Posted inଖେଳ

ଅଭ୍ୟାସ ମ୍ୟାଚ୍‌ ଡ୍ର : ରୋହିତ ବିଫଳ; ପଞ୍ଚାଲ, ସିଦ୍ଧେଶ, ଭରତଙ୍କ ଅର୍ଦ୍ଧଶତକ

ବିଜୟନଗରମ,୨୮।୯(ପି.ଟି.)- ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଓପନର ହିସାବରେ ନୂଆ ଭୂମିକାରେ ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଛନ୍ତି। ମାତ୍ର ଦୁଇଟି ବଲ୍‌ ଖେଳି ସେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଛନ୍ତି। ତେବେ ମିଡଲ ଅର୍ଡରରେ ପ୍ରିୟଙ୍କ ପଞ୍ଚାଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ଶ୍ରୀକର ଭରତ ଓ ସିଦ୍ଧେଶ ଲାଡ ଅର୍ଦ୍ଧଶତକ ହାସଲ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଛନ୍ତି।
ସ୍ଥାନୀୟ ଡ. ପିଭିଜି ରାଜୁ ଏସିଏ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମ ଦିବସର ଖେଳ ବର୍ଷା ଯୋଗୁ ବାତିଲ ହୋଇଥିଲା। ଦ୍ୱିତୀୟ ଦିବସରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଓପନର ଏଡେନ ମାର୍‌କ୍ରାମଙ୍କ ଶତକ ସହାୟତାରେ ୬୪ ଓଭରରେ ୬ ଉଇକେଟ ହରାଇ ୨୭୯ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ମ୍ୟାଚ ଶେଷହେବା ବେଳକୁ ୬୪ ଓଭରରେ ୮ ଉଇକେଟ ହରାଇ ୨୬୫ ରନ ସଂଗ୍ରହ କରିଛି।
ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଭର୍ନନ ଫିଲାଣ୍ଡରଙ୍କ ବଲ୍‌ରେ ବଦଳ ଖେଳାଳି ତଥା ଉଇକେଟ କିପର ହେନେରିଚ କ୍ଲାସେନଙ୍କୁ କ୍ୟାଚ ଦେଇ ପ୍ରଥମେ ପ୍ୟାଭିଲିୟନ ଫେରିଥିଲେ। ବଲ୍‌ ରୋହିତଙ୍କ ବ୍ୟାଟ୍‌ର ଏଜ୍‌ ନେଇଥିଲା ଓ ସେ ଚକ୍‌ମା ଖାଇଥିଲେ। ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ବାଲ ୯୨ଟି ବଲ ଖେଳି ୬ ଚୌକା ସହ ୩୯ ରନ ସଂଗ୍ରହ କରି ସ୍ପିନର କେଶବ ମହାରାଜାଙ୍କ ବଲ୍‌ରେ ଫିଲାଣ୍ଡରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ବେଙ୍ଗଲ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଈଶ୍ୱରନ ମାତ୍ର ୧୩ ରନ କରି କାଗିସୋ ରାବାଡ଼ାଙ୍କ ବଲ୍‌ରେ ମାରକ୍ରାମଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ପଞ୍ଚାଲ ୬୦ ରନର ଉପଯୋଗୀ ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୭୭ଟି ବଲ୍‌ର ସମ୍ମୁଖୀନ ହୋଇ ୧୦ ଚୌକା ଓ ଗୋଟିଏ ଛକା ମାରିଥିଲେ। ପଞ୍ଚାଲ ଫିଲାଣ୍ଡରଙ୍କ ବଲ୍‌ରେ ଡୁପ୍ଲେସିଙ୍କୁ କ୍ୟାଚ ଦେଇଥିଲେ। ଅଭିଜ୍ଞ କରୁନ ନାୟାର ମହାରାଜଙ୍କ ବଲ୍‌ରେ କ୍ଲାସେନଙ୍କୁ କ୍ୟାଚ୍‌ ଦେଇ ଆଉଟ ହେବା ପୂର୍ବରୁ ୧୯ ରନ ସଂଗ୍ରହ କରିଥିଲେ। ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଶ୍ରୀକର ଭରତ ଦ୍ରୁତଗତିରେ ରନ୍‌ ସଂଗ୍ରହ କରି ୫୭ଟି ବଲ୍‌ରୁ ୭ ଚୌକା ଓ ୫ଟି ଛକା ସହ ୭୧ ରନ କରି ମହାରାଜଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଜଲାଜ ସାକସେନା ୨ରନ କରି ଆଉଟ ହୋଇଥିବା ବେଳେ ଧର୍ମେନ୍ଦ୍ର ସିନ୍‌ ଜାଡେଜା ଖାତା ଖୋଲିପାରି ନ ଥିଲେ। ତେବେ ମୁମ୍ବାଇ ବ୍ୟାଟ୍ସମ୍ୟାନ ସିଦ୍ଧେଶ ଲାଡ ୮୯ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୧ ଛକା ସହ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ଷଷ୍ଠ ଉଇକେଟ ଯୋଡିରେ ଭରତ ଓ ଲାଡ ୨୦ ଓଭରରେ ୧୦୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ମହାରାଜ ସର୍ବାଧିକ ୩, ଫିଲାଣ୍ଡର ୨, ରାବାଡ଼ା, ଡେନ ପିଟ୍‌ ଓ ସେନୁରାନ ମୁଥୁସାମି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୯୯/୫ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଟେମ୍ବା ବଭୁମା ୫୫ ରନରୁ ଖେଳ ଆରମ୍ଭ କରି ୮୭ ରନର ଉପଯୋଗୀ ଇନିଂସ ଖେଳି ଅପରାଜିତ ରହିଥିଲେ। ଫିଲାଣ୍ଡର ୪୮ ରନ ସଂଗ୍ରହ କରି ଆଉଟ ହୋଇଥିଲେ ଓ ଦକ୍ଷିଣ ଆଫ୍ରିକା ୬ ଉଇକେଟ ହରାଇ ୨୭୯ ରନ କରି ଇନିଂସ ଘୋଷଣା କରିଥିଲା। ବୋଲିଂରେ ବୋର୍ଡ ସଭାପତି ଏକାଦଶ ତରଫରୁ ସ୍ପିନର ଧର୍ମେନ୍ଦ୍ରସିନ୍‌ ଜାଡେଜା ୩, ଉମେଶ ଯାଦବ ଓ ଇଶାନ ପୋରେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୬୪ ଓଭରରେ ୨୭୯/୬ରେ ଇନିଂସ ଘୋଷଣା
(ଏଡେନ ମାରକ୍ରାମ- ୧୦୦, ଟେମ୍ବା ବଭୁମା- ୮୭, ଭର୍ନନ ଫିଲାଣ୍ଡର- ୪୮, ଧର୍ମେନ୍ଦ୍ରସିନ ଜାଡେଜା- ୩/୬୬)।
ବୋର୍ଡ ସଭାପତି ଏକାଦଶ ୬୪ ଓଭରରେ ୨୬୫/୮
(ଶ୍ରୀକର ଭରତ- ୭୧, ପ୍ରିୟଙ୍କ ପଞ୍ଚାଲ- ୬୦, ସିଦ୍ଧେଶ ଲାଡ- ୫୨*, ମୟଙ୍କ ଅଗ୍ରଓ୍ବାଲ- ୩୯, କରୁନା ନାୟାର- ୧୯, ଅଭିମନ୍ୟୁ ଈଶ୍ୱରନ- ୧୩, ରୋହିତ-୦, କେଶବ ମହାରାଜ- ୩/୩୫, ଭର୍ନନ ଫିଲାଣ୍ଡର- ୨/ ୨୭)।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri