Posted inଖେଳ

ଅଭିନୟରେ ପାଦ ଦେବେ କି ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିିଙ୍କ ଜୀବନୀ ଉପରେ ବଲିଉଡ ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା ଚାଲିଛି। ଉକ୍ତ ଚଳଚ୍ଚିତ୍ରରେ କୋହଲି ନିଜ ଭୂମିକାରେ ଅଭିନୟ କରିବାକୁ ରାଜି ଅଛନ୍ତି। ତେବେ ଏଥିପାଇଁ ସେ ଏକ ସର୍ତ୍ତ ରଖିଛନ୍ତି। ତାଙ୍କର ସର୍ତ୍ତ ହେଲା ଯେ ଉକ୍ତ ଚଳଚ୍ଚିତ୍ରରେ ସ୍ତ୍ରୀ ତଥା ବଲିଉଡ୍‌ର ଆଗଧାଡିର ନାୟିକା ଅନୁଷ୍କା ଶର୍ମା ଅଭିନୟ କରିବେ। ତାଙ୍କ ଉପରେ ଚଳଚ୍ଚିତ୍ର ର୍ନିମାଣ ପ୍ରସଙ୍ଗରେ କୋହଲିଙ୍କୁ ପଚାରିବାରୁ ସେ କହିଥିଲେ, ଅନୁଷ୍କାଙ୍କ ସହ ନିଶ୍ଚିତ ଭାବେ ଏପରି ଚଳଚ୍ଚିତ୍ର ମୁଁ ନିଜେ ପ୍ରସ୍ତୁତ କରିବାକୁ ରାଜି। ମୋର ବ୍ୟକ୍ତିତ୍ୱ କଦାପି ଏପରି ନ ଥିଲା। ପ୍ରତିଟି ବ୍ୟକ୍ତିଙ୍କ ମଧ୍ୟରେ ଏକ ସ୍ନେହୀ ବ୍ୟକ୍ତିତ୍ୱ ରହିଥାଏ। ତେବେ ଅନ୍ୟ ଜଣେ ବ୍ୟକ୍ତି ସର୍ବଦା ତୁମଠାରୁ ଏପରି ଗୁଣ କାଢି ପାରିଥାଆନ୍ତି। ଅନୁଷ୍କାଙ୍କୁ ଭେଟିବା ପରେ ଅନୁଭବ କରିଥିଲି ଯେ ମୁଁ ହିଁ ସବୁକିଛି ନୁହେଁ। ଅନ୍ୟ କାହା ସହ ମିଶି ତାଙ୍କ ପରି ଜୀବନ ଜିଇଁବା ଉଚିତ। ଅନୁଷ୍କାଙ୍କୁ ଭେଟିବା ପୂର୍ବରୁ ମୁଁ ବହୁତ ସ୍ବାର୍ଥପର ଥିଲି ଏବଂ ମୋତେ ସୁହାଇବା ପରି କାମ କରୁଥିଲି। ଅନୁଷ୍କାଙ୍କ ସହ ବହୁତ କଥାବାର୍ତ୍ତା କରିବା ପରେ ପରସ୍ପର ପ୍ରତି ସମ୍ମାନ ବଢିଥିଲା। ମୁଁ ଜାଣି ପାରିଥିଲି ଯେ ନିଜ ପାଇଁ ସବୁକିଛି କରିବା ଅପେକ୍ଷା ଅନ୍ୟମାନଙ୍କ ପାଇଁ ମଧ୍ୟ କିଛି କରିବା ଉଚିତ। ମୋ ଜୀବନକୁ ଆସିବା ପରେ ଅନୁଷ୍କା ମୋତେ ଏହା ଶିଖାଇଥିଲେ। ସୂଚନାଯୋଗ୍ୟ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଆଝାରୁଦ୍ଦିନ, ଧାବକ ମିଲ୍ଖା ସିଂହ, ବକ୍ସର ମ୍ୟାରୀ କମ, ମହିଳା ପହଲ୍‌ବାନ୍‌ ଗୀତା ଫୋଗତ, ହକି ଖେଳାଳି ସନ୍ଦୀପ ସିଂହଙ୍କ ପରି ନାମୀ ଖେଳାଳିଙ୍କ ଜୀବନୀ ଉପରେ ବଲିଉଡ ଚଳଚ୍ଚିତ୍ର ନିର୍ମାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026: ସେମିଫାଇନାଲରେ ଇଂଲଣ୍ଡ, ବିଶ୍ୱକପ୍‌ ରେସ୍‌ରୁ ପାକିସ୍ତାନ ବିଦା?

ନୂଆଦିଲ୍ଲୀ,୨୪।୨: ପାଲ୍ଲେକେଲେଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ସୁପର-୮ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲ ଟିକେଟ ହାସଲ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି…

ପ୍ରେମ ପାଇଁ ନାବାଳିକା ଝିଅଙ୍କ ନିର୍ମମ କାଣ୍ଡ: ପ୍ରେମିକଙ୍କ ସହ ମିଶି ମା’-ଭାଇଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଲେ, ଅଖାରୁ ହାତ ଗୋଡ଼ ବନ୍ଧା…

କୋରାପୁଟ/ବୋରିଗୁମ୍ମା, ୨୪ା୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ)-ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ…

T20 World Cup 2026: ଟିମ୍‌ ଇଣ୍ଡିଆର ହାତ ଛାଡିଲେ ରିଙ୍କୁ ସିଂହ! ଅଚାନକ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଅପ୍ରତ୍ୟାଶିତ ଭାବରେ ଘରକୁ ଫେରିବାକୁ ପଡିଛି। ସେ ଚେନ୍ନାଇରୁ ଫେରି ଆସିଛନ୍ତି। ରିଙ୍କୁ ସିଂହଙ୍କ ଫେରିବାର କାରଣ ପରିବାରର…

ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…

ବଲାଙ୍ଗୀର/ତରଭା,୨୪।୨(ସୁନୀଲ ମହାନ୍ତି/ମାନଭଞ୍ଜନ ମିଶ୍ର): ବହୁଚର୍ଚ୍ଚିତ ବନ୍ଧୁକ ଦେଖାଇ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ତରଭା ପୋଲିସ।  ସୋନପୁର ଏସ୍‌ପି ନାରାୟଣ ନାୟକ ଖବରଦାତା ସମ୍ମିଳନୀ କରି…

ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଏଥିପାଇଁ ବଢୁଛି ସୁନାରୂପା ରେଟ! ଆଗାମୀ ଦିନରେ….

ନୂଆଦିଲ୍‌ଲୀ,୨୪।୨: ବିଶ୍ୱ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ଘଟୁଛି । ବିଶେଷକରି ସମ୍ପ୍ରତି ସୁନାର ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଯାହାର କାରଣ କହିଛନ୍ତି ଅର୍ଥମନ୍ତ୍ରୀ…

କୃଷକଙ୍କୁ ବଡ଼ ଭେଟି ଦେଲେ ମୋଦି ସରକାର ! ଏହି ଫସଲ ଉପରେ କୁଇଣ୍ଟାଲ ପିଛା ୨୭୫ ଟଙ୍କା MSP ବଢ଼ାଇଲେ…

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ୨୦୨୬-୨୭ ମାର୍କେଟିଂ ସିଜନ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ମଞ୍ଜୁରୀ…

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri