Posted inଖେଳ

ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ: ଫର୍ମକୁ ଫେରିଲେ ପନ୍ତ, ମୟଙ୍କ

ହାମିଲଟନ, ୧୬।୨(ପି.ଟି.)- ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ଭାରତ ଓ ନ୍ୟୁଜିଲାଣ୍ଡ ଏକାଦଶ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଜନ୍ମ ଦିନରେ ଓପନର ମୟଙ୍କ ଅଗ୍ରଓ୍ବାଲ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଦ୍ୱିତୀୟ ଇନିଂସରେ ଉନ୍ନତ ବ୍ୟାଟିଂ କରି ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି। ପ୍ରଥମ ଇନିଂସରେ ପନ୍ତ ଓ ମୟଙ୍କ ବିଫଳ ହୋଇଥିଲେ ମଧ୍ୟ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକୀୟ ପାଳି ଖେଳି ଭଲ ଅଭ୍ୟାସ କରିଛନ୍ତି। ତୃତୀୟ ତଥା ଅନ୍ତିମ ଦିବସର ଲଞ୍ଚ୍‌ର ଠିକ୍‌ ଅଧଘଣ୍ଟା ପରେ ମ୍ୟାଚ୍‌ ଶେଷ ହେଲା ବୋଲି ଘୋଷଣା କରାଯାଇଥିଲା। ସେତେବେଳକୁ ଭାରତ ୪୮ ଓଭରରେ ୪ ଉଇକେଟ ହରାଇ ୨୫୨ ରନ ସଂଗ୍ରହ କରିଥିଲା। ଅଭିଜ୍ଞ ରିଦ୍ଧିମାନ ଶାହ ୩୦ ଓ ରବିଚନ୍ଦ୍ରନ ଅଶ୍ୱିନ ୧୬ ରନ କରି ଅପରାଜିତ ରହିଥିଲେ।
ଶନିବାରର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୫୯/୦ରୁ ଭାରତ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ତଥା ଓପନର ପୃଥ୍ବୀ ଶ ୩୫ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ଅଧିକ ୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ୬ ଚୌକା ଓ ୧ ଛକା ସହ ୩୧ ବଲରୁ ୩୯ ରନ କରି ସେ ଡାରିଲ ମିଚେଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସେହିପରି ୨୩ ରନରୁ ଖେଳ ଆରମ୍ଭ କରି ମୟଙ୍କ ୮୧ ରନର ପାଳି ଖେଳି ରିଟାୟାର୍ଡ ହର୍ଟ ହୋଇଥିଲେ। ସେ ପ୍ୟାଭିଲିୟନ ଫେରିବା ପୂର୍ବରୁ ୯୯ଟି ବଲ୍‌ର ସମ୍ମୁଖୀନ ହୋଇ ସେ ୧୦ ଚୌକା ଓ ୩ ଛକା ମାରିଥିଲେ। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ମୟଙ୍କ ଦୁର୍ବଳ ଫର୍ମ ଦେଇ ଗତି କରିଆସୁଥିଲେ। ମୟଙ୍କଙ୍କ ଫୁଟଓ୍ବାର୍କରେ ବେଶ୍‌ ଉନ୍ନତି ଦେଖିବାକୁ ମିଳିଥିଲା ଓ ପଡିଆର ଚତୁର୍ଦିଗକୁ ଶଟ୍‌ମାନ ଖେଳିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ମୟଙ୍କ ୧୦ଟି ପ୍ରତିଯୋଗତାମୂଳକ ମ୍ୟାଚ୍‌ ଖେଳିଥିଲେ। ଏଥିରେ ପ୍ରଥମଶ୍ରେଣୀ, ଦିନିକିଆ ଓ ଲିଷ୍ଟ ଏ ମ୍ୟାଚ୍‌ ସାମିଲ ଥିଲା। ତେବେ ସେ କୌଣସି ମ୍ୟାଚ୍‌ରେ ୪୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିପାରି ନ ଥିଲେ। ମୟଙ୍କ ଓ ପନ୍ତ ୧୪.୩ ଓଭରରେ ୧୦୦ ରନ ସଂଗ୍ରହ କରିଥିଲେ। ସେହିପରି ପ୍ରଥମ ଉଇକେଟ ମୟଙ୍କ ଓ ପୃଥ୍ବୀ ୭୨ ରନ ସଂଗ୍ରହ କରିଥିଲେ। ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ପୁଣିଥରେ ବିଫଳ ହୋଇଛନ୍ତି। ସେ ମାତ୍ର ୮ ରନକରିଥିବା ବେଳେ ମିଚେଲଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ପନ୍ତ ଚମ୍‌ତ୍କାର ପ୍ରଦର୍ଶନ କରିଥିଲେ। ୬୫ଟି ବଲର ସମ୍ମୁଖୀନ ହୋଇ ୪ଟି ଲେଖାଏ ଚୌକା ଓ ଛକା ସହ ୭୦ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ପନ୍ତ ଫର୍ମକୁ ଫେରିବା ଟିମ୍‌ ମ୍ୟାନେଜମେଣ୍ଟ ସାମାନ୍ୟ ଅସ୍ବସ୍ଥି ହୋଇଛି। ସେ ଲେଗ୍‌ ସ୍ପିନର ଇଶ୍‌ ସୋଧି ଓ ଅଫ୍‌ ସ୍ପିନର ହେନେରୀ କୁପରଙ୍କ ବଲ୍‌ରେ ଦୁଇଟି ଲେଖାଏ ଛକା ମାରିଥିଲେ। ପନ୍ତ ଆକ୍ରମଣାତ୍ମ ଶୈଳୀରେ ଖେଳିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ଏକାଦଶ ତରଫରୁ ମିଚେଲ ୩ଟି ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡର ୯ ଜଣ ଖେଳାଳି ବୋଲିଂ କରିଥିଲେ ମଧ୍ୟ କେବଳ ମିଚେଲ ସଫଳ ହୋଇଥିଲେ।
ପୂର୍ବରୁ ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ହନୁମା ବିହାରୀଙ୍କ ୧୦୧ ରନର ଶତକୀୟ ପାଳି ବଳରେ ୭୮.୫ ଓଭରରେ ୨୬୩ ରନକରି ଆଉଟ ହୋଇଥିଲା। ଜବାବରେ ନୁଜ୍ୟଲାଣ୍ଡ ଏକାଦଶ ୭୪.୨ ଓଭରରେ ୨୩୫ ରନ କରି ଅଲଆଉଟ ହୋଇ ୨୮ ରନ ପଛରେ ପଡିଥିଲା। ୨୧ ତାରିଖରୁ ଓ୍ବେଲିଂଟନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଭାରତ ଏହାପୂବରୁ ଟି୨୦ ସିରିଜରେ ୫-୦ରେ ବିଜୟୀ ହୋଇଥିଲେ ମଧ୍ୟ ଦିନିକିଆ ସିରିଜରେ ୩-୦ରେ ପରାସ୍ତ ହୋଇଥିଲା। ତେବେ ଆଗାମୀ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୭୮.୫ ଓଭରରେ ୨୬୩ରେ ଅଲଆଉଟ।
ନ୍ୟୁଜିଲାଣ୍ଡ ଏକାଦଶ ପ୍ରଥମ ଇନିଂସ- ୭୪.୨ ଓଭରରେ ୨୩୫ ଅଲଆଉଟ।
ଭାରତ ଦ୍ୱିତୀୟ ଇନିଂସ- ୪୮ ଓଭରରେ ୨୫୨/୪
(ମୟଙ୍କ- ୮୧, ପନ୍ତ- ୭୦, ପୃଥ୍ବୀ- ୩୯, ରିଦ୍ଧିମାନ- ୩୦*, ଅଶ୍ୱିନ- ୧୮*, ମିଚେଲ ୩/୩୩)।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri