା କରି ଜାଗରଣ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ। ଭଲ ରାସ୍ତାରେ ଗୋଟିଏ ଦିନରେ ୮୦କିମି ଯାତ୍ରା କରିପାରୁଛନ୍ତି। ରାସ୍ତା ଖରାପ ଥିଲେ ୫୦କିମି ଯିବା ସମ୍ଭବ ହେଉଛି ବୋଲି ଅମରେଶ ସୂଚନା ଦେଇଛନ୍ତି। ସର୍କିଟ ହାଉସରେ ପୌରଯନ୍ତ୍ରୀ ରଶ୍ମିତା ମିଶ୍ରଙ୍କ ସହ ଅନ୍ୟମାନେ ତାଙ୍କୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri